ETV Bharat / bharat

ପବିତ୍ର ସମ୍ପର୍କର ନିଆରା କାହାଣୀ: ଆରପାରିରେ ଭଉଣୀ, ସ୍ମୃତିରେ ମାଗଣା ଅଟୋ ସେବା ଯୋଗାଉଛି ଭାଇ - ରାକ୍ଷୀ ପୂର୍ଣ୍ଣିମା

ସ୍ବର୍ଗତ ଭଉଣୀର ସ୍ମୃତିରେ ପ୍ରତିବର୍ଷ ରକ୍ଷା ବନ୍ଧନ ଦିନ ମହିଳାଙ୍କୁ ମାଗଣା ଅଟୋ ସେବା ଯୋଗାଉଛନ୍ତି ଭାଇ । ଦୀର୍ଘ ୭ ବର୍ଷ ଧରି ରକ୍ଷା ବନ୍ଧନ ଦିନ ମହିଳାଙ୍କୁ ମାଗଣା ଅଟୋ ସେବା ଯୋଗାଇ ଆସୁଛନ୍ତି । ଅଧିକ ପଢ଼ନ୍ତୁ

ସ୍ବର୍ଗତ ଭଉଣୀର ସ୍ମୃତିରେ ମହିଳାଙ୍କୁ ମାଗଣା ଅଟୋ ସେବା

author img

By ETV Bharat Odisha Team

Published : Aug 31, 2023, 6:29 AM IST

Updated : Aug 31, 2023, 7:25 AM IST

ଜୟପୁର: ରାକ୍ଷୀ ପୂର୍ଣ୍ଣିମା, ଭାଇ ଉଭଣୀର ପବିତ୍ର ସ୍ନେହ ବନ୍ଧନକୁ ଦୃଢ କରିଥାଏ ରାକ୍ଷୀ । ଭାଇ ହାତରେ ଏହି ରେଶମୀ ସୂତା ବାନ୍ଧି ସୁରକ୍ଷାର ପ୍ରତିଶୃତି ମାଗିଥାଏ ଭଉଣୀ । ଉଭଣୀ ମାଗିଥିବା ପ୍ରତିଶୃତିକୁ ପାଳନ କରିବାକୁ ଭାଇଟିଏ ସବୁବେଳେ ତା' ଛାଇ ପରି ରହିଥାଏ । ଆଜି ଉଉଣୀ ସିନା ନାହିଁ, ଭାଇ କିନ୍ତୁ ତାଙ୍କ କର୍ତ୍ତବ୍ୟରୁ ଓହରି ନାହାନ୍ତି । ଆମେ କହୁଛୁ ରାଜସ୍ଥାନ ଯୋଧପୁରର ଧନରାଜ ଦାଧିଚଙ୍କ କଥା । ଯିଏକି ନିଜ ସ୍ବର୍ଗତ ଭଉଣୀର ସ୍ମୃତିରେ ପ୍ରତିବର୍ଷ ରକ୍ଷା ବନ୍ଧନ ଦିନ ମହିଳାଙ୍କୁ ମାଗଣା ଅଟୋ ସେବା ଯୋଗାଇଥାନ୍ତି ।

