ଓଡିଶା କଳା, ଭାସ୍କର୍ଯ୍ୟ ଜଗତର ଭୀଷ୍ମ ପିତାମହ ରାଜ୍ୟସଭା ସାଂସଦ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ରାଜ୍ୟସଭା ସାଂସଦ ସୁବାସ ସିଂ ଦୁଃଖ ପ୍ରକାଶ କରିଛନ୍ତି ।
କୋରୋନାରେ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ, ମୁଖ୍ୟମନ୍ତ୍ରୀଙ୍କ ଶୋକ - ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
22:09 May 09
କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ଶୋକ
22:07 May 09
ରାଜ୍ୟସଭା ସାଂସଦ ସୁବାସ ସିଂଙ୍କ ଶୋକ
22:07 May 09
ସୁଦର୍ଶନ ପଟ୍ଟନାୟକଙ୍କ ଶୋକ
ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ର ବିୟୋଗ ଘଟିଛି। ଏ ନେଇ ବିଭିନ୍ନ ମହଲରେ ଶୋକ ର ଛାୟା ଖେଳି ଯାଇଛି। ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏ ନେଇ ଗଭୀର ମର୍ମାହତ ଥିବା ପ୍ରତିକ୍ରିୟା ରେ କହିଛନ୍ତି। ବିଶେଷ କରି ଶିଳ୍ପୀ ରଘୁନାଥ ମହାପାତ୍ର ଙ୍କ ବିୟୋଗ ଓଡିଶା ର କଳା କ୍ଷେତ୍ରରେ ଏକ ବିରାଟ କ୍ଷତି ବୋଲି ସେ ମତ ରଖିଛନ୍ତି।
22:06 May 09
ରାଜ୍ୟ ସଭାପତି ସମୀର ମହାନ୍ତି ଗଭୀର ଶୋକ
ଖ୍ୟାତିସମ୍ପନ୍ନ ଭାସ୍କର୍ଯ୍ୟ ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ପଦ୍ମବିଭୁଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ରାଜ୍ୟ ସଭାପତି ସମୀର ମହାନ୍ତି ଗଭୀର ଶୋକ ବ୍ୟକ୍ତ କରି ଦୁଃଖ ପ୍ରକାଶ କରିଛନ୍ତି ।
18:27 May 09
ରଘୁନାଥଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଶୋକ

18:24 May 09
ରଘୁନାଥଙ୍କ ବିୟୋଗରେ ସଂସ୍କୃତିମନ୍ତ୍ରୀଙ୍କ ଶୋକ
ବିଶିଷ୍ଟ ସ୍ଥପତି, ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ଦୁଃଖଦ ବିୟୋଗ ବ୍ୟକ୍ତିଗତଭାବେ ମୋତେ ବ୍ୟଥିତ କରିଛି ବୋଲି କହିଛନ୍ତି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ତାଙ୍କ ବିୟୋଗ ଶିଳ୍ପୀ ଜଗତକୁ ଏକ ଦାରୁଣ ଆଘାତ । ତାଙ୍କର କଳା ନୈପୁଣ୍ୟ, ଯୁବ ଶିଳ୍ପୀଙ୍କୁ ତାଲିମ, ଓଡିଆ କଳା, ସଂସ୍କୃତିକୁ ବିଶ୍ବ ଦରବାରରେ ପହଞ୍ଚାଇବା ପ୍ରୟାସ ସବୁଦିନ ପାଇଁ ଅଭୁଲା ହୋଇ ରହିବ । ମୁଁ ତାଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୋକାତୁର ପରିବାରବର୍ଗଙ୍କୁ ଧୈର୍ଯ୍ୟ ଓ ସାହସ ପ୍ରଦାନ ପାଇଁ ଇଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ମନ୍ତ୍ରୀ କହିଛନ୍ତି ।
18:19 May 09
ରଘୁନାଥ ମହାପାତ୍ରଙ୍କ ଦେହାନ୍ତରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ଶୋକ

18:04 May 09
ରଘୁନାଥ ମହାପାତ୍ରଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରି ଲେଖିଛନ୍ତି, ଅନ୍ତରାଷ୍ଟ୍ରୀୟ ସ୍ତରରେ ଓଡ଼ିଶାକୁ ସମ୍ମାନିତ କରିଥିବା ଖ୍ୟାତିସମ୍ପନ୍ନ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ, ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଗଭୀର ଭାବେ ଦୁଃଖିତ ଓ ମର୍ମାହତ । ତାଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ଥିଲା ନିବିଡ଼ ।
