ETV Bharat / bharat

IPSରୁ ରାଜନେତା ବନିଥିବା ରାଜେଶ୍ବରଙ୍କ କଣ ରହିଛି ରାଜନୈତିକ ମୁଦ୍ଦା

author img

By

Published : Feb 18, 2022, 6:47 AM IST

ତେବେ ବର୍ତ୍ତମାନ ଜୀବନର ରାଜନୀତି ପାଳି ଖେଳୁଥିବା ଏହି ପୂର୍ବ ପୋଲିସ ଅଧିକାରୀ ନିର୍ବାଚନୀ ପ୍ରଚାରରେ ମଧ୍ୟ ନିଜ ଛାପ ଛାଡିବାରେ ବେଶ ସଫଳ ହେଉଛନ୍ତି । ଚିରାଚରିତ ପ୍ରଚାର ଠାରୁ ଟିକେ ଭିନ୍ନ ଭାବେ ପ୍ରଚାର କରୁଛନ୍ତି ଏହି ପୂର୍ବ ପୋଲିସ ଅଧିକାରୀ । ପ୍ରଚାରରେ ବଡ ମୁ୍ଦ୍ଦା ରାଜନୀତିକୁ ଅପରାଧୀ ମୁକ୍ତ କରିବା ପାଇଁ ଦେଉଛନ୍ତି ନାରା । ଅଧିକ ପଢନ୍ତୁ

ରାଜେଶ୍ବର
ରାଜେଶ୍ବର

ନୂଆଦିଲ୍ଲୀ: ପୂର୍ବତନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଯୁଗ୍ମ ମହାନିର୍ଦ୍ଦେଶକ ରାଜେଶ୍ବର ସିଂ ଅସଲୀ ପୋଲିସ ଜୀବନରେ ଏକ ସଫଳ ଇନିଂସ ଖେଳି ଏବେ ରାଜନୀତି ମୈଦାନରେ ମଧ୍ୟ ଭଲ ଲଢେଇ ଆରମ୍ଭ କରୁଛନ୍ତି । ଏନକାଉଣ୍ଟର ସ୍ପେଶାଲିଷ୍ଟ, ଭାବେ ପରିଚିତ ରାଜେଶ୍ବର ଏକାଧିକ ହାଇପ୍ରୋଫାଇଲ କେଶକୁ ସଫଳତାର ସହ ତଦନ୍ତ କରି ଦୋଷୀଙ୍କୁ ଜେଲ ପଠାଇବାରେ ସଫଳ ହୋଇଥିଲେ । ଯାହା ପୂର୍ବରୁ ଅନେକ ଥର ଚର୍ଚ୍ଚା ହୋଇସାରିଛି ।

ତେବେ ବର୍ତ୍ତମାନ ଜୀବନର ରାଜନୀତି ପାଳି ଖେଳୁଥିବା ଏହି ପୂର୍ବ ପୋଲିସ ଅଧିକାରୀ ନିର୍ବାଚନୀ ପ୍ରଚାରରେ ମଧ୍ୟ ନିଜ ଛାପ ଛାଡିବାରେ ବେଶ ସଫଳ ହେଉଛନ୍ତି । ଚିରାଚରିତ ପ୍ରଚାର ଠାରୁ ଟିକେ ଭିନ୍ନ ଭାବେ ପ୍ରଚାର କରୁଛନ୍ତି ଏହି ପୂର୍ବ ପୋଲିସ ଅଧିକାରୀ । ପ୍ରଚାରରେ ବଡ ମୁ୍ଦ୍ଦା ରାଜନୀତିକୁ ଅପରାଧୀ ମୁକ୍ତ କରିବା ପାଇଁ ଦେଉଛନ୍ତି ନାରା । ନିଜ ଭାଷଣରେ ରାଜନୀତିକୁ ଅପରାଧୀ ମୁକ୍ତ ସହ ରାଷ୍ଟ୍ରବାଦ, ଆତଙ୍କବାଦ, ବିକାଶବାଦ ଓ ତୁଷ୍ଟିକରଣକୁ ମଧ୍ୟ ମୁଦ୍ଦା କରିଛନ୍ତି । ନିଜ ପୋଲିସ ଜୀବନର ଅଭିଜ୍ଞତାକୁ ପାଥେୟ କରି ରାଜନୀତିକୁ ଅପରାଧ ମୁକ୍ତ କରିବାକୁ ଭୋଟରଙ୍କୁ ପ୍ରତିଶୃତି ଦେଉଛନ୍ତି । ଏହାସହ ରାଜ୍ୟରେ ଏକ ଆହୁରି ଶକ୍ତ ଆଇନ ବ୍ୟବସ୍ଥା କରିବାକୁ ଭୋଟରଙ୍କ ଆର୍ଶିବାଦ ମାଗୁଛନ୍ତି ।

