ETV Bharat / bharat

Rajasthan Gang War: ରାଜସ୍ଥାନରେ ଗ୍ୟାଙ୍ଗଓ୍ୱାରରେ 2 ମୃତ, ନିଜକୁ ଦାୟୀ କଲା ଲରେନ୍ସ ବିଷ୍ଣୋଇ ଗ୍ରୁପ୍

author img

By

Published : Dec 3, 2022, 6:19 PM IST

ରାଜସ୍ଥାନରେ ଗ୍ୟାଙ୍ଗଓ୍ବାର (2 killed in Sikar gang war shootout)। ଗ୍ୟାଙ୍ଗଷ୍ଚାର ରାଜୁ ଥେଟ ସହ ଅନ୍ୟ ଜଣେ ମୃତ । ସିସିଟିଭିରେ କଏଦ 4 ଅପରାଧୀ । ତଦନ୍ତ ଜାରି ରଖିଛି ପୋଲିସ । ଅଧିକ ପଢନ୍ତୁ

Rajasthan gang war : 2 ମୃତ, ନିଜକୁ ଦାୟୀ କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଜୟପୁର: ରାଜସ୍ଥାନର ଶିକାରରେ ହୋଇଥିବା ଗ୍ୟାଙ୍ଗଓ୍ବାରରେ 2ଜଣଙ୍କ ମୃତ୍ୟୁ ହୋଇଛି (2 killed in Sikar gang war shootout)। ହତ୍ୟାର ଶିକାର ହୋଇଥିବା ମୃତକଙ୍କ ମଧ୍ୟରେ ଗ୍ୟାଙ୍ଗଷ୍ଟାର ରାଜୁ ଥେଟ ମଧ୍ୟ ରହିଛି । ଏହି ଗ୍ୟାଙ୍ଗଓ୍ବାର ରାଜୁ ଗ୍ୟାଙ୍ଗ ଓ କୁଖ୍ୟାତ ଅପରାଧୀ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ମଧ୍ୟରେ ହୋଇଥିବା ଜଣାପଡିଛି । ଦୁଇଜଣଙ୍କ ମୃତ୍ୟୁ ନେଇ ନିଜକୁ ଦାୟୀ କରିଛି ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ( Lawrence Bishnoi group)।

  • Rajasthan | Supporters of Raju Thet -who, as per Police, is a criminal- & an org Veer Taj Sena announce a shutdown in Sikar following the shootout here.

    They say, "Won't accept the body or allow a postmortem until the accused are arrested."

    2 people, incl Thet died in shootout pic.twitter.com/1D5Wy216ru

    — ANI MP/CG/Rajasthan (@ANI_MP_CG_RJ) December 3, 2022 " class="align-text-top noRightClick twitterSection" data=" ">

ଲରେନ୍ସ ଗ୍ୟାଙ୍ଗର ସଦସ୍ୟ କୁହାଯାଉଥିବା ରୋହିତ ଗୋଦାରା ନାମକ ଜଣେ ଅପରାଧୀ ଲରେନ୍ସ ଗୋଷ୍ଠୀ ଦ୍ବାରା ଏହି ହତ୍ୟକାଣ୍ଡ ଘଟାଯାଇଥିବା ଫେସବୁକ ପୋଷ୍ଟରେ ସୂଚନା ଦେଇଛି । ରାଜସ୍ଥାନର ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟାର ଆନନ୍ଦପାଲ ସିଂର ଏନକାଉଣ୍ଟରରେ ସମ୍ପୃକ୍ତ ଥିବା ଅଭିଯୋଗରେ ରାଜୁକୁ ହତ୍ୟା କରାଯାଇଥିବା ଉକ୍ତ ଫେସବୁକ ପୋଷ୍ଟରେ ଉଲ୍ଲେଖ ରହଛି । ସୂଚନାଯୋଗ୍ୟ ଯେ ଆନନ୍ଦପାଲ ସିଂକୁ ପୋଲିସ ଏନକାଉଣ୍ଟର କରି ମାରିଥିଲା । ଅନ୍ୟପଟେ ରାଜୁ ଥେଟର ହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ହତ୍ୟାକାରୀଙ୍କୁ ନଧରିବା ଯାଏ ମୃତଦେହ ବ୍ୟବଚ୍ଛେଦ ପାଇଁ ଛାଡୁ ନାହାନ୍ତି ରାଜୁ ଥେଟର ସମର୍ଥକ । ସ୍ଥାନୀୟ ଅଞ୍ଚଳରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି ।

ଶିକାର ଏସ.ପି କହିଛନ୍ତି, ଆଜି ହୋଇଥିବା ଗ୍ୟାଙ୍ଗଓ୍ବାରରେ ରାଜୁ ଥେଟ ନାମକ ଅପରାଧିକ ରେକର୍ଡ ଥିବା ଜଣେ ବ୍ୟକ୍ତି ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । ସେଠାରେ ତାର ମୃତ୍ୟୁ ହୋଇଛି । ସେହିପରି ଅନ୍ୟଜଣେ ମୃତକଙ୍କ ନାମ ତାରାଚାନ୍ଦ ଜାଟ୍ଟ । ସେ ତାଙ୍କ ଝିଅଙ୍କୁ ଭେଟିବାକୁ ଆସିଥିବା ବେଳେ ଗୁଳିମାଡର ଶିକାର ହୋଇଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ଘଟିଛି । ଗ୍ୟାଙ୍ଗଓ୍ବାର ସମୟର ସିସିଟିଭି ଫୁଟେଜ ମଧ୍ୟ ମିଳିଛି । ଯେଉଁଥିରେ ହାତରେ ମାରଣାସ୍ତ୍ର ଧରିଥିବା 4 ଅପରାଧୀ ଦେଖାଯାଇଛନ୍ତି । ସିସିଟିଭି ଆଧାରରେ ସେମାନଙ୍କୁ ଚିହ୍ନଟ ଓ ଗିରଫ ପାଇଁ ପ୍ରକ୍ରିୟା ଜାରି ରହିଛି । ଖୁବଶୀଘ୍ର ସେମାନଙ୍କୁ ଧରାଯିବା ନେଇ ଏସପି ସୂଚନା ମଧ୍ୟ ଦେଇଛନ୍ତି ।

ଘଟଣାସମ୍ପର୍କରେ ରାଜସ୍ଥାନ ପୋଲିସ ଡି.ଜି ଉମେଶ ମିଶ୍ର ଖବର ସରବରାହ ସଂସ୍ଥା ଏନଏନଆଇକୁ ଦେଇଥିବା ସୂଚନା ଅନୁସାରେ, ଗ୍ୟାଙ୍ଗଓ୍ବାର ପରେ ଅପରାଧୀମାନେ ହରିୟାଣା ସୀମା ଦେଇ ଖସିଯିବାକୁ ଉଦ୍ୟମ କରିଥାଇ ପାରନ୍ତି । ସେମାନଙ୍କୁ ଧରିବା ପାଇଁ ଏକାଧିକ ପୋଲିସ ଟିମ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.