ଜଣେ ଲବ୍ଧ ପ୍ରତିଷ୍ଠିତ ଶିଳ୍ପୀ ଭାବେ ପରିଚିତ ସ୍ୱର୍ଗତ ମହାପାତ୍ର ପଥରରେ ନିଖୁଣ କାରୁକାର୍ଯ୍ୟ ମାଧ୍ୟମରେ ଓଡ଼ିଶାର ଉତ୍କୃଷ୍ଟ କଳା ଓ ସଂସ୍କୃତିକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଗୌରବାନ୍ୱିତ କରିଥିଲେ । ତାଙ୍କ ନିଧନରେ ଓଡ଼ିଶାରେ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ତିଆରି ହେଲା ।
ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି । ଏହି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପରିବାର ସଦସ୍ୟଙ୍କୁ ଅସୀମ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ ।
18:04 May 09
ରଘୁନାଥ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ରଘୁନାଥ ମହାପାତ୍ରଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି, ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଶିଳ୍ପୀ ତଥା ସାଂସଦ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଶାର କଳା ଓ ଐତିହ୍ୟକୁ ସମୃଦ୍ଧ କରିବା ଦିଗରେ ତାଙ୍କ ଅତୁଳନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।
17:35 May 09
ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ପରଲୋକ, କୋରୋନାରେ ଥିଲେ ଆକ୍ରାନ୍ତ ।
ଭୁବନେଶ୍ବର: ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କର ପରଲୋକ । କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ରଘୁନାଥ । ଭୁବନେଶ୍ବର ଏମ୍ସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ସେ । ମୃତ୍ୟୁ ବେଳକୁ ତାଙ୍କୁ 78 ବର୍ଷ ହୋଇଥିଲା ।
ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ଭାବରେ ପରିଚିତ ଥିଲେ ରଘୁନାଥ ମହାପାତ୍ର । ସେ ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମବିଭୂଷଣରେ ସମ୍ମାନିତ ହୋଇଥିଲେ ।
ମହାମାରୀ କୋରୋନା ଲଢେ଼ଇରେ ହାରି ଯାଇଛନ୍ତି ସାଂସଦ ରଘୁନାଥ ମହାପାତ୍ର । କୋରୋନାରେ ଆକ୍ରାନ୍ତ ହୋଇ ଗତ 22ରେ ଏମ୍ସରେ ଭର୍ତ୍ତି ହୋଇଥିଲେ ରଘୁନାଥ । ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।
୧୯୪୩ ମାର୍ଚ୍ଚ ୨୪ରେ ଜନ୍ମଗ୍ରହଣ କରିଥିଲେ ମହାପାତ୍ର । ଜଣେ ବିଶିଷ୍ଟ ସ୍ଥପତି ଭାବେ ସେ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଥିଲେ । ୧୯୭୫ରେ ତାଙ୍କୁ ପଦ୍ମଶ୍ରୀ ଓ ୨୦୦୧ରେ ପଦ୍ମ ଭୂଷଣ ଉପାଧିରେ ସମ୍ମାନିତ କରାଯାଇଥିଲା । ୨୦୧୩ରେ ତାଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ପ୍ରଦାନ କରାଯାଇଥିଲା । ୨୦୦୦ରେ ତାଙ୍କୁ ଆଇସିସିଆର ସଭ୍ୟ ଭାବେ ଭାରତ ସରକାର ମନୋନୀତ କରିଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ତପନ କୁମାର ଦାସ, ଇଟିଭି ଭାରତ