ETV Bharat / bharat

ରାଜସ୍ଥାନ କଂଗ୍ରେସ ପ୍ରଭାରୀ ଅଜୟ ମାଖନଙ୍କ ମନ୍ତବ୍ୟ, ଦଳରେ ନାହିଁ ଗୋଷ୍ଠୀ ବିବାଦ - ନୂଆ କୃଷି ଆଇନ ପ୍ରସଙ୍ଗ

ରାଜସ୍ଥାନ କଂଗ୍ରେସରେ କୌଣସି ଗୋଷ୍ଠୀ ବିବାଦ ନାହିଁ ବୋଲି ରହିଲେ ଅଜୟ ମାଖନ । ପଢନ୍ତୁ ଅଧିକ....

ରାଜସ୍ଥାନ କଂଗ୍ରସ ପ୍ରଭାରୀ ଅଜୟ ମାଖନଙ୍କ ମନ୍ତବ୍ୟ, ଦଳରେ ନାହିଁ ଗୋଷ୍ଠୀବାଦ

author img

By

Published : Dec 28, 2020, 8:20 AM IST

ଜୟପୁର : ରାଜସ୍ଥାନର କଂଗ୍ରେସ ପ୍ରଭାରୀ ଅଜୟ ମାଖନ 3 ଦିନିଆ ରାଜସ୍ଥାନରେ ଗସ୍ତରେ ଥିବାବେଳେ ଦଳୀୟ ସ୍ଥିତି ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, ରାଜସ୍ଥାନ କଂଗ୍ରେସରେ କୌଣସି ଗୋଷ୍ଠୀବିବାଦ ନାହିଁ । ପ୍ରଦେଶ କଂଗ୍ରେସ କମିଟି ଏକ । ସବୁ ରାଜନୈତିକ ଦଳର ନିଜସ୍ବ ଶୃଙ୍ଖଳା ଥାଏ ଓ କଂଗ୍ରେସ ଦଳରେ ମଧ୍ୟ ନିଜସ୍ବ ଶୃଙ୍ଖଳା ଅଛି ବୋଲି ସେ କହିଛନ୍ତି । ସେହିପରି ରାଜସ୍ଥାନ ସରକାରଙ୍କ ମନ୍ତ୍ରିମଣ୍ଡଳ ଖୁବଶୀଘ୍ର ସମ୍ପ୍ରସାରିତ ହେବାକୁ ଯାଉଥିବା ସୂଚନା ମଧ୍ୟ ଦେଇଛନ୍ତି । ତେବେ କ୍ୟାବିନେଟ କେବେ ସମ୍ପ୍ରସାରଣ ହେବ ଓ ତାହାର ରୂପରେଖ କିପରି ହେବ ତାକୁ ନେଇ କିଛି ସ୍ପଷ୍ଟ ସୂଚନା ଦେଇନାହାନ୍ତି ଅଜୟ ।

ରାଜସ୍ଥାନ କଂଗ୍ରସ ପ୍ରଭାରୀ ଅଜୟ ମାଖନଙ୍କ ମନ୍ତବ୍ୟ, ଦଳରେ ନାହିଁ ଗୋଷ୍ଠୀବାଦ

କେନ୍ଦ୍ର ଦ୍ବାରା ଅଣାଯାଇଥିବା ନୂତନ କୃଷି ଆଇନକୁ ରାଜସ୍ଥାନ କୃଷକ ମାନେ ବିରୋଧ କରି ଆସୁଥିବା ବେଳେ ଏହା ଉପରେ ମଧ୍ୟ ମତ ରଖିଛନ୍ତି ଅଜୟ । ଏହି ପ୍ରସଙ୍ଗରେ ରାଜ୍ୟର କୃଷକ ମାନଙ୍କ ସହିତ ଆଲୋଚନା କରିବା ପାଇଁ ରାଜ୍ୟର ମନ୍ତ୍ରୀ ମାନଙ୍କୁ ଦାଇତ୍ବ ଦିଆଯାଇଛି । ମନ୍ତ୍ରୀ ମାନେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚାଷୀ ମାନଙ୍କସହ ଏହି କୃଷକ ଆଇନ ସମ୍ପର୍କରେ ସିଧା ଆଲୋଚନା ଜାରି ରଖିଛନ୍ତି । ରାଜ୍ୟର କୃଷକ ମାନଙ୍କୁ ସଂଗଠିତ କରାଯିବା ପରେ କୃଷି କାନୁନରେ ଥିବା 3 ଟି ବିବାଦୀୟ ସର୍ତ୍ତାବଳୀ ଉପରେ ବିସ୍ତୃତ ଆଲୋଚନା କରାଯିବ । ଅଣାଯାଇଥିବା କୃଷି ଆଇନରେ ଥିବା ମୁଖ୍ୟତଃ 3 ସର୍ତ୍ତାବଳୀ ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଶୁଭଙ୍କର ନୁହେଁ ବୋଲି କହିଛନ୍ତି ଅଜୟ ।

ରାମ ମନ୍ଦିର ନିର୍ମାଣ ପାଇଁ ସଂଗ୍ରହ କରାଯାଉଥିବା ଅର୍ଥରାଶି ବାବଦରେ ମତ ରଖି ଅଜୟ କହିଛନ୍ତି ଯେ ଭଗବାନ ରାମ ସମସ୍ଥଙ୍କର ଆସ୍ଥାର କେନ୍ଦ୍ର । ଭଗବାନ ରାମଙ୍କ ଠାରୁ ଆମକୁ ପ୍ରେରଣା ମିଳିଥାଏ। କୌଣସି ଧର୍ମର ବ୍ୟକ୍ତି ହୁଅନ୍ତୁ ନା କାହିଁକି ସେ ଭଗାବନ ରାମଙ୍କ ଉପରେ ଆସ୍ଥା ରଖିଥାନ୍ତି । ତେଣୁ ଭଗବାନ ରାମ ଓ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ରାଜନୀତି ନହେବା ଉଚିତ ବୋଲି ସେ ମତ ରଖିଛନ୍ତି । ରାମଙ୍କ ମନ୍ଦିର ଭବ୍ୟ ଓ ଖୁବଶୀଘ୍ର ନିର୍ମାଣ ଶେଷ ହେବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.