ETV Bharat / bharat

ପୁରାତନ ବିଜ୍ଞାନର ଚମତ୍କାରିତା, ରାମେଶ୍ବରମର ପମ୍ବନ ରେଳ ବ୍ରିଜ

ଇଞ୍ଜିନିୟରିଂ ସମାଜରେ ଜୀବନଯାପନ ଶୈଳୀକୁ ସରଳ କରିବା ନଜିର ରହିଛି । ତେବେ ଏହା କେବଳ ଆଧୁନିକ ଯୁଗରେ ସମ୍ଭବ ହୋଇଛି ତାହା କହିଲେ ଭୁଲ ହେବ । କାରଣ ଭାରତରେ ଏଭଳି ଏକ ବ୍ରିଟିଶ କାଳର ବ୍ରିଜ ଯାହା 115 ବର୍ଷ ପୁରୁଣା । ଏକ ତୀର୍ଥକ୍ଷେତ୍ର ସହ ଜଡି଼ତ ଏହି ରେଳ ବ୍ରିଜ । ଅଧିକ ପଢ଼ନ୍ତୁ...

author img

By

Published : Jul 1, 2021, 8:16 AM IST

ପୁରାତନ ବିଜ୍ଞାନର ଚମତ୍କାରିତା, ରାମେଶ୍ବରମର ପମ୍ବନ ରେଳ ବ୍ରିଜ
ପୁରାତନ ବିଜ୍ଞାନର ଚମତ୍କାରିତା, ରାମେଶ୍ବରମର ପମ୍ବନ ରେଳ ବ୍ରିଜ

ବେଙ୍ଗାଲୁରୁ: ବିଜ୍ଞାନ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ଶୀର୍ଷରେ ପହଞ୍ଚିଛି ଭାରତ । ବିଗତ ବର୍ଷମାନଙ୍କରେ ଏହି ଦେଶ ଦେଖିଛି ଅନେକ ଇଞ୍ଜିନିୟରିଂ ଚମତ୍କାରିତା । ଏଇ ଯେମିତି ସମୁଦ୍ର ଗର୍ଭରେ ତିଆରି ହୋଇଥିବା ଏହି ବ୍ରିଜ୍ । 100ରୁ ଅଧିକ ବର୍ଷ ହେଲା ଏକ ଦ୍ବୀପ ସହ ଭାରତୀୟ ଭୁମିଖଣ୍ଡକୁ ଯୋଡ଼ିବାରେ ସହାୟକ ହେଉଛି ଏହି ବ୍ରିଟିଶ କାଳର ବ୍ରିଜ । ଇଞ୍ଜିନିୟରିଂ କ୍ଷେତ୍ରରେ ଏକ ଶ୍ରେଷ୍ଠ ଉପଲବ୍ଧି କହିଲେ ଅତ୍ୟୁକ୍ତି ହେବ ନାହିଁ । ତାମିଲନାଡ଼ୁର ମଣ୍ଡପମ ଓ ତୀର୍ଥଦ୍ବୀପ ରାମେଶ୍ବରମକୁ ଯୋଡ଼ୁଛି ଏହି ରେଳ ବ୍ରିଜ ।

ଆମେରିକାର ଇଂଞ୍ଜିନିୟର ୱିଲିୟମ ଡୋନାଲ୍ଡ ଶେରଜ ଏକ ରୋଲିଂ ଲଫ୍ଟର ଆବିଷ୍କାର କରିଥିଲେ। ଏହାପରେ ତତ୍କାଳୀନ ବ୍ରିଟିଶ ସରକାରଙ୍କୁ ଏଭଳି ଏକ ବ୍ରିଜ ତିଆରି କରିବାକୁ ଆଇଡିଆ ମିଳିଥିଲା । ପାକ୍ ଖାଡ଼ି ଓ ମନ୍ନାର ଖାଡି଼କୁ ଯୋଡ଼ୁଥିବା ମଧ୍ୟ ଚ୍ୟାନେଲରେ ଜଳସ୍ତର ଅଧିକ ରହିଛି । ଏଥିପାଇଁ ବ୍ରିଜରେ ବ୍ୟବାହାର ହୋଇଛି ଦୁଇଟି ସ୍ପେନ୍, ଯାହାର ଓଜନ 457 ଟନ । ବ୍ରିଜ ତଳ ଦେଇ ଜାହାଜ ଯିବା ବେଳେ ଏହି ଦୁଇଟି ସ୍ପେନକୁ ଉଠାଯାଏ । ଏହି ସ୍ପେନ ଗିୟର ବୁଲାଇବା ପାଇଁ ନିୟୋଜିତ ହୁଅନ୍ତି 8 ଜଣ ରେଳକର୍ମୀ । ଜାହାଜ ବ୍ରିଜ ଅତିକ୍ରମ କରିବା ପରେ ସ୍ପେନ ପୁନଃ ତଳକୁ କରି ଦିଆଯାଏ ।

1964 ମସିହା ପର୍ଯ୍ୟନ୍ତ ବୋଟ ମେଲ ବା ଇଣ୍ଡେନ-ସିଲେନ ଏକ୍ସପ୍ରେସ ଏହି ବ୍ରିଜରେ ଚଳାଚଳ କରୁଥିଲା । ଚେନ୍ନାଇ ଓ ଶ୍ରୀଲଙ୍କାର ତଲାଇମନ୍ନାକୁ ଯୋଡ଼ୁଥିଲା ଏହି ଟ୍ରେନ । ଏହି ଟ୍ରେନ ଯାତ୍ରୀଙ୍କୁ ଧନୁଷକୋଡି ପର୍ଯ୍ୟନ୍ତ ନେଇ ଯାଉଥିଲା । ଏହାପରେ ଏକ ଷ୍ଟିମରରେ ଯାତ୍ରୀ ତଲାଇମନ୍ନାର ଯାଉଥିଲେ।

