ETV Bharat / bharat

ଭାରତୀୟ କିଷାନ ସଂଗଠନରୁ ରାକେଶ ଟିକାୟତ ବିଦା

author img

By

Published : May 16, 2022, 8:10 AM IST

Updated : May 16, 2022, 8:27 AM IST

ଭାରତୀୟ କିଷାନ ସଂଗଠନରୁ(BKU) ବହିଷ୍କୃତ ହେଲେ ସଂଗଠନର ମୁଖପାତ୍ର ରାକେଶ ଟିକାୟତ ଓ ତାଙ୍କର ଭାଇ ତଥା ଦଳର ସଭାପତି ନରେଶ ଟିକାୟତ । ଅଧିକ ପଢନ୍ତୁ

BKUରୁ ବହିଷ୍କୃତ ରାକେଶ ଟିକାୟତ
BKUରୁ ବହିଷ୍କୃତ ରାକେଶ ଟିକାୟତ

ନୂଆଦିଲ୍ଲୀ: ଭାରତୀୟ କିଷାନ ସଂଗଠନରୁ ବହିଷ୍କୃତ ହୋଇଛନ୍ତି ସଂଗଠନର ମୁଖପାତ୍ର ରାକେଶ ଟିକାୟତ । ଖାଲି ରାକେଶ ନୁହନ୍ତି ତାଙ୍କ ଭାଇ ତଥା ଦଳର ସଭାପତି ନରେଶ ଟିକାୟତ ମଧ୍ୟ ଦଳରୁ ବହିଷ୍କାର ହୋଇଛନ୍ତି । କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ବର୍ଷେରୁ ଅଧିକ ସମୟ ଧରି ନେତୃତ୍ବ ନେଇଥିବା ନେତା ଥିଲେ ରାକେଶ ଟିକାୟତ । ରବିବାର ତାଙ୍କୁ ବିକେୟୁରୁ (Bharatiya Kisan Union) ବହିଷ୍କାର କରାଯାଇଛି ।

ଟିକାୟତ ଭାତ୍ରା ରାଜନୀତି ପାଇଁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସ୍ବାର୍ଥ ପାଇଁ କାମ କରୁଥିବା ଚାଷୀ ନେତାମାନେ ଅଭିଯୋଗ କରିଥିଲେ । ଏ ନେଇ ଟିକାୟତ ଭାତ୍ରାଙ୍କୁ ଦଳରୁ ବାହାର କରାଯାଇଛି । ଯିଏ ଦିନେ ଦଳର ମଙ୍ଗ ଧରିଥିଲେ ମାତ୍ର 6 ମାସ ଭିତରେ ଏମିତି କଣ ହେଲା ଯେ ସଂଗଠନରେ ଫାଟ ସୃଷ୍ଟି ହେଲା, ଏହା ଏକ ବଡ ପ୍ରଶ୍ନ ହୋଇଛି । ଦିନେ ଆନ୍ଦୋଳନ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଲେ । ଆଉ ଏବେ ତାଙ୍କୁ ତାଙ୍କ ସଂଗଠନ ପକ୍ଷରୁ ବଡ ଝଟକା ଲାଗିଛି । ସଂଗଠନର କିଛି ସଦସ୍ୟ ଟିକାୟତଙ୍କ ରାଜନୈତିକ ଗତିବିଧିକୁ ନେଇ ଅସନ୍ତୁଷ୍ଟ ଥିଲେ । ଟିକାୟତ ରାଜନୀତି କରୁଥିବା ଅଭିଯୋଗ କରି ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି ।

ଟିକାୟତ ଭ୍ରାତାଙ୍କୁ ବହିଷ୍କାର କରାଯିବା ପର ଭାରତୀୟ କିଷାନ ୟୁନିୟନ ଦୁଇଭାଗ ହୋଇଛି । ନରେଶଙ୍କ ସ୍ଥାନରେ କୃଶକ ନେତା ରାଜେଶ ସିଂଙ୍କୁ ନୂଆ ମୁଖ୍ୟ କରାଯାଇଛି । ଗଠିତ ନୂଆ ସଂଗଠନ କୌଣସି ରାଜନୈତିକ ଦଳ ପାଇଁ କାର୍ଯ୍ୟ କରିବ ନାହିଁ ବୋଲି ସହିଛନ୍ତି ରାଜେଶ ସିଂ ଚୌହାନ ।

Last Updated : May 16, 2022, 8:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.