ETV Bharat / bharat

ଜେଲରୁ ବାହାରିଲା ଦୁଷ୍କର୍ମୀ ଓ ହତ୍ୟାକାରୀ ରାମରହିମ, ଗତକାଲି ମିଳିଥିଲା 21 ଦିନିଆ ପାରୋଲ - ରାମରହିମକୁ ପାରୋଲ

21 ଦିନିଆ ପାରୋଲରେ ଜେଲରୁ ବାହାରି ଉତ୍ତର ପ୍ରଦେଶ ଗଲା ଦୁଷ୍କର୍ମୀ ଓ ହତ୍ୟାକାରୀ ରାମରହିମ । ଚଳିତ ଥରକୁ ମିଶାଇ 8 ଥର ପାରୋଲ । 2017 ରେ ଦୁଇ ମହିଳାଙ୍କୁ ଦୁଷ୍କର୍ମ ଓ ଦୁଇଟି ଭିନ୍ନ ହତ୍ୟା ମାମଲାରେ ହୋଇଥିଲା ଦୋଷୀ ସାବ୍ୟସ୍ତ । ଅଧିକ ପଢନ୍ତୁ

ଜେଲରୁ ବାହାରିଲା ଦୁଷ୍କର୍ମୀ ଓ ହତ୍ୟାକାରୀ ରାମରହିମ, ଗତକାଲି ମିଳିଥିଲା 21 ଦିନିଆ ପାରୋଲ

author img

By ETV Bharat Odisha Team

Published : Nov 21, 2023, 8:33 PM IST

ଚଣ୍ଡିଗଡ: ଗତକାଲି 21 ଦିନିଆ ପାରୋଲ ପାଇଥିବା ହତ୍ୟା ଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ରାମରହିମ ଆଜି ହରିୟାଣାର ସୁନରିଆ ଜେଲରୁ ବାହାରିଛି । କଡା ସୁରକ୍ଷା ମଧ୍ୟରେ ତାକୁ ଉତ୍ତର ପ୍ରଦେଶର ବର୍ଣ୍ଣୱା ଆଶ୍ରମକୁ ନିଆଯାଇଛି । 2017 ରେ ଗିରଫ ହେବା ପରେ ରାମ ରହିମକୁ ପୂର୍ବରୁ ମୋଟ 7 ଥର ପରୋଲ ମିଳିସାରିଛି । ଚଳିତ ଥରକୁ ମିଶାଇ ସେ 8 ଥର ଜେଲ ବାହାରକୁ ଆସିଛି ।

କେବେ ଜେଲରୁ ରାମ ରହୀମ ବାହାରିଥିଲେ ?

