ETV Bharat / bharat

ଗଲଓ୍ବାନ ଶହୀଦଙ୍କ ପିତାଙ୍କୁ ବିହାର ପୋଲିସ ମାଡ ଘଟଣା, ନୀତିଶଙ୍କ ସହ କଥା ହେଲେ ରାଜନାଥ

author img

By

Published : Mar 1, 2023, 9:24 PM IST

ଗଲଓ୍ବାନ ଶହୀଦଙ୍କ ପିତାଙ୍କୁ ବିହାର ପୋଲିସ ମାଡ ମାରିବା ଘଟଣାରେ ଉଦବେଗ ପ୍ରକାଶ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ବିହାର ମୁଖ୍ଯମନ୍ତ୍ରୀ ନୀତିଶ କୁମାରଙ୍କ ସହ କଲେ ଫୋନରେ ଆଲୋଚନା । ଅଧିକ ପଢନ୍ତୁ

ଗଲଓ୍ବାନ ଶହୀଦଙ୍କ ପିତାଙ୍କୁ ବିହାର ପୋଲିସ ମାଡ ମାରିବା ଘଟଣା

ପାଟନା: ପୂର୍ବ-ଲଦାଖର ଗଲଓ୍ବାନ ଘାଟିରେ ଚୀନ ସୈନିକଙ୍କ ସହ ସଂଘର୍ଷରେ ଦେଶ ପାଇଁ ଶହୀଦ ହୋଇଥିବା ଭାରତୀୟ ସେନାର ଯବାନଙ୍କ ପିତାଙ୍କୁ ବିହାର ପୋଲିସ ଏକ ସାମାନ୍ୟ ମାମଲାରେ ମାଡ ମାରିବା ଘଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉଦବେଗ ପ୍ରକାଶ କରିଛନ୍ତି । ଏନେଇ ସେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଫୋନରେ କଥା ମଧ୍ୟ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନୀତିଶ ଏହି ଘଟଣାରେ ତଦନ୍ତ ଜାରିରହିଛି ଓ ସେହି ଆଧାରରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କୁ ଅବଗତ କରିଥିଲେ । ଅନ୍ୟପଟେ ଏହି ପ୍ରସଙ୍ଗ ଆଜି ବିଧାନସଭା ଗୃହରେ ମଧ୍ୟ ଉଠିଛି । ଜଣେ ଶହୀଦଙ୍କ ପିତାଙ୍କୁ ପୋଲିସର ମାଡକୁ ସମାଲୋଚନା କରି ବିରୋଧୀ ବିଜେପି ସରକାରଙ୍କୁ ଟାର୍ଗେଟ କରିଥିଲେ । ପରେ ବିଜେପି ସଭ୍ୟମାନେ ଗୃହ ମଧ୍ୟ ତ୍ୟାଗ କରିଥିଲେ ।

ଗତମାସ (ଫେବୃଆରୀ) 28 ତାରିଖରେ ଏହି ଘଟଣା ଘଟିଥିଲା । କୌଣସି ସଙ୍ଗୀନ ଅପରାଧରେ ନୁହେଁ ବରଂ ଜବରଦଖଲ ଜମିରେ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ଶହୀଦ ପୁତ୍ରର ପ୍ରତିମୂର୍ତ୍ତି ସ୍ଥାପନ କରିବା ଅଭିଯୋଗରେ ବିହାର ପୋଲିସ ଶହୀଦଙ୍କ ପିତାଙ୍କୁ ମାଡ ମାରିବା ସହ ଗିରଫ କରିଥିଲା । ବିହାର ବୈଶାଳୀରେ ସ୍ଥାନୀୟ ପୋଲିସର ଏପରି ଅମାନବୀୟ କାଣ୍ଡ ତଥା ଦବଙ୍ଗଗିରି ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ବିଭିନ୍ନ ମହଲରେ ଏହାକୁ ସମାଲୋଚନା କରାଯାଇଥିଲା ।

ବୈଶାଳୀ ଜନ୍ଦାହା ବାସିନ୍ଦା ଜୟ କିଶୋର ସିଂ ଭାରତୀୟ ସେନାର ବିହାର ରେଜିମେଣ୍ଟରେ ଜଣେ ଯବାନ ଭାବେ କାର୍ଯ୍ୟରତ ଥିଲେ । ୨୦୨୦ ରେ ପୂର୍ବ-ଲଦାଖର ଗଲଓ୍ବାନରେ ଚୀନ ସେନାର ଅନୁପ୍ରବେଶ ରୋକିବା ବେଳେ ହୋଇଥିବା ସଂଘର୍ଷରେ ସେ ଦେଶ ପାଇଁ ପ୍ରାଣବଳୀ ଦେଇଥିଲେ । ତେବେ ପରିବାର ପକ୍ଷରୁ ଘର ନିକଟସ୍ଥ ଏକ ଜମିରେ ତାଙ୍କର ଏକ ସ୍ମାରକୀ ନିର୍ମାଣ କରାଯାଇଥିଲା । ଯାହାକୁ ବିରୋଧ କରି ଅନ୍ୟଜଣେ ସ୍ଥାନୀୟ ବ୍ୟକ୍ତି ଥାନାର ଦ୍ବାରସ୍ଥ ହୋଇଥିଲେ । ଏନେଇ ପୋଲିସ ଜାନୁଆରୀ ୨୩ ତାରିଖରେ ସରକାରୀ ଓ ଜଣେ ସ୍ଥାନୀୟ ଲୋକଙ୍କ ରେକର୍ଡଭୁକ୍ତ ଜମିରେ ବଳପୂର୍ବକ ଜବରଦଖଲ କରାଯାଇ ଶହୀଦଙ୍କର ପ୍ରତିମୂର୍ତ୍ତି ନିର୍ମାଣ କରାଯାଉଥିବା ନେଇ ଏକ ମାମଲା ମଧ୍ୟ ଦାଏର କରିଥିଲା ।

ଏହା ମଧ୍ୟ ପଢନ୍ତୁ :- ଗଲଓ୍ବାନ ଶହୀଦଙ୍କ ପିତାଙ୍କୁ ପୋଲିସର ମାଡ: ଜବରଦଖଲ ଜମିରେ ଶହୀଦ ପୁଅର ପ୍ରତିମୂର୍ତ୍ତି ନିର୍ମାଣ ଅଭିଯୋଗ

ତେବେ 28 ତାରିଖରେ ସ୍ଥାନୀୟ ପୋଲିସର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଶହୀଦଙ୍କ ପିତାଙ୍କୁ ମାଡ ମାରିବା ସହ ଗିରଫ କରି ଥାନାକୁ ନେଇ ଯାଇଥିବା ଅଭିଯୋଗ କରିଥିଲେ ଶହୀଦଙ୍କ ସାନ । ଶହୀଦଙ୍କ ଅନ୍ୟ ଜଣେ ଭାଇ ନନ୍ଦକିଶୋର ମଧ୍ୟ ସେନାରେ କାର୍ଯ୍ୟରତ ଅଛନ୍ତି । ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖବାକୁ ମିଳିଛି । ଏବେ ଏହି ଘଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ଉଦବେଗ ପ୍ରକାଶ କରିବା ସହ ବିଧାନସଭାରେ ମଧ୍ୟ ଉଠିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.