ETV Bharat / bharat

ଅଗ୍ନି ନିରାପତ୍ତା ପାଇଁ ଦକ୍ଷତା ବିକାଶ କେନ୍ଦ୍ର ଉଦଘାଟନ କଲେ ପ୍ରତିରକ୍ଷା ମନ୍ତ୍ରୀ - DRDO

ଉତ୍ତରପ୍ରଦେଶର ପିଲଖୁଆଠାରେ ଅଗ୍ନି ନିରାପତ୍ତା ତାଲିମ ପାଇଁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆରଡିଓ)ରେ ଦକ୍ଷତା ବିକାଶ କେନ୍ଦ୍ରର ଉଦଘାଟନ କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅଧିକ ପଢନ୍ତୁ...

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
author img

By

Published : Feb 23, 2021, 10:30 AM IST

ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋମବାର ଉତ୍ତରପ୍ରଦେଶର ପିଲଖୁଆଠାରେ ଅଗ୍ନି ନିରାପତ୍ତା ତାଲିମ ପାଇଁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆରଡିଓ)ରେ ଦକ୍ଷତା ବିକାଶ କେନ୍ଦ୍ରର ଉଦଘାଟନ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ହୋଇଛି ।

ଦିଲ୍ଲୀ ସ୍ଥିତ ଡିଆରଡିଓ ଲାବୋରୋଟୋରୀ ସେଣ୍ଟର ଫର ଫାୟାର, ବିସ୍ଫୋରକ ଏବଂ ପରିବେଶ ସୁରକ୍ଷା ଦ୍ବାରା ନିର୍ମିତ ଏହି ସୁବିଧା ମାନବ ଜୀବନ ଏବଂ ମୂଲ୍ୟବାନ ସମ୍ପତ୍ତି ବଞ୍ଚାଇବା ପାଇଁ ତାଲିମପ୍ରାପ୍ତ ମାନବ ସମ୍ବଳ, ଅଗ୍ନି ନିରାପତ୍ତା ପ୍ରଯୁକ୍ତିବିଦ୍ୟା ଏବଂ ଉତ୍ପାଦର ବିକାଶ ପାଇଁ ଉଦ୍ଧିଷ୍ଟ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ଅଗ୍ନି ନିରାପତ୍ତା କ୍ଷେତ୍ରରେ ଏପରି ପଦକ୍ଷେପ ନେଇ ମନ୍ତ୍ରୀ ଡିଆରଡିଓଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଗ୍ନିକାଣ୍ଡ ପାଇଁ ଅନେକ ଧନ ଜୀବନ ନଷ୍ଟ ହୋଇଛି । ଏସବୁକୁ ନଷ୍ଟ ହେବାରୁ ରକ୍ଷା କରିବ ଏହି ବିକାଶ କେନ୍ଦ୍ର । ଏହି ତାଲିମ କେନ୍ଦ୍ର କର୍ମଚାରୀମାନଙ୍କୁ ଗୁଣାତ୍ମକ ତାଲିମ ଦେବ ଯାହା ଲୋକଙ୍କୁ ଦୁର୍ଘଟଣା ରୋକିବାରେ ସାହାର୍ଯ୍ୟ କରିବ ବୋଲି କହିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.