ETV Bharat / bharat

ରାଜସ୍ଥାନ ସରକାରରୁ ଇସ୍ତଫା ଦେଲେ ୩ ମନ୍ତ୍ରୀ

author img

By

Published : Nov 20, 2021, 11:01 AM IST

ରାଜସ୍ଥାନ ସରକାରରୁ ଇସ୍ତଫା ଦେଲେ ତିନି କ୍ୟାବିନେଟ୍ ମନ୍ତ୍ରୀ । ରାଜ୍ୟ ଶିକ୍ଷାମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ଏବଂ ରାଜସ୍ବ ମନ୍ତ୍ରୀ ଇସ୍ତଫା ଦେଇଥିବା ସୂଚନା । ଅଧିକ ପଢନ୍ତୁ

ରାଜସ୍ଥାନ ସରକାରରେ ଇସ୍ତଫା ଦେଲେ ୩ ମନ୍ତ୍ରୀ
ରାଜସ୍ଥାନ ସରକାରରେ ଇସ୍ତଫା ଦେଲେ ୩ ମନ୍ତ୍ରୀ

ଜୟପୁର: ଇସ୍ତଫା ଦେଲେ ଅଶୋକ ଗେହଲଟ ସରକାରର ତିନି ମନ୍ତ୍ରୀ । ରାଜ୍ୟ ଶିକ୍ଷାମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟାସରା(Govind Singh Dotasara) , ସ୍ବାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା(Raghu Sharma) ଏବ ରାଜସ୍ବ ମନ୍ତ୍ରୀ ହରିଶ ଚୌଧୁରୀ(Harish Choudhary) ଇସ୍ତଫା ଦେଇଥିବା ଜଣାପଡିଛି । ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି ।

ସୂଚନାଯୋଗ୍ୟ, ରାଜସ୍ଥାନ କଂଗ୍ରେସ ପ୍ରଭାରୀ ଅଜୟ ମାକନ ଶୁକ୍ରବାର ଜୟପୁରରେ ପହଞ୍ଚିଥିଲେ । ମାକନଙ୍କୁ ସ୍ବାଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପାର୍ଟି ପ୍ରଦେଶ ଅଧ୍ୟକ୍ଷ ଗୋବିନ୍ଦ ସିଂହ ଡୋଟାସରା ଏୟାରପୋର୍ଟ ଯାଇଥିଲେ । ଜୟପୁରରେ ପହଞ୍ଚିବା ପରେ ମାକନ ଗଣମାଧ୍ୟମ ଆଗରେ ମନ୍ତ୍ରୀଙ୍କ ଇସ୍ତଫା ନେଇ ବଡ ବୟାନ ଦେଇଛନ୍ତି । ତିନି ମନ୍ତ୍ରୀଙ୍କ ଇସ୍ତଫା ପରେ ସେମାନଙ୍କୁ ଦଳ ନୂଆ ଦାୟିତ୍ବ ଦେଇଥିବା ମାକନ ଜଣାଇଛନ୍ତି । ରାଜ୍ୟ ପ୍ରଭାରୀଙ୍କ ଏହି ବୟାନରୁ ରାଜସ୍ଥାନ କ୍ୟାବିନେଟରେ ହେବାକୁ ଥିବା ସମ୍ପ୍ରସାରଣ ସମ୍ପର୍କରେ ଆଭାସ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.