ETV Bharat / bharat

ଟିଏମସି ସାଂସଦଙ୍କ ମିମିକ୍ରି, ଭିଡିଓ ସୁ୍ଟ୍ କଲେ ରାହୁଲ ଗାନ୍ଧି: ଧନକଡ଼ କହିଲେ ଦୁର୍ଭାଗ୍ୟଜନକ - ସଂସଦ

TMC MP Kalyan Banerjees mimicry of Rajya Sabha Chairman : ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ଙ୍କ ମିମିକ୍ରି କଲେ ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ । ଆଉ ଏହାର ଭିଡିଓ ସୁଟ୍ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ଟିଏମସି ସାଂସଦଙ୍କ ଆଚରଣକୁ ଦୁର୍ଭାଗ୍ୟଜନକ କହିଲେ ଧନକଡ଼ । ଅଧିକ ପଢ଼ନ୍ତୁ,

ଟିଏମସି ସାଂସଦଙ୍କ ମିମିକ୍ରି, ଭିଡିଓ ସୁ୍ଟ୍ କଲେ ରାହୁଲ ଗାନ୍ଧି: ଧନକଡ଼ କହିଲେ ଦୁର୍ଭାଗ୍ୟଜନକ

author img

By ETV Bharat Odisha Team

Published : Dec 19, 2023, 1:12 PM IST

ଟିଏମସି ସାଂସଦଙ୍କ ମିମିକ୍ରି, ଭିଡିଓ ସୁ୍ଟ୍ କଲେ ରାହୁଲ ଗାନ୍ଧି: ଧନକଡ଼ କହିଲେ ଦୁର୍ଭାଗ୍ୟଜନକ

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଚାଲିଥିବା ବେଳେ, ନିଲମ୍ବିତ ବିରୋଧୀ ସାଂସଦମାନେ ଜାରି ରଖିଛନ୍ତି ବିରୋଧ ପ୍ରଦର୍ଶନ । ସଂସଦ ଭିତରେ ଏବଂ ବାହାରେ ପ୍ରତିବାଦ କରୁଛନ୍ତି ଉଭୟ ଗୃହରୁ ନିଲମ୍ବିତ 92 ବିରୋଧୀ ସାଂସଦ । ଏହାରି ଭିତରେ ଏକ ଅଭାବନୀୟ ଘଟଣା ଘଟିଛି । ସଂସଦ ବାହାରେ ବିରୋଧ ପ୍ରଦର୍ଶନ ସମୟରେ ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ, ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ଙ୍କୁ ନେଇ ମିମିକ୍ରି କରିଛନ୍ତି । ଆଉ ଏହାର ଭିଡିଓ ସୁଟ୍ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ଟିଏମସି ସାଂସଦଙ୍କ ଏଭଳି ଆଚରଣକୁ ନିନ୍ଦା କରିଛନ୍ତି ଧନକଡ଼ । ସେ କହିଛନ୍ତି ଯେ ଏହା ଦୁର୍ଭାଗ୍ୟଜନକ ଘଟଣା ।

ଏହା ମଧ୍ଯ ପଢ଼ନ୍ତୁ: ଜ୍ଞାନବାପୀ ମାମଲାରେ ମୁସଲିମ ପକ୍ଷକୁ ଆହ୍ଲାବାଦ ହାଇକୋର୍ଟଙ୍କ ଝଟ୍‌କା: 5 ପିଟିସନ୍ ଖାରଜ, 6 ମାସରେ ଚୂଡା଼ନ୍ତ ଫୈସଲା

ସଂସଦରେ ସୁରକ୍ଷା ଭଙ୍ଗ ଏବଂ ବିରୋଧୀ ସାଂସମାନଙ୍କୁ ସସପେଣ୍ଟ ପ୍ରତିବାଦରେ ଆଜି ମଧ୍ୟ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଉଭୟ ଲୋକସଭା ଏବଂ ରାଜ୍ୟସଭା ମୁଲତବୀ ରହିଥିଲା । ଏପଟେ ସସପେଣ୍ଡ ସାଂସଦମାନେ ସଂସଦ ଦ୍ବାର ଆଗରେ ବିରୋଧ ପ୍ରଦର୍ଶନ କରିଛନ୍ତି । ଏହି ସମୟରେ ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ, ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ଙ୍କୁ ନେଇ ମିମିକ୍ରି କରିଥିଲେ । ରାଜ୍ୟସଭାରେ ଧନକଡ଼ କିପରି କଥାବାର୍ତ୍ତା କରନ୍ତି, ତାର ନକଲ କରିଥିଲେ କଲ୍ୟାଣ ବାନାର୍ଜୀ । ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା, ଯେତେବେଳେ କଲ୍ୟାଣ ମିମିକ୍ରି କରୁଥିଲେ, ସେତେବେଳେ ଉପସ୍ଥିତ ଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ରାହୁଲ କେବଳ ଉପସ୍ଥିତ ନିଥିଲେ, ବରଂ ମିମିକ୍ରିର ଭିଡିଓ ସୁଟ୍ କରୁଥିବା ଦେଖିବାକୁ ମିଳିଥିଲା । ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାଜନୀତି ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଏହା ମଧ୍ଯ ପଢ଼ନ୍ତୁ: ସଂସଦରେ ସର୍ବକାଳୀନ ନିଲମ୍ବନ ରେକର୍ଡ: 1989ରେ ରାଜୀବ ଗାନ୍ଧୀ ସରକାରରେ ନିଲମ୍ବିତ ହୋଇଥିଲେ 63 ସାଂସଦ

ଟିଏମସି ସାଂସଦ କଲ୍ୟାଣଙ୍କ ଆଚରଣ ଏବଂ ଉଚ୍ଚାରଣକୁ କଡ଼ା ନିନ୍ଦା କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଧନକଡ଼ । ସେ କହିଛନ୍ତି ଯେ, ଏହା ଦୁର୍ଭାଗ୍ୟଜନକ ଘଟଣା । ସେପଟେ ରାହୁଲଙ୍କ ଭିଡିଓ ସୁଟ୍ କୁ ନେଇ ମଧ୍ୟ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । ସଂସଦରେ ସୁରକ୍ଷା ଭଙ୍ଗ ପ୍ରସଙ୍ଗକୁ ନେଇ ଗତ 13 ତାରିଖରୁ ସଂସଦକୁ ଚଲାଇ ଦେଉନାହାନ୍ତି ବିରୋଧୀ । ସଂସଦ ଭିତରେ ଅଶୋଭନୀୟ ଆଚରଣ ପାଇଁ 92ରୁ ଅଧିକ ସାଂସଦଙ୍କୁ ସସପେଣ୍ଡ କରାଯାଇଛି। ଗତକାଲି ଗୋଟିଏ ଦିନରେ 78 ଜଣ ବିରୋଧୀ ସାଂସଦ ନିଲମ୍ବିତ ହୋଇଥିଲେ । ତେବେ ଏଭଳି ଘଟଣା ପ୍ରଥମ ଥର ଘଟିନାହିଁ। 1989 ମସିହାରେ ରାଜୀବ ଗାନ୍ଧି ପ୍ରଧାନମନ୍ତ୍ରୀ ଥିବା ସମୟରେ ଗୋଟିଏ ଦିନରେ 63 ଜଣ ସାଂସଦ ସସପେଣ୍ଡ ହୋଇଥିଲେ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.