ETV Bharat / bharat

Betrayal Day: ଆଜି ଚାଷୀ ପାଳିବେ ବିଶ୍ବାସଘାତକ ଦିବସ

author img

By

Published : Jan 30, 2022, 10:28 PM IST

Updated : Jan 31, 2022, 7:36 AM IST

କିଛି ଦିନର ନୀରବତା ପରେ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ କୃଷକ ନେତା ରାକେଶ ଟିକାୟତ । କହିଲେ ଦେଇଥିବା ପ୍ରତିଶ୍ରୁତି ଭୁଲିଗଲା କେନ୍ଦ୍ର । ଏନେଇ ଆଜି ଚାଷୀ ପାଳିବେ ବିଶ୍ବାସଘାତକ ଦିବସ । ଅଧିକ ପଢନ୍ତୁ

କେନ୍ଦ୍ରକୁ ଟିକାୟତଙ୍କ ଟାର୍ଗେଟ, ଆସନ୍ତାକାଲି ଚାଷୀ ପାଳିବେ ବିଶ୍ବାସଘାତ ଦିବସ

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ପ୍ରତ୍ୟାହାର ବେଳେ ଦେଇଥିବା ପ୍ରତିଶ୍ରୁତି ସମ୍ପର୍କରେ ଭୁଲିଗଲା କେନ୍ଦ୍ର । ତେଣୁ ଆଜି ଦେଶବ୍ୟାପୀ ବିଶ୍ବାସଘାତକ ଦିବସ (Betrayal Day) ପାଳିବେ ଚାଷୀ । ଏନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭାରତୀୟ କିଶାନ ୟୁନିୟନ ମୁଖ୍ୟ ପ୍ରବକ୍ତା ରାକେଶ ଟିକୟତ ।

ଟିକାୟତ କହିଛନ୍ତି, ଗତବର୍ଷ ଡିସେମ୍ବର 9 ତାରିଖରେ ସରକାରଙ୍କ ପ୍ରତିଶ୍ରୁତି ପତ୍ର ଆଧାରରେ ଦିଲ୍ଲୀ ସୀମାରେ ଦୀର୍ଘ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ ଚାଷୀ । ତେବେ ଆନ୍ଦୋଳନ ଶେଷ କରିବା ପରେ ସରକାର ଚାଷୀଙ୍କ ସହ ବିଶ୍ବାସଘାତକତା କରିଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ସୁଦ୍ଧା ମଧ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ ।

ତେଣୁ ଚାଷୀମାନେ ପୁଣି ସରକାରଙ୍କୁ ଉକ୍ତ ପ୍ରତିଶ୍ରୁତି ସମ୍ପର୍କରେ ଅବଗତ କରାଇବା ପାଇଁ ଦେଶବ୍ୟାପୀ ଆଜି ବିଶ୍ବାସଘାତକ ଦିବସ ଭାବେ ପାଳନ କରିବେ । ଡିସେମ୍ବର 9ରେ ସରକାର ଦେଇଥିବା ଚିଠି ଆଧାରରେ ଏହି ଆନ୍ଦୋଳନ ସ୍ଥଗିତ ରଖାଯାଇଥିଲା କିନ୍ତୁ ସରକାର ଚାଷୀଙ୍କୁ ଠକିଲେ ବୋଲି କହିଛନ୍ତି ରାକେଶ ଟିକାୟତ ।

NDA ନିୟନ୍ତ୍ରଣାଧୀନ କେନ୍ଦ୍ର ସରକାର ଦ୍ବାରା ଅଣାଯାଇଥିବା କେନ୍ଦ୍ରୀୟ କୃଷି ଆଇନକୁ ବିରୋଧ କରି 2020 ନଭେମ୍ବରରେ ଦିଲ୍ଲୀ ସୀମା ସହ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଆରମ୍ଭ କରିଥିଲେ ଚାଷୀ । ତେବେ ପ୍ରାୟ ଦେଢ ବର୍ଷର ଆନ୍ଦୋଳନ ପରେ ସରକାରଙ୍କ ପ୍ରତିଶ୍ରୁତି କ୍ରମେ ଏହି ଆନ୍ଦୋଳନ ଶେଷ ହୋଇଥିଲା । କୃଷି ଆଇନ ରଦ୍ଦ, ସର୍ବନିମ୍ନ ସହାୟକ ମୂଲ୍ୟ (MSP) ଉପରେ ଗ୍ୟାରେଣ୍ଟି ପ୍ରଦାନ ଆଦି ପ୍ରସଙ୍ଗରେ ସରକାର ଓ ଚାଷୀଙ୍କ ମଧ୍ୟରେ ସହମତି ପ୍ରକାଶ ପାଇବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

ଗତ ଶୀତ ଅଧିବେଶନରେ କୃଷି ଆଇନ ବିଧିବଦ୍ଧ ଭାବେ ପ୍ରତ୍ୟାହୃତ ହୋଇସାରିଥିବା ବେଳେ MSP ଉପରେ କମିଟି ଗଠନ ନେଇ ହୋଇଥିବା ସହମତି ଉପରେ ସରକାର କିଛି ଆଗେଇ ନଥିବା ଟିକାୟତ ଅଭିଯୋଗ କରିଛନ୍ତି । ତେବେ ସାରା ଦେଶରେ ଜାନୁଆରୀ ୩୧ରେ ବିଶ୍ବାସଘାତକ ଦିବସ ପାଳନ କରାଯିବା ନେଇ କହିଥିଲେ ଚାଷୀ ନେତା ଟିକାୟତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 31, 2022, 7:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.