ଧନରାଜ ଦୀର୍ଘ ୭ ବର୍ଷ ଧରି ରକ୍ଷା ବନ୍ଧନ ଦିନ ମହିଳାଙ୍କୁ ମାଗଣା ଅଟୋ ସେବା ଯୋଗାଇ ଆସୁଛନ୍ତି । ବୁଧବାର ସେ ନିଜ ଓଟୋରେ ମାଗଣା ସେବାର ବ୍ୟାନର ଲଗାଇ ଫେସବୁକ ପେଜରେ ଏହି ବିଷୟରେ ସୂଚନା ଦେଇଥିଲେ । ସେଥିରେ ତାଙ୍କ ମୋବାଇଲ ନମ୍ବର ମଧ୍ୟ ଉଲ୍ଲେଖ ଥିଲା । ବ୍ୟାନରେ ଉଲ୍ଲେଖ କରାଯାଇଥିଲା ଯେ, ରକ୍ଷା ବନ୍ଧନ ଦିନ ଯେଉଁ ମହିଳା ମାଗଣା ଅଟୋ ସେବା ପାଇବାକୁ ଚାହୁଁଛନ୍ତି ତାଙ୍କୁ ଯୋଗାଯୋଗ କରିବେ । ସେ ଆହୁରି ମଧ୍ୟ ଲେଖିଥିଲେ, "କିଛି ବର୍ଷ ପୂର୍ବେ ମୋର ମଧ୍ୟ ଏକ ଭଉଣୀ ଥିଲା । କିନ୍ତୁ ସେ ଆଜି ଆମ ପାଖରେ ନାହିଁ । ପ୍ରତିବର୍ଷ ଏହି ଦିନ ତାଙ୍କ କଥା ଅଧିକ ମନେ ପଡ଼େ । ତେଣୁ ତାଙ୍କ ସ୍ମୃତିରେ ରକ୍ଷା ବନ୍ଧନ ଅବସରରେ ମୁଁ ସମସ୍ତ ଭଉଣୀ ମାନଙ୍କୁ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ମାଗଣା ଅଟୋ ସେବା ଯୋଗାଉଛି ।"

ଏହା ମଧ୍ୟ ପଢ଼ନ୍ତୁ: President Celebrated Raksha Bandhan: କୁନି କୁନି ଛାତ୍ରୀ ରାଷ୍ଟ୍ରପତିଙ୍କୁ ବାନ୍ଧିଲେ ରାକ୍ଷୀ

ସେ ଯେତେବେଳେ କୌଣସି ଭଉଣୀଙ୍କୁ ତାଙ୍କ ଭାଇ ପାଖରେ ଛାଡ଼ିବାକୁ ଯାଆନ୍ତି, ସେମାନେ ଧନ୍ୟବାଦ ଜଣାନ୍ତି । ମାତ୍ର କେହି ରାକ୍ଷୀ ବାନ୍ଧିବାକୁ କୁହନ୍ତି ନାହିଁ । ଏହା ତାଙ୍କୁ ଅଧିକ ଦୁଃଖିତ କରେ ବୋଲି ଧନରାଜ କହିଛନ୍ତି । ତାଙ୍କ କହିବା ଅନୁଯାୟୀ, ରକ୍ଷା ବନ୍ଧନ ଦିନ ମୋ ହାତ ଖାଲି ଥାଏ । ତେଣୁ ମୁଁ ସ୍ଥିର କଲି ଯେ ଯଦି ଜଣେ ଭଉଣୀ ରାକ୍ଷୀ ବାନ୍ଧିବାକୁ ସହର ବାହାରକୁ ଯାଉଛନ୍ତି, ତେବେ ତାଙ୍କୁ ବିନା ଖର୍ଚ୍ଚରେ ତାଙ୍କ ଭାଇଙ୍କ ଘରକୁ ପଠାଇ ପାରିବି । ସେଦିନ ଠାରୁ ପ୍ରତ୍ୟେକ ମହିଳାଙ୍କୁ ଭଉଣୀ ଭାବି ରକ୍ଷା ବନ୍ଧନ ଦିନ ମାଗଣା ସେବା ଯୋଗାଉଛନ୍ତି ଧନରାଜ । ଆଗକୁ ମଧ୍ୟ ସେ ଏଭଳି ସେବା ଜାରି ରଖିବେ ବୋଲି କହିଛନ୍ତି । ଧନରାଜଙ୍କ ଏଭଳି ନିଆରା ପ୍ରୟାସ ନେଇ ଲୋକେ ତାଙ୍କୁ ବେଶ ପ୍ରଶଂସା କରିଛନ୍ତି ।

Last Updated : Aug 31, 2023, 7:25 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.