ETV Bharat / bharat

Rajiv Gandhi Assassination Case: ଆଜି ଜେଲରୁ ମୁକୁଳିବେ 6 ଦୋଷୀ

author img

By

Published : Nov 12, 2022, 2:00 PM IST

ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ସଜା କାଟୁଥିବା 6 ଜଣ ଦୋଷୀ ଆଜି ଜେଲରୁ ମୁକୁଳିବେ । ସୁପ୍ରିମକୋର୍ଟ ଏହି ଗୁରୁତ୍ବପୂର୍ଣ୍ଣ ମାମଲାର ରାୟ ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ

Rajiv Gandhi assassination case convicts release Today
Rajiv Gandhi Assassination Case: ଆଜି ଜେଲରୁ ମୁକୁଳିବେ 6 ଦୋଷୀ

ଚେନ୍ନାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ 6 ଜଣ ଦୋଷୀ ଆଜି ଜେଲରୁ ମୁକୁଳିବେ । ସୁପ୍ରିମକୋର୍ଟ ରାୟ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ 7 ଜଣ ସମ୍ପୃକ୍ତ ଥିଲେ । ନଳିନୀ ଶ୍ରୀହରନ, ଆର ପି ରବିଚନ୍ଦ୍ରନଙ୍କ ସମେତ ଅନ୍ୟ 4 ଜଣଙ୍କୁ ଜେଲରୁ ମୁକ୍ତ କରାଯାଇଛି । ପୂର୍ବରୁ ଏ.ଜି ପେରିଭାଲାନଙ୍କୁ ମୁକ୍ତ କରାଯାଇଥିଲା । ମେ ୧୮ ତାରଖରେ 142 ଅନୁଯାୟୀ ଏ.ଜି ପେରିଭାଲାନଙ୍କୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାପରେ ଗତ ଅଗଷ୍ଟରେ ନଳିନୀ ଶ୍ରୀହରନ, ଆର ପି ରବିଚନ୍ଦ୍ରନ ଖଲାସ ହେବା ପାଇଁ ପୃଥକ ଭାବେ ନିବେଦନ କରିଥିଲେ ।

କେଉଁ ପ୍ରକ୍ରିୟାରେ ଜେଲରୁ ମୁକୁଳିବେ?

ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ 11 ତାରିଖରେ 6 ଜଣ ଦୋଷୀ ନଳିନୀ ଶ୍ରୀହରନ, ଆର ପି ରବିଚନ୍ଦ୍ରନ, ମୁର୍ଗନ, ସଂଥନ, ଜୟକୁମାର ଏବଂ ରୋବର୍ଟ ବାଁଏସକୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନଳିନୀ ଭେଲୋର ଜେଲରେ ବନ୍ଦୀ ସଜା କାଟୁଥିବାବେଳେ ରବିଚନ୍ଦ୍ରନ ଥୋଥୁକୁଡ଼ି ଜେଲରେ ଥିଲେ । ବର୍ତ୍ତମାନ ସେ ପାରୋଲରେ ଅଛନ୍ତି । ସେହିପରି ମୁର୍ଗନ ଏବଂ ସଂଥନ ଭେଲୋର ଜେଲରେ ଅଛନ୍ତି । ଜୟକୁମାର ଏବଂ ରୋବର୍ଟ ବାଁଏସ ଚେନ୍ନାଅର ପୁଜଲ ଜେଲରେ ଅଛନ୍ତି । ଇ-ମେଲ ମାଧ୍ୟମରେ ସୁପ୍ରିମ କୋର୍ଟଙ୍କ ରାୟ ଉକ୍ତ ଜେଲ ଗୁଡ଼ିକୁ ପଠାଯିବ ।

ଏହାପରେ କଏଦୀଙ୍କୁ ମୁକ୍ତ କରାଯିବ । ଗତକାଲି କୋର୍ଟଙ୍କ ପକ୍ଷରୁ କୌଣସି ମେଲ ଆସିନଥିଲା । ତେଣୁ ଆଜି ମେଲ ହସ୍ତକ୍ଷେପ ହେଲେ ସେମାନଙ୍କୁ ଖଲାସ କରାଯିବ ବୋଲି କୁହାଯାଇଛି । ଜେଲ ବିଭାହଗର ନିୟମ ଅନୁଯାୟୀ, କଏଦୀମାନଙ୍କୁ ସନ୍ଧ୍ୟା 6ଟା ପରେ ଜେଲରୁ ରିଲିଜ କରାଯିବ ନାହିଁ । ତେଣୁ ସୁପ୍ରିମକୋର୍ଟ ଇ-ମେଲ ମାଧ୍ୟମରେ ନିର୍ଦ୍ଦେଶ ଦେଲେ ତୁରନ୍ତା ସେମାନଙ୍କୁ ମୁକ୍ତ କରାଯିବ ।

କିପରି ହୋଇଥିଲା ରାଜୀବ ଗାନ୍ଧୀଙ୍କ ହତ୍ୟା?

୧୯୯୧ ମସିହା ମେ ୩୧ ତାରିଖ ଦିନ ତାମିଲନାଡୁର ଏକ ରାଜନୈତିକ ସଭାରେ ଧନୁନାମକ ମହିଳା ଆତ୍ମଘାତି ବିସ୍ଫୋରଣ ଦ୍ବାରା ହତ୍ୟା କରାଯାଇଥିଲା । ଏହି ମାମଲାରେ ପେରିଭାଲାନ ସମେତ ୭ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ । ରାଜୀବ ଗାନ୍ଧୀଙ୍କୁ ହତ୍ୟାବେଳେ ପେରାରିଭାଲାନଙ୍କୁ ୧୯ ବର୍ଷ ହୋଇଥିଲା । ରାଜୀବଙ୍କ ହତ୍ୟା ଷଡ଼ଯନ୍ତ୍ରର ଅନ୍ୟତମ ଖଳନାୟକ ଥିଲେ ପେରାରିଭାଲାନ । ୧୯୯୮ରେ ଆତଙ୍କବାଦୀ ନିରୋଧୀ କୋର୍ଟରେ ପେରାରିଭାଲାନ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା । ଏହାର ପରବର୍ଷ ସୁପ୍ରିମକୋର୍ଟ ତଳକୋର୍ଟର ରାୟକୁ କାଏମ ରଖିଥିଲେ ।

ତେବେ ୨୦୧୪ରେ ତାଙ୍କ ଫାଶୀ ଦଣ୍ଡାଦେଶକୁ କୋହଳ କରି ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଚଳିତ ବର୍ଷ ମାର୍ଚ୍ଚ ମାସରେ ସୁପ୍ରିମକୋର୍ଟ ତାଙ୍କ ଜାମିନ ମଞ୍ଜୁର କରିଥିଲେ । ଏହା ପରେ ଜେଲରୁ ମୁକୁଳିବା ପାଇଁ ପେରାରିଭାଲାନ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଜଷ୍ଟିସ୍ ଏଲ୍ ନାଗେଶ୍ବର ରାଓଙ୍କ ଖଣ୍ଡପୀଠରେ ଧାରା 142 ଆଧାରରେ ତାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.