ETV Bharat / bharat

ବିହାର ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ: କହିଲେ ସାମାଜରେ ଘୃଣା ବିସ୍ତାର କରୁଛି ରାମଚରିତମାନସ

author img

By

Published : Jan 12, 2023, 4:15 PM IST

ରାମଚରିତମାନସ ଗ୍ରନ୍ଥ ସମ୍ପର୍କରେ ବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ବିହାର ଶିକ୍ଷାମନ୍ତ୍ରୀ । କହିଲେ ସାମାଜରେ ଘୃଣା ବିସ୍ତାର କରୁଛି ଏହି ଧର୍ମଗ୍ରନ୍ଥ ।

ବିହାର ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ
ବିହାର ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ

ପାଟନା: ହିନ୍ଦୁ ଧର୍ମଗ୍ରନ୍ଥ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଫସିଛନ୍ତି ବିହାର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର । RJD ନେତା ତଥା ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ, "ରାମାୟଣକୁ ନେଇ ରଚିତ ରାମଚରିତମାନସ ସମାଜରେ ଘୃଣା ବିସ୍ତାର କରୁଛି । 'ରାମଚରିତମାନସ', 'ମନୁସ୍ମୃତି' ଓ 'ବଞ୍ଚ ଅଫ୍ ଥଟ୍' ସମାଜରେ ବିଭେଦତା ସୃଷ୍ଟି କରୁଛି । ଦଳିତ, ପଛୁଆବର୍ଗ ଓ ମହିଳାଙ୍କୁ ଶିକ୍ଷାରୁ ବଞ୍ଚିତ କରୁଛି ।" ନାଳନ୍ଦା ମୁକ୍ତ ବିଶ୍ବବିଦ୍ୟାଳୟର ୧୫ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ଅବସରରେ ସେ ଏହି ବୟାନ ଦେଇଛନ୍ତି । ଯାହାକୁ ନେଇ ଏବେ ଚାରିଆଡେ ବିବାଦ ଜୋର ଧରିଛି ।

  • Bihar Education Minister from RJD “Ramcharit Manas spreads hatred”

    Few days ago Jagdanand Singh said “Ram Janmbhoomi is nafrat ki zameen”

    This is not Sanyog but Votebank ka Udyog

    Will action be taken?

    RJD bats for PFI , SIMI but abuses HINDU Astha for vote? https://t.co/NiUrJ0Yugt pic.twitter.com/KBYs2yo48f

    — Shehzad Jai Hind (@Shehzad_Ind) January 11, 2023 " class="align-text-top noRightClick twitterSection" data=" ">

ସମାବର୍ତ୍ତନ ଉତ୍ସବରେ ଶିକ୍ଷାମନ୍ତ୍ରୀଙ୍କ ସହ ବିହାର ରାଜ୍ୟପାଳ ଫଗୁ ଚୌହାନ ଉପସ୍ଥିତ ଥିଲେ । ଏହି ସମୟରେ ମନ୍ତ୍ରୀ କହିଥିଲେ ଯେ, "ରାମଚରିତମାନସକୁ ବିରୋଧ କରାଗଲା କାରଣ ସମାଜର ତଳୁଆ ବର୍ଗର ଲୋକେ ଶିକ୍ଷିତ ହେଲେ ସମାଜ ବିଷାକ୍ତ ହୋଇଯାଏ ବୋଲି ଏଥିରେ ଉଲ୍ଲେଖ ଅଛି । ଏହା ଦଳିତ, ପଛୁଆ ବର୍ଗ ଓ ମହିଳାଙ୍କ ଶିକ୍ଷାକୁ ବିରୋଧ କରେ । ରାମଚରିତମାନସ, ମନୁସ୍ମୃତି, ଏମ୍ ଏସ୍ ଗୋଲୱାଲକରଙ୍କ ବଞ୍ଚ ଅଫ୍ ଥଟ୍ ଭଳି ପୁସ୍ତକ ସାମାଜିକ ବିଭେଦ ସୃଷ୍ଟି କରୁଛି । ଘୃଣାର ମଞ୍ଜି ବୁଣୁଛି । ଗୋଟିଏ ରାଷ୍ଟ୍ର କେବଳ ସ୍ନେହ ପ୍ରେମ ଦ୍ବାରା ମହାନ ହୋଇପାରିବ । ସେଥିପାଇଁ ଲୋକମାନେ ମନୁସ୍ମୃତିକୁ ପୋଡିଦେଲେ ।''

ବିହାର ମନ୍ତ୍ରୀଙ୍କ ଏପରି ବୟାନ ପରେ ବିବାଦ ଜୋର ଧରିଛି । ବିରୋଧଠାରୁ ଆରମ୍ଭ କରି ସାଧୁସନ୍ଥ ମନ୍ତ୍ରୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ବିଜେପି ଜାତୀୟ ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି, "ଏହା ସଂଯୋଗ ନୁହେଁ, ବରଂ ଭୋଟବ୍ୟାଙ୍କ୍‌ର ଉଦ୍ୟୋଗ । କିଛି ଦିନ ତଳେ RJD ନେତା ଜଗଦାନନ୍ଦ ସିଂହ ରାମ ଜନ୍ମଭୂମିକୁ ଘୃଣାର ଭୂମି ବୋଲି କହିଥିଲେ । ଏବେ ଶିକ୍ଷାମନ୍ତ୍ରୀ ରାମଚରିତମାନସ ଘୃଣା ବିସ୍ତାର କରୁଥିବା କହୁଛନ୍ତି । ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନିଆଯିବ କି ? RJD ଭୋଟ ପାଇଁ PFI, CIMI ସପକ୍ଷରେ କହୁଥିବାବେଳେ ହିନ୍ଦୁ ଆସ୍ଥାକୁ ଭର୍ତ୍ସନା କରୁଛି କି ?''

ଅଯୋଧ୍ୟାର ସନ୍ଥ ଜଗଦଗୁରୁ ପରମହଂସ ଆଚାର୍ଯ୍ୟ ମନ୍ତ୍ରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରି କହିଛନ୍ତି ଯେ, ବିହାରର ଶିକ୍ଷାମନ୍ତ୍ରୀ ଯେଉଁଭଳି ଭାବେ ରାମଚରିତମାନସକୁ ଘୃଣା ବିସ୍ତାରକାରୀ ଗ୍ରନ୍ଥ କହିଲେ, ଏହାଦ୍ବାରା ସମଗ୍ର ଦେଶକୁ ଆଘାତ ହୋଇଛି । ଏହା ପ୍ରତିଟି ସନାତନଧର୍ମୀଙ୍କ ପାଇଁ ଅପମାନ । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରାଯାଉ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.