ETV Bharat / bharat

Budget session: ପ୍ରଥମ ସପ୍ତାହରେ ରାଜ୍ୟସଭାରେ ରେକର୍ଡ, ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ଉତ୍ତର - ପ୍ରଥମ ସପ୍ତାହରେ ରାଜ୍ୟସଭାରେ ଭଲ ପ୍ରଦର୍ଶନ

ବଜେଟ ଅଧିବେଶନର ପ୍ରଥମ ସପ୍ତାହରେ ରାଜ୍ୟସଭାରେ ଭଲ ପ୍ରଦର୍ଶନ । ଶତ ପ୍ରତିଶତ ପ୍ରଡକ୍ଟଭିଟି ରେକର୍ଡ । ଗୃହକାର୍ଯ୍ୟରେ ସହଯୋଗ ପାଇଁ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଲେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ଆସନ୍ତା ସପ୍ତାହରେ ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ । ଅଧିକ ପଢନ୍ତୁ

ପ୍ରଥମ ସପ୍ତାହରେ ରାଜ୍ୟସଭାରେ ରେକର୍ଡ, ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ଉତ୍ତର

author img

By

Published : Feb 5, 2022, 4:36 PM IST

ନୂଆଦିଲ୍ଲୀ: ଚଳିତ ବଜେଟ ଅଧିବେଶନର ପ୍ରଥମ ସପ୍ତାହରେ ସଂସଦର ଉଚ୍ଚସଦନ ରାଜ୍ୟସଭାରେ ଶତ ପ୍ରତିଶତ ପ୍ରଡକ୍ଟଭିଟି ରେକର୍ଡ ହୋଇଛି । ପ୍ରଥମ ସପ୍ତାହରେ କୌଣସି ଦିନ ଗୃହ ମୁଲତବୀ ନହୋଇ ସ୍ବାଭାବିକ ଭାବେ କାର୍ଯ୍ୟକ୍ଷମ ରହିଥିବାରୁ ଗୃହରେ ଉତ୍ପାଦକତା (ପ୍ରଡକ୍ଟଭିଟି) ପୂର୍ଣ୍ଣ ମାତ୍ରା ତଥା ଶତ ପ୍ରତିଶତ ରହିଛି । ସଦସ୍ୟମାନଙ୍କ ସହଯୋଗ ଓ ଶାନ୍ତି ବଜାୟ ରଖି ଗୃହକାର୍ଯ୍ୟ ଜାରି ରଖିଥିବାରୁ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେବା ସହ ଏପରି ସହଯୋଗ ଅଧିବେଶନ ଶେଷ ଯାଏ ଜାରି ରଖିବାକୁ ଅନୁରୋଧ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ।

ଗତ ସପ୍ତାହରେ ଜାନୁଆରୀ (୩୧ ତାରିଖରେ) ମିଳିତ ଗୃହକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ ପରେ ଆରମ୍ଭ ହୋଇଥିଲା ଅଧିବେଶନ । ରାଷ୍ଟ୍ରପତିଙ୍କ ସମ୍ବୋଧନ ଧନ୍ୟବାଦ ପ୍ରସ୍ତାବରେ ଉପରେ ଉଚ୍ଚସଦନ ରାଜ୍ୟସଭାରେ ୭ ଘଣ୍ଟା ୪୧ ମିନିଟ ଆଲୋଚନା ହୋଇଥିଲା । ଏଥିରେ ୨୬ ସଂସଦ ଅଂଶଗ୍ରହଣ କରିଥିଲେ । ତେବେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ୧୨ ଘଣ୍ଟା ଚାଲିବା ନେଇ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ବେଳେ ଅବଶିଷ୍ଟ ସମୟ ଚଳିତ ସପ୍ତାହରେ ଜାରି ରହିବ । ଯେଉଁଥିରେ ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ ଉତ୍ତର ମଧ୍ୟ ରହିଛି ।

ସେହିପରି ୨୨-୨୩ ବଜେଟ ଉପସ୍ଥାପନ କରାଯାଇଥିବା ବେଳେ ଏହା ଉପରେ ୧୧ ଘଣ୍ଟା ଆଲୋଚନା ହେବାର ପ୍ରସ୍ତାବ ରହିଛି । ଶୁକ୍ରବାର ବଜେଟ ଆଲୋଚନାରେ ସଦସ୍ୟଙ୍କ ଉତ୍ତର ରଖିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେହିପରି ଅଧିବେଶନର ପ୍ରଥମାର୍ଦ୍ଧରେ ମୁଖ୍ୟ ପ୍ରସଙ୍ଗ ଭାବେ ରାଷ୍ଟ୍ରପତିଙ୍କ ସମ୍ବୋଧନ ତଥା ବଜେଟ ଉପସ୍ଥାପନା ଆଲୋଚନା ପାଇଁ ୨୩ ଘଣ୍ଟା ନିର୍ଦ୍ଧାରିତ ହୋଇଛି ।

ରାଜ୍ୟସଭା ସଚିବାଳୟରୁ ପ୍ରଦତ୍ତ ସୂଚନା ଅନୁଯାୟୀ ଅଧିବେଶନର ପ୍ରଥମ ସପ୍ତାହର ପ୍ରଶ୍ନର ତିନି ଦିନ ମଧ୍ୟରେ 25 ଟି ତାରାକା ପ୍ରଶ୍ନର ଉତ୍ତର ଦିଆଯାଇଛି । ସେହିପରି ପ୍ରଥମ ସପ୍ତାହରେ 15 ଟି ସଦସ୍ୟଙ୍କ ବ୍ୟକ୍ତିଗତ ବିଲ୍ ଆଗତ କରାଯାଇଥିଲା ।

ବ୍ଯରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.