ସେହିପରି ବିରୋଧୀଙ୍କୁ ସଂଯମତାର ସହ ଆକ୍ରମଣ କରିବାକୁ ପଛାଉ ନାହାଁନ୍ତି ରାଜେଶ୍ବର । ସମାଜବାଦୀ ଉପରେ ଆକ୍ରମଣ କରି କହିଛନ୍ତି ଏମାନେ ମାଫିଆ, ଗୁଣ୍ଡା, ଦୁର୍ନୀତିଖୋରଙ୍କୁ ଟିକେଟ ଦେଇଛନ୍ତି । ଯେଉଁମାନେ ଉତ୍ତର ପ୍ରଦେଶକୁ କେବଳ ଲୁଟିଛନ୍ତି । ଯଦି ଏଭଳି ଲୋକ କ୍ଷମତାକୁ ଆସିବେ ତାହାହେଲେ ରାଜ୍ୟର ବିକାଶ ପରିବର୍ତ୍ତେ ବିନାଶ ହେବ । ଆଜି ଯେଉଁ ନୂଆ ୟୁପି ନିର୍ମାଣ ଚାଲିଛି ତାହା ଅଟକିଯିବ ।

ଅଖିଳେଶଙ୍କ ପାକିସ୍ତାନୀ ବୟାନକୁ ନେଇ ମଧ୍ୟ ରାଜେଶ୍ବର କାଉଣ୍ଟର କରିବାକୁ ପଛାଉ ନାହାଁନ୍ତି । ଯେଉଁ ପାକିସ୍ତାନ ଆମ ରାଷ୍ଟ୍ର ଉପରେ 4 ଥର ଆକ୍ରମଣ କରିଛି, ଦେଶ ସୁରକ୍ଷା ପାଇଁ ଆମର ହଜାର ହଜାର ବୀର ଯବାନ ନିଜର ସର୍ବୋଚ୍ଚ ବଳିଦାନ ଦେଇଛନ୍ତି, ସେହି ପାକିସ୍ତାନକୁ ସମାଜବାଦୀ ମୁଖ୍ୟ ଆମର ପରମ ଶତ୍ରୁ ମାନୁନାହାଁନ୍ତି । ଏଭଳି ବିଚାରଧାରା ରାଷ୍ଟ୍ର ପାଇଁ ବିପଦ । ସେହିପରି ପୂର୍ବ ଘଟଣାକୁ ତାଜା କରି ରାଜେଶ୍ବର ନିଜ ପ୍ରଚାରରେ କହୁଛନ୍ତି ଆତଙ୍କବାଦୀ ସଂଗଠନ ଷ୍ଟୁଡେଣ୍ଟ ଇସଲାମିକ ମୁଭମେଣ୍ଟ(ସିମି) ଉପରୁ ପ୍ରତିବନ୍ଧକ ହଟାଇବା ପାଇଁ ସମାଜବାଦୀ ନେତା ଚିଠି ଲେଖିଥିଲେ । ଯାହା ଦେଶଦ୍ରୋହୀ କାମ ।

ନିଜ ନିର୍ବାଚନୀ ପ୍ରଚାରରେ ରାଜେଶ୍ବର ବିଶେଷ ଭାବେ ରାଜନୀତିକୁ ଅପରାଧ ମୁକ୍ତ କରିବା ପାଇଁ ଯୋର ଦେଉଥିବା ବେଳେ, ବିକାଶ ଓ ରାଷ୍ଟ୍ରବାଦକୁ ମଧ୍ୟ ପ୍ରସଙ୍ଗ କରୁଛନ୍ତି । ତେବେ ରାଜେଶ୍ବରରଙ୍କ ଏହି ରଣନୀତିକୁ ଲକ୍ଷ୍ନୌ କ୍ୟାଣ୍ଟର ସରୋଜୀନି ନଗରବାସୀ କେତେ ଗ୍ରହଣ କରୁଛନ୍ତି ତାହା ନିର୍ବାଚନ ଫଳାଫଳ ପରେ ସ୍ପଷ୍ଟ ହେବ ।

ADR ( Association for Democratic Reforms ) ରିପୋର୍ଟ ଅନୁସାରେ 2022 ୟୁପି ନିର୍ବାଚନରେ ପ୍ରଥମ 3ଟି ପର୍ଯ୍ୟାୟ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ମୋଟ 1 ହଜାର 822 ପ୍ରାର୍ଥୀଙ୍କ ମଧ୍ୟରୁ 438 ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଯେଉଁଥିରେ 337 ପ୍ରାର୍ଥୀଙ୍କ ବିରୋଧରେ ହତ୍ୟା, ଦୁଷ୍କର୍ମ ଭଳି ଅଭିଯୋଗ ରହିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.