ETV Bharat / bharat

ରାଜସ୍ଥାନ ସିଏମ୍ ରେସ୍: ପ୍ରବୀଣ ନା ନବୀନ, ଦୌଡ଼ରେ ଆଉ ଜଣେ ମହିଳା ! ଆଜି ଘୋଷଣା

Rajasthan New CM: କିଏ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ? ବସୁନ୍ଧରା, ବାଲକନାଥ ନା ଅନ୍ୟ କେହି ? କିଏ ପିନ୍ଧିବେ ମୁଖ୍ୟମନ୍ତ୍ରୀ ମୁକୁଟ ? ଲମ୍ବି ଚାଲିଛି ଆଶାୟୀଙ୍କ ତାଲିକା । ରେସ୍ ରେ ସାମିଲ ହୋଇଛନ୍ତି ଆଜମେର ବିଧାୟିକା ? ଆଜି ଅପରାହ୍ନରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା। ଅଧିକ ପଢ଼ନ୍ତୁ,

author img

By ETV Bharat Odisha Team

Published : Dec 12, 2023, 12:42 PM IST

Updated : Dec 12, 2023, 4:21 PM IST

ରାଜସ୍ଥାନ ସିଏମ୍ ରେସ୍: ପୁରାଖା ନା ନବାଗତ, ଦୌଡ଼ରେ ଆଉ ଜଣେ ମହିଳା ! ଆଜି ଘୋଷଣା

ଜୟପୁର: ଛତିଶଗଡ଼ ଏବଂ ମଧ୍ୟ ପ୍ରଦେଶ ପରେ ଏବେ ରାଜସ୍ଥାନ ମୁଖ୍ୟ ମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା । କିଏ ହେବେ ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଭେଟେରାନ ବସୁନ୍ଧରା ରାଜେ ନା ଫାୟାର ବ୍ରାଣ୍ଡ ବାଲକନାଥ ? ଛତିଶଗଡ଼ ଏବଂ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ପରେ, ରାଜସ୍ଥାନରେ ବଢ଼ି ଚାଲିଛି କଳ୍ପନା ଜଳ୍ପନା । ଲମ୍ବି ଚାଲିଛି ଆଶାୟୀଙ୍କ ତାଲିକା । ଆଉ ଏହି ତାଲିକାରେ ଯୋଡ଼ି ହୋଇଛି ଆଉ ଏକ ନୂଆ ନାମ । ଚର୍ଚ୍ଚାକୁ ଆସିଛନ୍ତି, ଆଜମେର ସାଉଥ ବିଧାୟିକା ଅନିତା ଭଦେଲ ।

ଜୟପୁରରେ ଆରମ୍ଭ ହୋଇଯାଇଛି ବିଜେପିର ମୁଖ୍ୟମନ୍ତ୍ରୀ ଚୟନ ପ୍ରକ୍ରିୟା । ଦଳର ତିନି ପଯ୍ୟବେକ୍ଷକ ରାଜନାଥ ସିଂହ, ସରୋଜା ପାଣ୍ଡେ ଏବଂ ବିନୋଦ ତାୱଦେ ଜୟପୁରରେ ପହଞ୍ଚି ସାରିଛନ୍ତି । ପ୍ରଥମ ପର୍ଯ୍ଯାୟରେ ବିଜେପିର ନବ ନିର୍ବାଚିତ ବିଧାୟକମାନଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିଛନ୍ତି ୩ ପର୍ଯ୍ୟବେକ୍ଷକ । ଏହା ପରେ ବିଧାୟକ ଦଳ ବୈଠକ । ଏଥିରେ ବିଧାୟକ ଦଳ ନେତା ନିର୍ବାଚନ ହେବ ଏବଂ ବିଧାୟକ ଦଳ ନେତା ହେବେ ମୁଖ୍ୟମନ୍ତ୍ରୀ । ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବ ।

