ETV Bharat / bharat

ରାଜେନ୍ଦ୍ର ଆର୍ଲେକର ହେଲେ ହିମାଚଳ ପ୍ରଦେଶର ନୂଆ Governor, ଦଳକୁ ଦେଲେ ଧନ୍ୟବାଦ - ରାଜେନ୍ଦ୍ର ଆର୍ଲେକର

ହିମାଚଳ ପ୍ରଦେଶର ନୂଆ Governor ଭାବେ ମନୋନୀତ ହେବା ପରେ ଦଳକୁ ଧନ୍ୟବାଦ ଦେଲେ Rajendra Arlekar (ରାଜେନ୍ଦ୍ର ଆର୍ଲେକର) । କହିଲେ ଏହା ଦଳର ମୋ ପ୍ରତି ବିଶ୍ବାସ । ଅଧିକ ପଢନ୍ତୁ....

ରାଜେନ୍ଦ୍ର ଆର୍ଲେକର ହେଲେ ହିମାଚଳ ପ୍ରଦେଶର ନୂଆ Governor

author img

By

Published : Jul 6, 2021, 4:16 PM IST

ସିମଲା: କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ହେବା ପୂର୍ବରୁ 8 ରାଜ୍ୟର ରାଜ୍ୟପାଳଙ୍କୁ ପରିବର୍ତ୍ତନ କରାଯାଇଛି । ସେହିକ୍ରମରେ ହିମାଚଳ ପ୍ରଦଶର ନବନିଯୁକ୍ତ Governor ଭାବେ ନିଯୁକ୍ତି ପାଇଛନ୍ତି ଗୋଆ ବିଜେପିର ବରିଷ୍ଠ ନେତା ରାଜେନ୍ଦ୍ର ଆର୍ଲେକର (Rajendra Arlekar) ।

ରାଜ୍ୟପାଳ ଭାବେ ନିଯୁକ୍ତ ହେବାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ ଦଳକୁ ଧନ୍ୟବାଦ ଦେଇଥିବା ଦେଖିବାକୁ ମିଳିଛି । ସେ କହିଛନ୍ତି ତାଙ୍କ ଉପରେ ଦଳ ଭରସା କରିଛି । ତେଣୁ ତାଙ୍କୁ ଏପରି ଏକ ଦାୟିତ୍ବରେ ଅବସ୍ଥାପିତ କରିବାକୁ ଯାଉଛି । ସେ ଦଳର କାର୍ଯ୍ୟକର୍ତ୍ତା ଭାବେ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ ପୁଣି ଗୋଆରେ ମନ୍ତ୍ରୀ ଓ ରାଜ୍ୟ ବିଜେପି ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ ।

ବିଜେପିରେ ଏହା ତାଙ୍କ ପ୍ରତି ଗ୍ରହଣୀୟତା ବୋଲି ପ୍ରକାଶ କରିବା ସହ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ଦଳର ହାଇକମାଣ୍ଡ ତାଙ୍କ ଉପରେ ଭରସା କରିଥିବା ଯୋଗୁ ତାଙ୍କୁ ରାଜ୍ୟପାଳ ଭାବେ ମନୋନୀତ କରାଯାଇଥିବା ପ୍ରତିକ୍ରିୟାରେ କହିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.