ETV Bharat / bharat

ଏଥର ନିମନ୍ତ୍ରଣ ପତ୍ରରେ ଲେଖିବାକୁ ପଡିବ ବର-କନ୍ୟାଙ୍କ DOB - put births date of bride and bridegroom on the wedding card

ବାଲ୍ୟ ବିବାହକୁ ରୋକିବା ପାଇଁ କଡା ପଦକ୍ଷେପ ନେଲେ ରାଜସ୍ଥାନ ସରକାର । ଏଣିକି ବିବାହ କରୁଥିଲେ ନିମନ୍ତ୍ରଣ କାର୍ଡରେ ଉଲ୍ଲେଖ କରିବାକୁ ପଡିବ ଉଭୟ ବର-କନ୍ୟାଙ୍କ ଜନ୍ମ ତାରିଖ । ଅଧିକ ପଢନ୍ତୁ...

ବାଲ୍ୟ ବିବାହ ରୋକିବାକୁ ଚମତ୍କାର ଯୋଜନା: ବିବାହ କାର୍ଡ଼ରେ ଲେଖିବାକୁ ପଡିବ ବର-କନ୍ୟାଙ୍କ ଜନ୍ମତାରିଖ

author img

By

Published : Apr 11, 2021, 12:55 PM IST

ଜୟପୁର: ବାଲ୍ୟ ବିବାହକୁ ରୋକିବା ପାଇଁ କଡା ପଦକ୍ଷେପ ନେଲେ ରାଜସ୍ଥାନ ସରକାର । ଏଣିକି ବିବାହ କରୁଥିଲେ ନିମନ୍ତ୍ରଣ କାର୍ଡରେ ଉଭୟ ବର-କନ୍ୟାଙ୍କ ଜନ୍ମ ତାରିଖ ଉଲ୍ଲେଖ କରିବାକୁ ପଡିବ । ତେବେ ରାଜ୍ୟରେ ବାଲ୍ୟ ବିବାହକୁ ରୋକିବା ପାଇଁ ସରକାର ଏହି ମେଗା ଯୋଜନା ପ୍ରସ୍ତୁତ କରିଛନ୍ତି । ନିମନ୍ତ୍ରଣ କାର୍ଡ ସାମ୍ନାରେ ସ୍ପଷ୍ଟ ଭାବେ ଉଭୟଙ୍କ ଜନ୍ମ ତାରିଖ ଲେଖାଯିବାକୁ ବାଧ୍ୟତାମୂଳକ କରାଯାଇଛି । ଦମ୍ପତିଙ୍କ ଜନ୍ମ ପ୍ରମାଣପତ୍ରର ଏକ କପି ପ୍ରିଣ୍ଟିଂ ପ୍ରେସକୁ ଦିଆଯିବ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ନିୟମ ହେବା ଦ୍ବାରା ବାଲ୍ୟ ବିବାହକୁ ରୋକାଯାଇପାରିବ । ବିବାହ କାର୍ଡରେ ଜନ୍ମତାରିଖ ଲେଖିବା ଦ୍ବାରା ଯେ କୌଣସି ବ୍ୟକ୍ତି ସହଜରେ ଶିଶୁ ସୁରକ୍ଷା ସମିତି ବା ପୁଲିସକୁ ବିବାହ ହେଉଥିଲେ ଜଣାଇପାରିବେ । ଫଳରେ ଏହି ଅପରାଧ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ଲୋକଙ୍କୁ ଏହା ବିଷୟରେ ଅବଗତ କରାଇବାର ମଧ୍ୟ ଆବଶ୍ୟକତା ଅଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.