କିଏ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ : ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏବେ ସସପେନ୍ସ ଜାରି ରହିଛି । ଜଣେ ଅନୁଭବୀ ଏବଂ ଅଭିଜ୍ଞ ରାଜନେତା ମୁଖ୍ୟମନ୍ତ୍ରୀ ଚେୟାରରେ ବସିବେ ନା, ନବାଗତ ଏବଂ ଯୁବ ଆଶାୟୀଙ୍କୁ ମିଳିବ ସିଏମ୍ ପଦ। ଛତିଶଗଡ଼ ଏବଂ ମଧ୍ଯପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ନାଁ ଶୁଣିବା ପରେ ରାଜସ୍ଥାନରେ ବିଜେପି ଆଶାୟୀଙ୍କ ଛାତି ଧଡ଼ ଧଡ଼ ହେଉଛି । ତେବେ ଆଶାୟୀଙ୍କ ମଧ୍ୟରେ ଏବେ ବି ଆଗରେ ଅଛନ୍ତି ଭେଟେରାନ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ । ତେବେ ମଧ୍ଯପ୍ରଦେଶରେ ମାମା ଶିବରାଜ ସିଂହ ଚୌହାନ ଫେଲ୍ ହେବା ପରେ ରାଜେଙ୍କୁ ନେଇ ସସପେନ୍ସ ବଢ଼ୁଛି । ସିଏମ୍ ରେସରେ ଥିବା ଅନ୍ୟମାନଙ୍କ ମଧ୍ଯରେ ଅଛନ୍ତି ଦୀୟା କୁମାରୀ, ବାଲକନାଥ, ଗଜେନ୍ଦ୍ର ସିଂ ଶେଖୱତ, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଭୁପେନ୍ଦ୍ର ଯାଦବ, ଓମ୍ ମଥୁର, କିରୋରୀ ଲାଲ ମୀନା, ଅର୍ଜୁନ ରାମ ମେଘୱାଲ, ରାଜୀବର୍ଦ୍ଧନ ସିଂ ରାଠୋର ।

ଚର୍ଚ୍ଚାରେ ଆଜମେର ବିଧାୟିକା: ରାଜସ୍ଥାନ ସିଏମ ରେସ୍ ରେ ଯୋଡ଼ି ହୋଇଛି ଆଉ ମହିଳା ଫେସ୍ । ଆଜମେର ସାଉଥ୍ ବିଧାନସଭା ଆସନରୁ ନିର୍ବାଚିତ ବିଧାୟିକା ଅନିତା ଭଦେଲ । ରାଜସ୍ଥାନର ପୂର୍ବତନ ମହିଳା ଏବଂ ଶିଶୁକଲ୍ୟାଣ ମନ୍ତ୍ରୀ । ୨୦୦୩ରୁ ଲଗାତ ବିଧାୟିକା ନିର୍ବାଚିତ ହୋଇ ଆସୁଛନ୍ତି ଅନିତା । ୧୯୯୭ରେ ଆଜମେର କର୍ପୋରେଟରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ଅନିତାଙ୍କ ନାଁ ମୁଖ୍ଯମନ୍ତ୍ରୀ ଦାବିଦାର ତାଲିକାରେ ସାମିଲ ହୋଇଛନ୍ତି ।

ଏହା ମଧ୍ଯ ପଢ଼ନ୍ତୁ: ଆଜି ସଂନ୍ଧ୍ୟା ସୁଦ୍ଧା ରାଜସ୍ଥାନକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ ! ଆଜି ବସିବ ବିଧାୟକ ଦଳ ବୈଠକ

ଛତିଶଗଡ଼ ଏବଂ ମଧ୍ଯପ୍ରଦେଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରି ସାରିଛି ବିଜେପି । ବିଷ୍ଣୁ ଦେଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଏବଂ ମୋହନ ଯାଦବ ମଧ୍ଯପ୍ରଦେଶ ମୁଖ୍ୟମନ୍ତ୍ରୀ ବଛା ଯାଇଛନ୍ତି । ଏବେ ନଜର ରହିଛି ରାଜସ୍ଥାନ ଉପରେ । ୨୦୨୪ ସାଧାରଣ ନିର୍ବାଚନକୁ ଫୋକସ କରୁଥିବା ବିଜେପି, ରାଜସ୍ଥାନରେ କାହା ମୁ୍ଣ୍ଡରେ ପିନ୍ଧାଇବ ମୁଖ୍ୟମନ୍ତ୍ରୀ ମୁକୁଟ ତା ଉପରେ ରହିଛି ସମସ୍ତଙ୍କ ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 12, 2023, 4:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.