ଗାନ୍ଧୀନଗର: ଗୁଜୁରାଟର ଆନନ୍ଦ ଜିଲ୍ଲାର ଖମ୍ବଟରେ ରାମନବମୀରେ ସାମ୍ପ୍ରଦାୟିକ ହିଂସା ଘଟଣାରେ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଏହି ଘଟଣା ଏକ ପୂର୍ବ ଯୋଜନା ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ପୋଲିସ ମୁଖ୍ୟ ।
ଖମ୍ବତରେ ରାମବମୀରେ ଏକ ଶୋଭାଯାତ୍ରା ବାହାରିଥିବା ବେଳେ ଏହାକୁ ବିରୋଧ କରି ଏଠାରେ ଅଭିଯୁକ୍ତ ମାନେ ପଥର ଭିଙ୍ଗିବା ଆରମ୍ଭ କରିଥିଲେ । ଏନେଇ ପୂର୍ବରୁ ଯୋଜନା ହୋଇଥିବାବେଳେ ଅଭିଯୁକ୍ତଙ୍କୁ ଏଥି ପାଇଁ ଅର୍ଥ ଦିଆଯିବା ନେଇ ମଧ୍ୟ କୁହାଯାଇଥିଲା । ଏନେଇ ଅଭିଯୋଗ ପରେ ଏପର୍ଯ୍ୟନ୍ତ ୯ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣାର ମାଷ୍ଟର ମାଇଣ୍ଡ ମୌଲଭି ରାଡଜାକ ପଟ୍ଟେଲ ବୋଲି ପୋଲିସ ତରଫରୁ କୁହାଯାଇଛି । ରାମନବମୀରେ ହୋଇଥିବା ଏହି ହିଂସା ଘଟାଇବାରେ ବିଦେଶ ଲୋକଙ୍କ ହାତ ମଧ୍ୟ ରହିଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି ।
ରାମନବମୀରେ ଧାର୍ମିକ ଶୋଭାଯାତ୍ରାକୁ ବିରୋଧ କରିବା ସହ ଭବିଷ୍ୟତରେ ଏପରି ନକରିବା ଏହି ହିଂସାର ମୂଳ ଉଦ୍ଦେଶ୍ୟ ରହିଥିଲା । ରାମନବମୀର ୩ଦିନ ପୂର୍ବରୁ ଅଭିଯୁକ୍ତ ଏହି ପ୍ଲାନ କରିଥିଲେ । ଏହାପରେ ରାମନବମୀରେ ହେଉଥିବା ଶୋଭାଯାତ୍ରାରେ ପଥର ଫିଙ୍ଗିବା ଆରମ୍ଭ କରିଥିଲେ । ଏନେଇ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।
@ANI