ETV Bharat / bharat

ଗେହଲଟଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଲେ ପାଇଲଟ ! ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନ ଦାବିରେ କରିବେ ଦିନିକିଆ ଅନଶନ - ରାଜସ୍ଥାନ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ

ବିଧାନସଭା ନିର୍ବାଚନ ପୂର୍ବରୁ ସକ୍ରିୟ ହେଲେ ସଚିନ ପାଇଲଟ । ସିନ୍ଧିଆ ସରକାରରେ ହୋଇଥିବା ଦୁର୍ନୀତି ମାମଲାର ତଦନ୍ତ ଦାବିରେ କରିବେ ଦିନିକିଆ ଅନଶନ । ଅଧିକ ପଢନ୍ତୁ

11 ରେ ସଚିନ ପାଇଲଟଙ୍କ ଏକଦିବସୀୟ ଅନଶନ
11 ରେ ସଚିନ ପାଇଲଟଙ୍କ ଏକଦିବସୀୟ ଅନଶନ
author img

By

Published : Apr 9, 2023, 7:04 PM IST

ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ପୁଣି ରାଜ୍ୟ ରାଜନୀତିରେ ସକ୍ରିୟ ନଜର ଆସିଛନ୍ତି ମୁଖ୍ୟମନ୍ତ୍ରୀ ଗେହଲଟ ଶିବିରର ବିରୋଧୀ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ । କଂଗ୍ରେସ ପୂର୍ବରୁ ଶାସନରେ ଥିବା ବସୁନ୍ଧରା ରାଜେ ସିନ୍ଧିଆଙ୍କ ନେତୃତ୍ବୀଧୀନ ଭାରତୀୟ ଜନତା ପାର୍ଟି ସରକାରରେ ବ୍ୟାପକ ଦୁର୍ନୀତି ହୋଇଥିଲା । ହେଲେ ଏହାର ତଦନ୍ତ କରାନଯିବାରୁ ସତ୍ୟତା ସାମ୍ନାକୁ ଆସିପାରୁନାହିଁ ବୋଲି ସଚିନ ଅଭିଯୋଗ କରିଛନ୍ତି । ବିଜେପି ସରକାରର ଏହି ବ୍ୟାପକ ଦୁର୍ନୀତି ବିରୋଧରେ ବର୍ତ୍ତମାନର ଗେହଲଟ ସରକାର ତଦନ୍ତ ନିର୍ଦ୍ଦେଶ ଦେବା ଦାବିରେ ସେ ଅନଶନକୁ ଓହ୍ଲାଇବେ । ବିଶିଷ୍ଟ ସମାଜ ସଂସ୍କାରକ ଜ୍ୟୋତିବା ଫୁଲେଙ୍କର ଜୟନ୍ତୀ ଅବସରରେ (11 ତାରିଖ) ଏକଦିବସୀୟ ଅନଶନରେ ବସିବା ନେଇ ଘୋଷଣା କରିଛନ୍ତି ରାଜସ୍ଥାନ କଂଗ୍ରେସର ଏହି ଚର୍ଚ୍ଚିତ ଯୁବନେତା ।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧୀ ଭାବେ ଜଣାଶୁଣା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଆଜି (ରବିବାର) ଜୟପୁରରେ ଏକ ପ୍ରେସମିଟ କରିଛନ୍ତି । ପ୍ରେସମିଟରେ ସେ ପୂର୍ବରୁ ଶାସନରେ ଥିବା ବିଜେପି ସରକାର ଉପରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣି ବର୍ଷିବା ସହ ପରୋକ୍ଷରେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ମଧ୍ୟ ଟାର୍ଗେଟ କରିବାର କୌଣସି ଅବସର ଛାଡିନାହାନ୍ତି । ପୂର୍ବ ସରକାରରେ ବ୍ୟାପକ ଦୁର୍ନୀତି ହୋଇଥିଲେ ସୁଦ୍ଧା ଗେହଲଟ ସରକାର ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ବୋଲି ମଧ୍ୟ କହିବାକୁ ପଛାଇନାହାନ୍ତି ସଚିନ ।

ସେହିପରି ବିଧାନସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି କହିଛି । ଦଳ ଲୋକଙ୍କ ପାଖକୁ ଯିବା ପୂର୍ବରୁ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଥିବା ସେ ଦାବି କରିଛନ୍ତି । ଏହି ଦାବି ସହ ସେ ଆସନ୍ତା 11 ତାରିଖରେ ବିଶିଷ୍ଟ ସମାଜ ସଂସ୍କାରର ଜ୍ୟୋତିବା ଫୁଲେଙ୍କ ଜୟନ୍ତୀ ଅବସରରେ ଶହୀଦ ସ୍ମାରକରେ ଏକ ଦିବସୀୟ ଅନଶନରେ ବସିବା ନେଇ ମଧ୍ୟ ଘୋଷଣା କରିଛନ୍ତି ।

