ETV Bharat / bharat

କ୍ଷମତାକୁ ଆସିଲେ ସାବରିମାଳା ମନ୍ଦିର ସୁରକ୍ଷା ପାଇଁ ଆସିବ ଆଇନ: ରାଜନାଥ ସିଂ

author img

By

Published : Mar 28, 2021, 1:22 PM IST

ଦିନ କେଇଟା ପରେ କେରଳରେ ବିଧାନସଭା ନିର୍ବାଚନ । ଆମେ କ୍ଷମତାକୁ ଆସିଲେ ସାବରିମାଳା ମନ୍ଦିର ପରମ୍ପରାକୁ ସୁରକ୍ଷା ଦେବା ପାଇଁ ଏକ ଆଇନ ଆଣିବୁ ବୋଲି କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଅଧିକ ପଢନ୍ତୁ...

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ
ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ

ଥିରୁଅନନ୍ତପୁରମ: ଦିନ କେଇଟା ପରେ କେରଳରେ ବିଧାନସଭା ନିର୍ବାଚନ । ଆମେ କ୍ଷମତାକୁ ଆସିଲେ ସାବରିମାଳା ମନ୍ଦିର ପରମ୍ପରାକୁ ସୁରକ୍ଷା ଦେବା ପାଇଁ ଏକ ଆଇନ ଆଣିବୁ ବୋଲି କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଭାରତୀୟ ଜନତା ପାର୍ଟି ଏନେଇ ପ୍ରତିଶ୍ରୁତି ବଦ୍ଧ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ।

ଯଦି ଆମେ ଏଠି ସରକାର ଗଠନ କରିବୁ ସାବରିମାଳା ମନ୍ଦିର ପରମ୍ପରାକୁ ସୁରକ୍ଷା ଦେବା ପାଇଁ ଏକ ଆଇନ ଆଣିବୁ । ଏହା ଆମର ନିଆଯାଇଥିବା ଉତ୍ତମ ନିଷ୍ପତ୍ତି ବୋଲି କହିଛନ୍ତି ରାଜନାଥ ସିଂ । ଆମେ କେରଳରେ ଅଧିକ ସଂଖ୍ୟାଗରିଷ୍ଠତା ପାଇଁ ଚେଷ୍ଟା କରୁଛୁ । ଭବିଷ୍ୟତରେ କଣ ହେବ ଆଗକୁ ତାହା ଦେଖାଯିବ ବୋଲି କହିଛନ୍ତି ରାଜନାଥ ସିଂ ।

କେରଳ ବିଧାନସଭା ନିର୍ବାଚନ ପାଇଁ ବିଜେପି ତାର ନିର୍ବଚନୀ ଇସ୍ତାହାର ପ୍ରକାଶ କରିଛି । ଯେଉଁଥିରେ ସାବରିମାଳା ପାଇଁ ଆଇନ ପ୍ରସ୍ତୁତ କରିବାକୁ ଉଲ୍ଲେଖ୍ୟ ହୋଇଛି । ଏହା ସହିତ କେରଳ ସୁନା ଚାଲାଣ ଘଟଣାରେ ନ୍ୟାୟିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା କଥା କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ । 140 ସଦ୍ୟସଙ୍କୁ ନେଇ 14ଟି ଜିଲ୍ଲାରେ କେରଳ ବିଧାନସଭା ନିର୍ବାଚନ ହେବ । ଏପ୍ରିଲ 6ରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ । ମେ 2ରୁ ଭୋଟ ଗଣତି ଆରମ୍ଭ ହେବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.