ଭାରତ ଓ ଶ୍ରୀଲଙ୍କାକୁ ଯୋଡ଼ୁଥିବା ଏକ ଟ୍ରେନଲାଇନର ଅଂଶ ଥିଲା ଏହି ବ୍ରିଜ । ଚେନ୍ନାଇ ଓ ତଲାଇମନ୍ନାର ମଧ୍ୟରେ ବୋଟମେଲ ଯାତ୍ରା ସମ୍ଭବ ହେଉଥିଲା । ଥାଇଲାଣ୍ଡର କ୍ବାଇ ନଦୀ ଉପରେ ଡେଥ୍ ରେଲୱେ ବ୍ରିଜକୁ ସଂରକ୍ଷିତ କରାଯାଇଛି । ବର୍ତ୍ତମାନ ଏହା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ । ପମ୍ବନ ବ୍ରିଜକୁ ମଧ୍ୟ ସେହି ପ୍ରକ୍ରିୟାରେ ସଂରକ୍ଷିତ ରଖିବା ସହ ଉପଯୋଗ କରାଯାଉଛି।

1964 ମସିହା ଡିସେମ୍ବର 23ରେ ଏକ ମହାବାତ୍ୟାରେ ପାଣି ବହିଗଲା ଧନୁଷକୋଡି ରେଳ ଲାଇନର ଏକ ଅଂଶ । ଏହି ବାତ୍ୟାରେ ଜନଜୀବନ ହାନି ମଧ୍ୟ ହୋଇଥିଲା । ତେବେ ଏହି ବାତ୍ୟାରେ ପମ୍ବନ ବ୍ରିଜର କୌଣସି କ୍ଷତି କରି ପାରିନଥିଲା । 1988ରେ ଏକ ସଡ଼କ ପୋଲ ତିଆରି ହେବା ପର୍ଯ୍ୟନ୍ତ, ରାମେଶ୍ବରମକୁ ଯିବା ପାଇଁ ପମ୍ବନ ବ୍ରିଜ ଥିଲା ଏକମାତ୍ର ମାଧ୍ୟମ । ଏହି ବ୍ରିଜ ସଂରକ୍ଷଣ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିଥିଲେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ।

ଏହି ବ୍ରିଜ ପ୍ରାୟ 115 ବର୍ଷ ପୁରୁଣା । ବର୍ତ୍ତମାନ ଭାରତୀୟ ରେଳୱେ ପକ୍ଷରୁ ଏହି ରେଳ ଲାଇନର ବିକଳ୍ପ ଭାବରେ ତିଆରି କରାଯାଉଛି ଏକ କଂକ୍ରିଟ ବ୍ରିଜ । ତେବେ ଏହି ରେଳ ବିଭାଗ ପକ୍ଷରୁ ଏହି ଲାଇନକୁ ବନ୍ଦ କରିବା ଓ ଭାଙ୍ଗିବା ନିଷ୍ପତ୍ତିକୁ ବିରୋଧ କରୁଛନ୍ତି ସ୍ଥାନୀୟ ବାସନ୍ଦା ।

ସ୍ବତନ୍ତ୍ର ପମ୍ବନ ବ୍ରିଜ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ । ଏହାର ବିକଳ୍ପ କଂକ୍ରିଟ ବ୍ରିଜ ନିର୍ମାଣ ହେବାପରେ ଏହି ବ୍ରିଜ ଭାଙ୍ଗିବା ଯୋଜନା ରହିଛି । ଏହି ବ୍ରିଜକୁ ଆଗାମୀ ପିଢ଼ି ପାଇଁ ସଂରକ୍ଷିତ କରାଯିବା ଆବଶ୍ୟକ ।

ଭାରତୀୟ ରେଳୱେ ପକ୍ଷରୁ ପମ୍ବନ ବ୍ରିଜକୁ ସ୍ବତନ୍ତ୍ର ସ୍ଥଳ ମାନ୍ୟତା ଦେବାକୁ ଜାରି ରହିଛି ପ୍ରୟାସ । ତେବେ ଏହି ପ୍ରୟାସ ବାରମ୍ବାର ବିଫଳ ହେଉଛି । ଟ୍ରେନକୁ ନେଇ ରୁଚି ରଖୁଥିବା ଲୋକେ ଓ ସ୍ଥାନୀୟ ବାସନ୍ଦା ଏହି ଇଞ୍ଜିନିୟରିଂର ଚମତ୍କାରିତା ସହ ଭାବନାତ୍ମକ ରୂପରେ ଜଡ଼ିତ । ଏହି ଭାବନାର ଅସ୍ତିତ୍ବ ରେଳ ବିଭାଗର ନିଷ୍ପତି ଉପରେ ନିର୍ଭରଶୀଳ । ଏହି ବ୍ରିଟିଶ କାଳର ସର୍ବପୂରାତନ ବ୍ରିଜ ସଂରକ୍ଷିତ ହୋଇ ରହିବ ସେହି ଆଶାରେ ରାମେଶ୍ବରମ ବାସିନ୍ଦା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.