ETV Bharat / bharat

ଆନ୍ଧ୍ର CID ଷଡଯନ୍ତ୍ରରେ ଅଂଶଧନ ଠକେଇ ଅଭିଯୋଗ ! ବିବୃତ୍ତି ଜାରି କଲା ରାମୋଜୀ ଗ୍ରୁପ

author img

By ETV Bharat Odisha Team

Published : Oct 19, 2023, 8:36 PM IST

ମାର୍ଗଦର୍ଶୀ ଚିଟଫଣ୍ଡ ସେୟାର ଠକେଇ ଅଭିଯୋଗକୁ ମିଥ୍ୟା କହିଲା ରାମୋଜୀ ଗ୍ରୁପ । ଆନ୍ଧ୍ର ସିଆଇଡି ଦ୍ବାରା ଷଡଯନ୍ତ୍ରର ଶିକାର ହୋଇ ଅଭିଯୋଗ ଆଣିଛନ୍ତି ଜଣେ ପୂର୍ବତନ ନିବେଶକ । ହାଇଦ୍ରାବାଦ ପରିବର୍ତ୍ତେ ଆନ୍ଧ୍ର ସିଆଇଡିରେ ଅଭିଯୋଗ ନେଇ ସଂସ୍ଥା ଉଠାଇଲା ପ୍ରଶ୍ନ । ଅଧିକ ପଢନ୍ତୁ

ରାମୋଜୀ ଫିଲ୍ମ ସିଟି
ରାମୋଜୀ ଫିଲ୍ମ ସିଟି

ହାଇଦ୍ରାବାଦ: ମାର୍ଗଦର୍ଶୀ ଚିଟଫଣ୍ଡର ଜଣେ ପୂର୍ବତନ ନିବେଶକ ଜି ୟୁରୀ ରେଡ୍ଡୀଙ୍କ ଦ୍ୱାରା ହୋଇଥବା ଅଭିଯୋଗକୁ ଖଣ୍ଡନ କରିଛି ରାମୋଜୀ ଗ୍ରୁପ । ଅଭିଯୋଗ ଯଦି ସତ୍ୟ, ତେବେ ଅଭିଯୋଗକାରୀ ହାଇଦ୍ରାବାଦରେ ରହୁଥିବା ସତ୍ତ୍ବେ କାହିଁକି ହାଇଦ୍ରାବାଦ ସ୍ଥିତ ରେଜିଷ୍ଟ୍ରାର୍ ଅଫ୍ କମ୍ପାନିଜ କିମ୍ବା ଏନସିଏଲଟି ନିକଟରେ ଅଭିଯୋଗ ନକରି ଆନ୍ଧ୍ର ପ୍ରଦେଶ ସିଆଇଡି ନିକଟରେ ଅଭିଯୋଗ କଲେ । ତେଣୁ ଏହା ଆନ୍ଧ୍ର ପ୍ରଦେଶ ସିଆଡିର ଏକ ଷଡଯନ୍ତ୍ର ଓ ଅଭିଯୋଗକାରୀ ଏହାର ଶିକାର ହୋଇଥିବା ସଂସ୍ଥା କହିଛି ।

ରାମୋଜୀ ଗ୍ରୁପ ଏକ ବିବୃତ୍ତି ଜାରି କରି କହିଛି, ମାର୍ଗଦର୍ଶୀ ଚିଟଫଣ୍ଡ ପ୍ରାଇଭେଟ ଲିମିଟେଡ (MCFPI) ଜଣେ ପୂର୍ବତନ ନିବେଶକ ଗାଦିରେଡ୍ଡୀ ଜଗନାଦ୍ଧ ରେଡ୍ଡୀଙ୍କ ପୁଅ ଜି ୟୁରୀ ରେଡ୍ଡୀଙ୍କ ଦ୍ବାରା ହୋଇଥିବା ଅଭିଯୋଗ ଅନୁସାରେ ଏତଲା ହୋଇଛି । ଏହା ଆନ୍ଧ୍ର ପ୍ରଦେଶ ସରକାରଙ୍କ ଆଉ ଏକ ଷଡଯନ୍ତ୍ର । ଅଭିଯୋଗକାରୀଙ୍କ ଅନୁସାରେ, ମାର୍ଗଦର୍ଶୀ ଚିଟଫଣ୍ଡରେ ନିବେଶ ହୋଇଥିବା ତାଙ୍କ ପରିବାରର ଅଂଶଧନକୁ ବଳପୂର୍ବକ ଓ ରାମୋଜୀ ସମୂହ ମୁଖ୍ୟ ରାମୋଜୀ ରାଓଙ୍କ ଧମକରେ ହସ୍ତାନ୍ତର କରାଯାଇଛି ।