ସେହିପରି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିରୋଧୀ ଦଳରେ ଥିବା ସମୟରେ ତତ୍କାଳୀନ ସିନ୍ଧିଆ ସରକାର ବିରୋଧରେ ଆଣିଥିବା ଦୁର୍ନୀତି ଅଭିଯୋଗର ଏକ ଭିଡିଓ ମଧ୍ୟ ଦେଖାଇଥିଲେ ସଚିନ । ରାଜସ୍ଥାନରେ କଂଗ୍ରେସ ସରକାର ଦୁର୍ନୀତି ବିରୋଧରେ ଶୂନ୍ୟ ସହିଷ୍ଣୁତା ନୀତି କଥା କହୁଥିଲେ ମଧ୍ୟ ଗତ ସାଢେ 4ବର୍ଷ ମଧ୍ୟରେ ସେପରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ସେ ଅଭିଯୋଗ କରିଛନ୍ତି । ସେହିପରି କେନ୍ଦ୍ରରେ ମୋଦି ସରକାର କେନ୍ଦ୍ରୀୟ ସଂସ୍ଥା ଗୁଡିକର ଦୂରୋପଯୋଗ ଜାରି ରଖିଥିବା ସଚିନ ଅଭିଯୋଗ କରିଛନ୍ତି ।

ସଚିନଙ୍କର ଏହି ଦୁର୍ନୀତି ବିରୋଧୀ ଅଭିଯାନକୁ ସ୍ବାଭାବିକ ଭାବେ ଗ୍ରହଣ କରିୁପାରୁନାହାନ୍ତି ରାଜନୈତିକ ସମୀକ୍ଷକ । ପୂର୍ବ ବିଜେପି ସରକାର ବିରୋଧରେ ଦୁର୍ନୀତି ଅଭିଯୋଗ ଆଳରେ ଏହା ସଚିନଙ୍କ ଜଣାଶୁଣା ପ୍ରତିଦ୍ବନ୍ଦୀ ମୁଖ୍ୟମନ୍ତ୍ରୀ ଗେହଲଟ ଗୋଷ୍ଠୀକୁ ପରୋକ୍ଷ ଟାର୍ଗେଟ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ସେହିପରି ଏପରି ମୁଦ୍ଦା ଉଠାଇ ପାଇଲଟ ଗୋଷ୍ଠୀ ବିଧାନସଭା ନିର୍ବାଚନ ପୂର୍ବରୁ ମୈଦାନରେ ନିଜର ପ୍ରଭାବ ବଢାଇବାକୁ ପ୍ରୟାସ କରୁଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ତମାମ ଦଳୀୟ ବିବାଦ ପରେ ମଧ୍ୟ ରାଜସ୍ଥାନରେ ଏବେ କଂଗ୍ରେସର ବରିଷ୍ଠ ନେତା ତଥା ଗାନ୍ଧୀ ପରିବାରର ଅନୁଗତ କୁହାଯାଉଥିବା ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିଛନ୍ତି । ତେବେ ସେ ଦଳୀୟ ଅଧ୍ୟକ୍ଷ ପଦ ନିର୍ବାଚନ ଲଢିବାକୁ ଯାଉଥିବା ଚର୍ଚ୍ଚା ମଧ୍ୟରେ ମୁଖ୍ୟମନ୍ତ୍ରୀ ଆସନ ପାଇଲଟଙ୍କୁ ମିଳିବା ନେଇ ମଧ୍ୟ କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା । ପରେ ଗେହଲଟ ଦଳର ହାଇକମାଣ୍ଡ ନିର୍ବାଚନରେ ପ୍ରାର୍ଥୀ ହେବାରୁ ବିରତ ରହିବା ସହ ସଚିନଙ୍କ ମୁଖ୍ୟମନ୍ତ୍ରୀ ଚର୍ଚ୍ଚାରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡିଥିଲା । ହେଲେ ପରବର୍ତ୍ତୀ ସମୟରେ ପାଇଲଟ ଓ ଗେହଲଟଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ବାହାରକୁ ପ୍ରଶମିତ ହେବା ପରି ମନେ ହେଉଥିଲେ ସୁଦ୍ଧା, ଏବେ ମଧ୍ୟ ରାଜସ୍ଥାନ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଜାରି ରହିଥିବା ପ୍ରାୟତଃ ସ୍ପଷ୍ଟ ସଙ୍କେତ ମିଳୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.