  1. 24 ଅକ୍ଟୋବର 2020: ଗୁରୁଗ୍ରାମର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନିଜ ଅସୁସ୍ଥ ମା’ଙ୍କୁ ଭେଟିବା ପାଇଁ ପ୍ରଥମ ଥର ଗୁରୁମିତ ରାମରହିମକୁ ଦିନକିଆ ପାରୋଲ ମିଳିଥିଲା ।
  2. 21 ମେ’ 2021: ଦ୍ୱିତୀୟ ଥର ପାଇଁ ରାମରହିମକୁ ପୁଣି ଅସୁସ୍ଥ ମା’ଙ୍କୁ ଭେଟିବା ପାଇଁ 12 ଘଣ୍ଟିଆ ପାରୋଲ ଦିଆଯାଇଥିଲା ।
  3. 7 ଫେବୃଆରୀ 2022: ତୃତୀୟ ଥର ପାଇଁ ନିଜ ପରିବାର ସଦସ୍ୟଙ୍କୁ ଭେଟିବା ପାଇଁ 21 ଦିନିଆ ପାରୋଲରେ ଆସିଥିଲା ରାମରହିମ ।
  4. ଜୁନ୍ 2022: ଚତୁର୍ଥ ଥର ପାଇଁ ମିଳିଥିଲା 30 ଦିନିଆ ପାରୋଲ । ଏହି ସମୟ ମଧ୍ୟରେ ସେ ବାଗପାଟର ଆଶ୍ରମରେ ରହିଥିଲା ।
  5. 14 ଅକ୍ଟୋବର 2022: ପଞ୍ଚମ ଥର ପାଇଁ ତାଙ୍କୁ ସର୍ବାଧିକ 40 ଦିନିଆ ପାରୋଲ ଦିଆଗଲା । ଏହି ସମୟ ମଧ୍ୟରେ ସେ ବାଗପାଟର ଆଶ୍ରମରୁ 3ଟି ମ୍ୟୁଜିକ୍ ଭିଡିଓ ମଧ୍ୟ ରିଲିଜ୍ କରିଥିଲେ । ଯାହା ବେଶ ଚର୍ଚ୍ଚାରେ ଥିଲା ।
  6. 21 ଜାନୁଆରୀ 2023: 6ଷ୍ଠ ଥର ପାଇଁ ଶାହ ସତନାମ ସିଂଙ୍କ ଜନ୍ମ ବାର୍ଷିକୀରେ ଯୋଗଦେବା ପାଇଁ ରାମ ରହିମଙ୍କୁ ପୁଣି 40 ଦିନ ପାରୋଲ ମିଳିଥିଲା ।
  7. 20 ଜୁଲାଇ 2023: ସପ୍ତମ ଥର ପାଇଁ ରାମରହିମଙ୍କୁ 30 ଦିନ ପାରୋଲରେ ଜେଲରୁ ବାହାରିବା ପାଇଁ ଅନୁମତି ମିଳିଥିଲା ।
  8. ଏବେ ସେ 8ମ ଥର ପାଇଁ ତିନିସପ୍ତାହ ବା 21 ଦିନିଆ ପାରୋଲରେ ବାହାରିଛି । ତେବେ ଚଳିତ ଥର ପାରୋଲ ମଞ୍ଜୁରି ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ କାରଣ ସ୍ପଷ୍ଟ ହୋଇନି ।

ଏହା ମଧ୍ୟ ପଢନ୍ତୁ :- ପୁଣି 21 ଦିନିଆ ପାରୋଲରେ ଜେଲରୁ ବାହାରିବ ରାମ ରହିମ

ସୂଚନା ଯୋଗ୍ୟ 2017 ମସିହାରେ ଦୁଇ ମହିଳା ସହଯୋଗୀଙ୍କୁ ଦୁଷ୍କର୍ମ ଓ ଅନ୍ୟ ଦୁଇଟି ଭିନ୍ନ ଭିନ୍ନ ହତ୍ୟା ଘଟଣାରେ କେନ୍ଦ୍ରୀୟ ସଂସ୍ଥା ସିବିଆଇ ରାମରହିମକୁ ଗିରଫ କରିଥିଲା । ଲକ୍ଷାଧିକ ସମର୍ଥକ ଥିବା ରାମରହିମକୁ ଗିରଫ କରିବା ସମୟରେ ମଧ୍ୟ ତଦନ୍ତକାରୀ ସଂସ୍ଥାକୁ ବେଶ କଶରତ କରିବାକୁ ପଡିଥିଲା । ଆଇନ ଶୃଙ୍ଖଳା ସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ସମସ୍ତ ମାମଲାରେ ତାକୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ସିବିଆଇ କୋର୍ଟ ତାକୁ 20 ବର୍ଷ କାରାଦଣ୍ଡ ଓ ଦୁଇଟି ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲା । ଦଣ୍ଡ ଶୁଣାଣି ପରେ ତାଙ୍କୁ 2017 ମସିହା 25 ଅଗଷ୍ଟରେ ତାକୁ ହରିୟାଣାର ସୁନରିଆ ଜେଲକୁ ପଠାଯାଇଥିଲା । ଯେଉଁଠାରେ ସେ ସଜ୍ଜା କାଟୁଛି । ଏବେ ବି ପଞ୍ଜାବ ଓ ହରିୟାଣାରେ ତାର ବହୁ ସମର୍ଥକ ରହିଥିବା କାରଣରୁ, ତାକୁ ପାରୋଲ ମିଳିଲେ ବିଭିନ୍ନ ଆଶଙ୍କା ପ୍ରକାଶ ପାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.