ETV Bharat / bharat

ଆଜି ରାଜ୍ୟସଭା ହୋଇପାରେ ସ୍ବାଭାବିକ; ଶାସକ-ବିରୋଧୀଙ୍କ ମଧ୍ୟରେ ସହମତି !

author img

By

Published : Aug 4, 2021, 10:53 AM IST

ଆଜି (ବୁଧବାର) ମଧ୍ୟ ସଂସଦ ସ୍ବାଭାବିକ ହେବ ନା ପୁଣି ଧୋଇଯିବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ, ରାଜ୍ୟସଭାରେ ଫେରିପାରେ ସ୍ବାଭାବିକ ସ୍ଥିତି । ଅଧିକ ପଢନ୍ତୁ...

Rajyasabha
Rajyasabha

ନୂଆଦିଲ୍ଲୀ: ଗତ ମାସ ୧୯ ତାରିଖରୁ ଆରମ୍ଭ ହୋଇଥିବା ସଂସଦ ମୌସୁମୀ ଅଧିବେଶନର ଆଜି ତ୍ରୟୋଦଶ ଦିବସ । ଅଧିବେଶନ ଚଳିତ ମାସ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଅଧିବେଶନରେ ଆଶା ଜନକ କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଉଭୟ ସଦନରେ ହୋଇପାରି ନାହିଁ । ଗୋଟିଏ ପଟେ ସଂସଦ ଅଚଳ । ଅନ୍ୟପଟେ କରଦାତାଙ୍କ ଅର୍ଥ ଅପଚୟକୁ ଦେଶବାସୀ ଗ୍ରହଣ କରିବା ସ୍ଥିତିରେ ନାହାଁନ୍ତି । ବିରୋଧୀ ସରକାର ନିଜ ନିଜ ଜିଦରେ ଅଟଳ ଥିବାରୁ ସ୍ଥିତି ଏଭଳି ଉତ୍ପନ୍ନ ହୋଇଛି ।

ଆଜି (ବୁଧବାର) ମଧ୍ୟ ସଂସଦ ସ୍ବାଭାବିକ ହେବ ନା ପୁଣି ଧୋଇଯିବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ, ରାଜ୍ୟସଭାରେ ଫେରିପାରେ ସ୍ବାଭାବିକ ସ୍ଥିତି । ଗତକାଲି ବସିଥିବା ବିଜନେସ ଆଡଭାଇଜରୀ କାଉନସେଲିଂ(BAC) ବୈଠକରେ ରାଜ୍ୟସଭାରେ ଅଚଳାବସ୍ଥା ଦୂର ପାଇଁ ଶାସକ- ବିରୋଧୀ ସାଂସଦଙ୍କ ମଧ୍ୟରେ ସହମତି ହୋଇଥିବା ଜଣାପଡିଛି । ସେହି ଅନୁସାରେ ଆଜି ପାଇଁ ୭ ଟି ବିଲ ଆଗତ ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିପାଇଁ ଆବଶ୍ୟକ ସମୟ ମଧ୍ୟ ଆବଣ୍ଟିତ ହୋଇଛି । ତେବେ ଉଚ୍ଚ ସଦନ କେତେ ସ୍ବାଭାବିକ ହେଉଛି ତାହା ଉପରେ ଏହି ବିଲର ଭାଗ୍ୟ ନିର୍ଭର କରୁଛି ।

ବିରୋଧୀ ଦଳ ଗୁଡିକ ପେଗାସସ, କୃଷି ଆଇନ ଭଳି କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ଅଡି ବସିଥିବା ବେଳେ, ସରକାର କୃଷି ଆଇନ ସମ୍ପର୍କରେ ଆଲୋଚନା ପାଇଁ ସହମତି ହୋଇଛନ୍ତି । ଏହାବାଦା ସରକାରୀ-ବିରୋଧୀ ଦଳଙ୍କୁ ନେଇ ରାଜ୍ୟସଭା ସଭାପତି ଏମ ଭେଙ୍କେୟା ନାଇଡୁ କରିଥିବା ଉଦ୍ୟମ ସଫଳ ହୋଇଛି । ଯଦି ସବୁ ଠିକ ଠାକ ଆଜି ହୁଏ ତେବେ ରାଜ୍ୟସଭା ସ୍ବାଭାବିକ ହୋଇପାରେ ।

ଅନ୍ୟପଟେ ଲୋକସଭାକୁ ନେଇ ବର୍ତ୍ତମାନ ସୁଦ୍ଧା ସରକାର-ବିରୋଧୀଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ । କେବଳ ଗଣମାଧ୍ୟମରେ ଉଭୟ ପକ୍ଷ ନିଜ ନିଜ ମତ ରଖି କାମ ସାରି ଦେଉଛନ୍ତି । ଏପରି ସ୍ଥିତିରେ ଲୋକସଭା କିଭଳି ଚାଲିବ ତାହା ଉପରେ ସମସ୍ତଙ୍କ ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.