ETV Bharat / bharat

Rajasthan: 93 ବର୍ଷୀୟ ପୂଜକଙ୍କୁ ହତ୍ୟା, ପୋଲିସର ତଦନ୍ତ ଜାରି - ରାଜସ୍ଥାନରେ ପୂଜକଙ୍କୁ ହତ୍ୟା

ରାଜସ୍ଥାନ ଟୋଙ୍କ ଜିଲ୍ଲାରେ 93 ବର୍ଷୀୟ ପୂଜକଙ୍କୁ ହତ୍ୟା । ଗତକାଲି ରାତିରେ ହତ୍ୟାକାଣ୍ଡ । ପୋଲିସର ତଦନ୍ତ ଜାରି । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା । ଅଧିକ ପଢନ୍ତୁ

Rajasthan: 93 ବର୍ଷୀୟ ପୂଜକଙ୍କୁ ହତ୍ୟା, ପୋଲିସର ତଦନ୍ତ ଜାରି

author img

By ETV Bharat Odisha Team

Published : Aug 30, 2023, 4:32 PM IST

ଜୟପୁର: ରାଜସ୍ଥାନ ଟୋଙ୍କ ଜିଲ୍ଲା ଡିଗ୍ଗି ଅଞ୍ଚଳରେ ଜଣେ 93 ବର୍ଷୀୟ ମନ୍ଦିର ପୂଜକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଗତକାଲି ରାତିରେ କେହି ଦୁର୍ବୃତ୍ତ ଏହି ବୟସାଧିକ ପୂଜକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିବା ପରେ ଫେରାର ହୋଇଯାଇଛି । ପୋଲିସ ଆଜି ସକାଳେ ମୃତଦେହ ଜବତ କରିବା ସହ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏଥିରେ କେତେଜଣ ଦୁର୍ବୃତ୍ତ ସାମିଲ ଅଛନ୍ତି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତୋଜନା ଦେଖିବାକୁ ମିଳିଛି । ଅପରାଧୀକୁ ଶୀଘ୍ର ଧରିବା ପାଇଁ ସେମାନେ ଧାରଣାରେ ବସିଛନ୍ତି ।

ହତ୍ୟାର ଶିକାର ହୋଇଥିବା ମହନ୍ତ ସିୟାରାମ ଦାସ ବାବା । ଡିଗ୍ଗି ଅଞ୍ଚଳରେ ଏକ ମହାଦେବ ମନ୍ଦିରରେ ଦୀର୍ଘ 50 ବର୍ଷରୁ ଅଧିକ ଧରି ପୂଜକ ଭାବେ କାର୍ଯ୍ୟ ସମ୍ପାଦନ କରୁଥିଲେ । ପ୍ରାୟ ଶତାୟୁ ଏହି ପୂଜକ ମନ୍ଦିର ପରସରରେ ହିଁ ରହୁଥିଲେ । ଗତକାଲି(ମଙ୍ଗଳବାର) ରାତିରେ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରଯାଇ ହତ୍ୟା କରାଯାଇଛି । ମନ୍ଦିରର ନିକଟରେ ପୂଜକଙ୍କର ମୃତଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ଏହା ପରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ମହନ୍ତଙ୍କର ଶରୀରରେ ଏକାଧିକ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଛି । କେଉଁ କାରଣରୁ ଜଣେ ଶତାୟୁ ପ୍ରାୟ ମହନ୍ତଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଗଲା ସେ ନେଇ କୌଣସି ସୂଚନା ପୋଲିସ ସ୍ପଷ୍ଟ କରିନି ।

ଏହା ମଧ୍ୟ ପଢନ୍ତୁ:-MP: ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ଆସି ୫ ଶ୍ରମିକ ମୃତ

ସୂଚନା ମିଳିବା ପରେ ହଜାର ହଜାର ସ୍ଥାନୀୟ ଲୋକେ ମନ୍ଦିର ନିକଟରେ ରୁଣ୍ଡ ହୋଇଥିଲେ । ହତ୍ୟାକାରୀକୁ ତୁରନ୍ତ ଧରିବା ଲାଗି ଧାରଣାରେ ବସିଥିଲେ । ପୋଲିସ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିଥିଲେ । ପରେ ସ୍ଥିତି ସ୍ବାଭାବିକ ହୋଇଛି । ପୋଲିସ କହିଛି, ଏକ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ମନ୍ଦିର ଓ ଏହାର ଆଖପାଖ ସ୍ଥାନରେ ଲାଗିଥିବା ସିସିଟିଭି କ୍ଯାମେରାର ଫୁଟେଜ ସଂଗ୍ରହ କରାଯାଉଛି । ଏଥିରେ ଜଣେ କିମ୍ବା ଏକାଧିକ ଅଭିଯୁକ୍ତ ସାମିଲ ଅଛନ୍ତି ସେ ନେଇ ସ୍ପଷ୍ଟ ହୋଇନି । ସମସ୍ତ ଅପରାଧୀଙ୍କୁ ଖୁବଶିଘ୍ର ଗିରଫ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.