ଜାରି ବିବୃତ୍ତିରେ ଏହି ଅଭିଯୋଗକୁ ସମୂଳେ ଖଣ୍ଡନ କରିବା ସହ ଏହା ଆନ୍ଧ୍ର ପ୍ରଦେଶ ସରକାରଙ୍କ ଏକ ଷଡଯନ୍ତ୍ର ବୋଲି କହିଛି ରମୋଜୀ ଗ୍ରୁପ । ଅଭିଯୋଗକାରୀ ହାଇଦ୍ରାବାଦର ବାସିନ୍ଦା । ସେ ଏବେ ନୋଏଡାରେ ରହୁଛନ୍ତି । ସେ ଆନ୍ଧ୍ର ପ୍ରଦେଶ ସିଆଇଡିର ଷଡଯନ୍ତ୍ରର ଶିକାର ହୋଇ ଏପରି ଅଭିଯୋଗ ଆଣିଛନ୍ତି । ମାର୍ଗଦର୍ଶୀ ଚିଟଫଣ୍ଡ ଓ ଏହାର ପ୍ରତିଷ୍ଠାତା ତଥା ରାମୋଜୀ ସମୂହର ଅଧ୍ୟକ୍ଷ ରମୋଜୀ ରାଓ ଓ ଚିଟଫଣ୍ଡ ସଂସ୍ଥାର ପରିଚାଳନା ନିର୍ଦ୍ଦେଶିକା ସିଏଚ ଶୈଳଜାଙ୍କ ମାନହାନୀ କରିବା ଉଦ୍ଦେଶ୍ୟରେ ଏହା ଏକ ପ୍ରୟାସ ମାତ୍ର ।

ସଂସ୍ଥା ଜାରି ବିବୃତ୍ତିରେ ଆହୁରି ମଧ୍ୟ କହିଛି, ଏହି ସମ୍ପର୍ଣ୍ଣ ଅଭିଯୋଗରେ ମିଥାରେ ପରିପୂର୍ଣ୍ଣ । ଅକ୍ଟୋବର 10 ତାରିଖରେ ଦାଏର ହୋଇଥିବା ଏତଲା ଓ 2017 ମହିସାରେ ହୋଇଥିବା ମୂଳ ଅଭିଯୋଗ ମଧ୍ୟରେ କୌଣସି ତାଳମେଳ ନାହିଁ । ଅଭିଯୋଗକାରୀ ଆନ୍ଧ୍ର ପ୍ରଦେଶ ସିଆଇଡିର ଉଦ୍ଦେଶ୍ୟମୂଳକ ଷଡଯନ୍ତ୍ରର ଶିକାର ହୋଇ ସେୟାର ଟ୍ରାନ୍ସଫର ଫର୍ମ (5H-4)ରେ ଅଜାଣତରେ ଓ ବାଧ୍ୟତାମୂଳକ ଦସ୍ତଖତ କରିଥିବା ଅଭିଯୋଗ କରିଛନ୍ତି । ତାଙ୍କୁ ବଳପୂର୍ବକ ମାରଣାସ୍ତ୍ର ଦଖାଇ ଧମକ ଦିଆଯିବା ସହ ତାଙ୍କୁ ଏହି ଫର୍ମରେ ହସ୍ତାକ୍ଷର କରିବାକୁ ବାଧ୍ୟ କରାଯାଇଥିବା ନେଇ ଏକ ନୂଆ କାହାଣୀ ସୃଷ୍ଟି କରାଯାଉଥିବା ମଧ୍ୟ ସଂସ୍ଥା ଜାରି କରିଥିବା ବିବୃତ୍ତିରେ କହିଛି ।

