ଉତ୍ତରାଖଣ୍ଡ: ମହାମାରୀ କରୋନା ପ୍ରଭାବ କମିବା ପରେ ଉତ୍ତରାଖଣ୍ଡର ବିଶ୍ବ ପ୍ରସିଦ୍ଧ ଚାରିଧାମ ଯାତ୍ରା ପାଇଁ ଏବେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ତୀର୍ଥଯାତ୍ରୀମାନେ ଏଠାକୁ ଯିବା ଆରମ୍ଭ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଅର୍ଥାତ ଋଷିକେଶର ଚାରିଧାମ ଯାତ୍ରା ପାଇଁ ତୀର୍ଥଯାତ୍ରୀଙ୍କ ନିମନ୍ତେ ରାଜ୍ୟସଭା ସାଂସଦ ନରେଶ ବନସଲ ୨୫ଟି ବସ୍ ସେବା ଯୋଗାଇଛନ୍ତି ।
-
Uttarakhand | We're ensuring that Char Dham Yatra will be safe & comfortable for people & that they should remain healthy throughout the yatra. Teams of doctors & nurses from social orgs will be providing health services to devotees during the yatra across the state: CM PS Dhami pic.twitter.com/FZ6h03Z36s
— ANI UP/Uttarakhand (@ANINewsUP) May 2, 2022 " class="align-text-top noRightClick twitterSection" data="
">Uttarakhand | We're ensuring that Char Dham Yatra will be safe & comfortable for people & that they should remain healthy throughout the yatra. Teams of doctors & nurses from social orgs will be providing health services to devotees during the yatra across the state: CM PS Dhami pic.twitter.com/FZ6h03Z36s
— ANI UP/Uttarakhand (@ANINewsUP) May 2, 2022Uttarakhand | We're ensuring that Char Dham Yatra will be safe & comfortable for people & that they should remain healthy throughout the yatra. Teams of doctors & nurses from social orgs will be providing health services to devotees during the yatra across the state: CM PS Dhami pic.twitter.com/FZ6h03Z36s
— ANI UP/Uttarakhand (@ANINewsUP) May 2, 2022
ପ୍ରଥମ ଦିନରେ ପ୍ରାୟ ହଜାର ଯାତ୍ରୀ ଋଷିକେଶରୁ ଗଙ୍ଗୋତ୍ରି ଏବଂ ଯମୁନୋତ୍ରିଧାମ ଅଭିମୁଖେ ଯାତ୍ରା କରିଥିଲେ । ଏଥିସହିତ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ଚାରିଧାମ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ଘରୋଇ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ପ୍ରଦାନ କରାଯାଉଥିବା ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇଛନ୍ତି । ଯେଉଁଥିରେ ସାମାଜିକ ସଂଗଠନର ଡାକ୍ତର ଏବଂ ନର୍ସମାନଙ୍କର ଟିମ୍ ସମଗ୍ର ରାଜ୍ୟରେ ଭକ୍ତମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇଦେବେ ।
