ETV Bharat / bharat

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ: ଲାଲୁ-ନୀତିଶଙ୍କୁ ନିମନ୍ତ୍ରଣ କରିବ ଟ୍ରଷ୍ଟ - ନୀତିଶଙ୍କୁ ନିମନ୍ତ୍ରଣ

Ram Mandir Opening Ceremony: ଆସନ୍ତା ୨୨ ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ପାଇଁ ସୃଷ୍ଟି ହୋଇ ଅଡୁଆ ପରିସ୍ଥିତି । ଅଧିକ ପଢନ୍ତୁ

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ
ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ
author img

By ETV Bharat Odisha Team

Published : Jan 3, 2024, 10:40 PM IST

ପାଟନା: ଆସନ୍ତା ୨୨ ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଯେଉଁଥିରେ ରାମଭକ୍ତଙ୍କୁ ସାମିଲ କରିବାକୁ ନିମନ୍ତ୍ରଣ କରିଛି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ । ସେପଟେ ରାଜନୈତିକ ଦୃଷ୍ଟିକୋଣରୁ ମଧ୍ୟ ଏହା ଗୁରୁତ୍ବ ବହନ କରୁଛି । ଏହି ପ୍ରତିଷ୍ଠା ଦିବସକୁ କେନ୍ଦ୍ରର ଭାଜପା ସରକାର ବିଶ୍ବସ୍ତରୀୟ କରିବାକୁ ଯୋଜନା କରିଛନ୍ତି । ଏଭଳି ସ୍ଥିତିରେ ହରଡ଼ଘଣାରେ ପଡିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ।

ଅପରପକ୍ଷେ, ପ୍ରତିଷ୍ଠା ଦିବସରେ ସାମିଲ ହେବା ବିରୋଧୀଙ୍କୁ ଧର୍ମସଙ୍କଟରେ ଛିଡ଼ା କରିଛି । ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦିଆଯାଇଥିବାବେଳେ ତାହାକୁ ଗ୍ରହଣ କରିବେ ନା ନାହିଁ ସେନେଇ ଚିନ୍ତାରେ ପଡିଛନ୍ତି ବିରୋଧୀ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଆଗାମୀ ନିର୍ବାଚନରେ ଏହି ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗକୁ ମୁଦ୍ଦା କରିପାରେ ବିଜେପି । ଏହାରି ଭିତରେ ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରଣ ପାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ । ଏହି ଦୁଇ ଜଣଙ୍କୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।

ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ସଦସ୍ୟ କାମେଶ୍ବର ଚୌପାଲ ବିହାର ରାଜଧାନୀ ପାଟଣାରେ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ଭେଟିବା ପାଇଁ ଚିଠି ଲେଖିଛନ୍ତି । ସେ ନିମନ୍ତ୍ରଣ ପତ୍ର ଓ ଅକ୍ଷତ ଚାଉଳ ପ୍ରଦାନ କରିବାକୁ ଚାହୁଁଥିବା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି । ଏଣୁ ମୁଖ୍ୟମନ୍ତ୍ରୀ ନିତିଶ କୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କୁ ସାକ୍ଷାତ ପାଇଁ ସମୟ ମାଗିଛନ୍ତି କାମେଶ୍ବର ଚୌପାଲ । ହେଲେ ଟ୍ରଷ୍ଟର ସଦସ୍ୟଙ୍କୁ ଭେଟିବା ପାଇଁ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନିତିଶ କିମ୍ବା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ପକ୍ଷରୁ କୌଣସି ସମୟ ଦିଆଯାଇନାହିଁ ।

ଏହା ମଧ୍ୟ ପଢନ୍ତୁ...ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ: ଅଯୋଧ୍ୟାରେ ହୋଟେଲ ବୁକିଂ ବେଳେ ଅତିଥି ଦେଖାଇବେ ନିମନ୍ତ୍ରଣପତ୍ର

ତେବେ ଆଗକୁ କ'ଣ ହେବ? ମୁଖ୍ୟମନ୍ତ୍ରୀ ନିତିଶ କୁମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ କେଉଁ ନିଷ୍ପତ୍ତି ନେବେ? ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ସଦସ୍ୟଙ୍କୁ ଭେଟିବେ କି ନାହିଁ ଏଭଳି ତମାମ ପ୍ରଶ୍ନକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ଗୋଟିଏ ପଟେ ଟ୍ରଷ୍ଟର ସଦସ୍ୟଙ୍କ କହିବା କଥା, "ଉଭୟ ହେଉଛନ୍ତି ପ୍ରତିଷ୍ଠିତ ବ୍ୟକ୍ତିତ୍ବ । ଏଭଳି ପୁଣ୍ୟ କାର୍ଯ୍ୟରେ ସେମାନେ ନିଶ୍ଚିତ ସାମିଲେ ହେବେ ବୋଲି ବିଶ୍ବାସ ରହିଛି ।"

ସେପଟେ ବିରୋଧୀ ଦଳର ବହୁ ନେତା କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିବେ ବୋଲି ନିଷ୍ପତ୍ତି ନେଇଥିବା କୁହାଯାଉଛି । ଆଉ ନୀତିଶ କିମ୍ବା ଲାଲୁ ଯଦି ସେଭଳି କରନ୍ତି ତେବେ ସେମାନଙ୍କୁ 'ସନାତନ ବିରୋଧୀ' କହି ଟାର୍ଗେଟ କରିପାରେ ବିଜେପି । ଏଭଳି ସ୍ଥିତିରେ ନୀତିଶ କୁମାର ଏବଂ ଲାଲୁ ଯାଦବ କେଉଁ ନିଷ୍ପତ୍ତି ନେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.