ତେବେ ଅଂଶଧନ ବିକ୍ରି କରିବା ପ୍ରକ୍ରିୟା ସମ୍ପର୍କରେ ସଂସ୍ଥା କହିଛି, ଏହି ହସ୍ତାନ୍ତରଣ ବା ସେୟାର ବିକ୍ରି ପ୍ରକ୍ରିୟା ଅଭିଯୋଗକାରୀ ଓ ରେଡ୍ଡୀ ଓ ତାଙ୍କ ଭାଇ ମାର୍ଟିନଙ୍କ ଇଚ୍ଛା ଅନୁସାରେ ହୋଇଥିଲା । ହସ୍ତାନ୍ତରଣ ପ୍ରକ୍ରିୟାର ସମସ୍ତ କାଜଗପତ୍ର ମଧ୍ୟ ସେମାନଙ୍କ ଆଇନଗତ ପରାମର୍ଶଦାତାଙ୍କ ଦ୍ବାରା ତଦାରଖ ହୋଇଥିଲା । ସେମାନେ ସମସ୍ତ କାଗଜପତ୍ର ପ୍ରସ୍ତୁତ କରି ମାର୍ଗଦର୍ଶୀ ଚିଟଫଣ୍ଡର ପରିଚାଳନା ନିର୍ଦ୍ଦେଶିକାଙ୍କ ନିକଟକୁ ମେଲ ମାଧ୍ୟମରେ ପଠାଇଥିଲେ । ଯେଉଁଥିରେ ସେ ମାର୍ଗଦର୍ଶୀ ଚିଟଫଣ୍ଡରେ ନିବେଶ କରିଥିବା ଅଂଶଧନ ବିକ୍ରି କରିବାକୁ ଇଚ୍ଛା ପ୍ରକାଶ କରିବା ସହ ସଂସ୍ଥା ସେମାନଙ୍କ ଅନୁରୋଧ ରକ୍ଷା କରି ଅଂଶଧନ କ୍ରୟ କରୁ ବୋଲି ଅନୁରୋଧ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- ନଭେମ୍ବର ପହିଲା ପର୍ଯ୍ୟନ୍ତ ବଢିଲା ଚନ୍ଦ୍ରବାବୁଙ୍କ ନ୍ୟାୟିକ ହାଜତ ଅବଧି

ତେବେ ଅଭିଯୋଗକାରୀ ଅଂଶଧନ ଓ ତାର ବଜାର ମୂଲ୍ୟ ସମ୍ପର୍କରେ ଅଜ୍ଞ ନଥିଲେ । ସେ ଦସ୍ତଖତ କରିବା ପୂର୍ବରୁ ସମସ୍ତ କାଗଜପତ୍ର ଯାଞ୍ଚ କରିଥିଲେ । ଏହି ପ୍ରକ୍ରିୟା ବେଳେ ସେ 2016ରେ ସେ କରିଥିଲେ । ମାତ୍ର ଏହାର 7 ବର୍ଷ ପରେ ସେ ତେଲେଙ୍ଗାନା ପୋଲିସ କିମ୍ବା କମ୍ପାନୀ ରେଜିଷ୍ଟରରେ ଅଭିଯୋଗ ନକରି ଆନ୍ଧ୍ର ପ୍ରଦେଶ ସିଆଇଡି ନିକଟରେ ଦ୍ବାରସ୍ଥ ହୋଇଛନ୍ତି । ଯାହାକୁ ଆନ୍ଧ୍ର ପ୍ରଦେଶ ସରକାର ଓ ସିଆଇଡିର ଏକ ଷଡଯନ୍ତ୍ର ବୋଲି ରାମୋଜୀ ଗ୍ରୁପ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.