ସୂଚନାନୁସାରେ ସୋମବାର ଠାରୁ ଗଙ୍ଗୋତ୍ରି ଏବଂ ଯମୁନୋତ୍ରି ଧାମର ଦ୍ବାର ଖୋଲିବା ସହିତ ଚାରିଧାମ ଯାତ୍ରା ଆରମ୍ଭ ହେବ । ଏହାପରେ କେଦାରନାଥ ଧାମର ଦ୍ବାର ମେ ୬ରେ ଏବଂ ବଦ୍ରିନାଥ ମେ ୮ରେ ଖୋଲିବ । ଏଥର ବହୁ ସଂଖ୍ୟାରେ ଭକ୍ତ ଚାରିଧାମ ଯାତ୍ରାରେ ଆସିବେ ବୋଲି ଆଶା କରାଯାଉଛି ।
ଚାରିଧାମ ଯାତ୍ରାକୁ ଯିବା ପୂର୍ବରୁ ଭକ୍ତଙ୍କ ପାଇଁ ଅନଲାଇନ୍ କିମ୍ବା ଅଫଲାଇନ୍ ରେଜିଷ୍ଟ୍ରେସନ୍ କରିବା ବାଧ୍ୟତାମୂଳକ ଅଟେ । ବର୍ତ୍ତମାନ ପର୍ଯ୍ୟନ୍ତ ୨.୫୦ ଲକ୍ଷରୁ ଅଧିକ ଭକ୍ତ ଚାରିଧାମ ଯାତ୍ରା ପାଇଁ ପଞ୍ଜୀକୃତ କରିଛନ୍ତି । କେଦାରନାଥ ପାଇଁ ସର୍ବାଧିକ ଏକ ଲକ୍ଷରୁ ଅଧିକ ଭକ୍ତ ପଞ୍ଜିକୃତ କରାଯାଇଛି ।
ଅନ୍ୟପକ୍ଷରେ କୋରୋନା ମାମଲା ଏବଂ ଭକ୍ତଙ୍କ ସଂଖ୍ୟା ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ଏହି ଯାତ୍ରା ପାଇଁ କିଛି ନିର୍ଦ୍ଦେଶନାମା ଜାରି କରିଛନ୍ତି । ସରକାରୀ ନିର୍ଦ୍ଦେଶ ଅନୁଯାୟୀ, କେବଳ ୧୫ହଜାର ଭକ୍ତ ବଦ୍ରିନାଥ ଧାମକୁ, ୧୨ ହଜାର କେଦାରନାଥ ଧାମକୁ, ୭ ହଜାର ଗଙ୍ଗୋତ୍ରି ଏବଂ ଯମୁନୋତ୍ରିକୁ ମାତ୍ର ୪ ହଜାର ଯାଇପାରିବେ । ଏହି ବ୍ୟବସ୍ଥା ଆଗାମୀ ୪୫ ଦିନ ପାଇଁ ବଳବତ୍ତର ରହିବ ।
ଉତ୍ତରାଖଣ୍ଡ ଚାରିଧାମ ପାଇଁ ପଞ୍ଜୀକରଣ ଆବଶ୍ୟକ :
ଚାରିଧାମ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଭକ୍ତଙ୍କ ପାଇଁ ପଞ୍ଜୀକରଣ ଏବଂ ଟୁରିଷ୍ଟ କେୟାର. Uk.gov.in ରେ ପଞ୍ଜିକରଣ କରିବା ଆବଶ୍ୟକ । ଏହାସହ ହରିଦ୍ବାର, ଦେହରାଡୁନ, ଚାମୋଲି, ରୁଦ୍ରପ୍ରାୟାଗ ଏବଂ ଉତ୍ତରପ୍ରଦେଶ ଜିଲ୍ଲାରେ ୨୪ଟି କେନ୍ଦ୍ର ସ୍ଥାପନ କରାଯାଇଛି । ଯେଉଁଠାରେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ପଞ୍ଜୀକୃତ କରିହେବ । ସେହିପରି କେଦାରନାଥ ଧାମ ପାଇଁ ବିମାନ ସେବା ମଧ୍ୟ ଉପଲବ୍ଧ ରହିଛି ।
ଏହାସହ ଭକ୍ତମାନେ GMVN କିମ୍ବା gmvnonline.com ୱେବସାଇଟରୁ କେଦାରନାଥ ଧାମଙ୍କୁ ହେଲିକପ୍ଟର ସେବା ବୁକ୍ କରିପାରିବେ । ସେହିପରି IRCTC ଉକ୍ତ ଯାତ୍ରା ପାଇଁ ଟୁର୍ ପ୍ୟାକେଜ୍ ପ୍ରଦାନ କରିଛି । ଏଥିପାଇଁ, IRCTC ୱେବସାଇଟ୍ (irctc.com)ରେ ଯୋଗାଯୋଗ କରାଯାଇପାରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