ETV Bharat / bharat

ମୁଖ୍ୟମନ୍ତ୍ରୀ ମନୋନୀତ ପରେ ରାଜ୍ୟପାଳଙ୍କୁ ଭେଟିଲେ ଭଜନଲାଲ ଶର୍ମା

author img

By ETV Bharat Odisha Team

Published : Dec 12, 2023, 5:47 PM IST

(Rajasthan CM-designate Bhajanlal Sharma meets Governor Kalraj Mishra) ମୁଖ୍ୟମନ୍ତ୍ରୀ ମନୋନୀତ ପରେ ରାଜ୍ୟପାଳଙ୍କୁ ଭେଟିଲେ ଭଜନଲାଲ ଶର୍ମା । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀ ମନୋନିତ ପରେ ରାଜ୍ୟପାଳଙ୍କୁ ଭେଟିଲେ ଭଜନଲାଲ ଶର୍ମା

ଜୟପୁର: ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହେବା ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ଭଜନଲାଲ ଶର୍ମା । ବିଧାୟକ ଦଳ ବୈଠକ ପରେ ସେ ସିଧା ରାଜଭବନରେ ପହଞ୍ଚି ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ସାକ୍ଷାତ କରିଛନ୍ତି । ସରକାର ଗଠନ କରିବା ପାଇଁ ଆନୁଷ୍ଠାନିକ ଭାବେ ଦାବି ମଧ୍ୟ କରିଛନ୍ତି । ଭଜନଲାଲଙ୍କ ସହ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଦଳର ରାଜ୍ୟ ପ୍ରଭାରୀ ଅରୁଣ ସିଂ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ, ଉପମୁଖ୍ୟମନ୍ତ୍ରୀ ଚୟନ ହୋଇଥିବା ଦୀୟା କୁମାରୀ ପ୍ରମୁଖ ରାଜଭବନରେ ପହଞ୍ଚିଛନ୍ତି । ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ନେଇ ସୂଚୀ ସାମ୍ନାକୁ ଆସିପାରେ ।

ଆଜି ଅପରାହ୍ନରେ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯିବା ସହ ମୁଖ୍ୟମନ୍ତ୍ରୀ ପଦର ଦାବିଦାରିରେ ଆଗଧାଡିରେ ଥିବା ଦୀୟା କୁମାରୀ ଓ ପ୍ରେମଚାନ୍ଦ ବୈରଓ୍ବାଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମିଳିଛି । ଶର୍ମା ଏବେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟରତ ଅଛନ୍ତି । ଚଳିତ ବିଧାନସଭା ନିର୍ବାଚନରେ ସେ ସାଙ୍ଗନେର ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢି ପ୍ରଥମ ଥର ବିଧାୟକ ହୋଇଛନ୍ତି । ତେବେ ଚଳିତ ଥର ତାଙ୍କ ନାମ ମୁଖ୍ୟମନ୍ତ୍ରୀ ରେସରେ ଆଦୌ ନଥିଲା । ହେଲେ କୌଣସି ନୂଆ ଚେହେରା ମୁଖ୍ୟମନ୍ତ୍ରୀ ହେବା ନେଇ ଅନୁମାନ କରାଯାଉଥିବା ବେଳେ ତାହା ଶର୍ମାଙ୍କ ନାମ ସହ ସମାପ୍ତ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- ଭଜନଲାଲ ଶର୍ମା ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ

ଦିନକୁ ପୂର୍ବରୁ ଛତିଶଗଡରେ ବିଷ୍ଣୁଦେବ ସାଏଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲା ଦଳ । ଗତକାଲି ମଧ୍ୟ ପ୍ରଦେଶରେ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଚୟନ କରାଯାଇଥିଲା । ଆଜି ଶେଷ ରାଜ୍ୟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଚେହେରା ଅନ୍ୟ ଦୁଇ ରାଜ୍ୟଠାରୁ ଅଧିକ ଆଶ୍ଚର୍ଯ୍ୟ କରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀରୁ ଇସ୍ତଫା ଦେଇଥିବା ଏକାଧିକ ସାଂସଦ ଓ ତମାମ ଦାବିଦାରକୁ ପଛରେ ପକାଇ ଦଳ ପ୍ରଥମ ଥରର ବିଧାୟକ ଭଜନଲାଲ ଶର୍ମାଙ୍କୁ ମୁଖ୍ଯମନ୍ତ୍ରୀ କରିଛି । ବିଷ୍ଣୁଦେବ ସାଏ ଆଦିବାସୀ ଚେହେରା ହୋଇଥିବା ବେଳେ ମଧ୍ୟ ପ୍ରଦେଶ ମନୋନିତ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ହେଉଛନ୍ତି ଓବିସି । ସେହିପରି ଜାତିଭିତ୍ତିକ ଆଧାରରେ ଦେଖିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦବୀ ବ୍ରାହ୍ନଣ ସମ୍ପ୍ରଦାୟକୁ ଯାଇଛି । ଏହା ବିଜେପିର 2024 ସାଧାରଣ ନିର୍ବାଚନ ରଣନୀତି ବୋଲି ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.