ETV Bharat / bharat

Rajasthan Election: କାହିଁକି ବସୁନ୍ଧରାଙ୍କ ଉତ୍ତରାଧିକାରୀ ଅନ୍ୱେଷଣରେ BJP ?

author img

By

Published : Apr 15, 2022, 10:40 PM IST

ଆସନ୍ତା ଦେଢ ବର୍ଷ ମଧ୍ୟରେ ଦେଶର 12 ଟି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ । ଏହି 12 ରାଜ୍ୟରୁ ଏବେ ରାଜସ୍ଥାନକୁ ନେଇ ବଢୁଛି ହଟଚମଟ । ପ୍ରଶ୍ନ ଉଠୁଛି ରାଜସ୍ଥାନ ଲଢେଇ ପାଇଁ କଣ ବିଜେପି ନେତୃତ୍ବ ପୁଣି ଥରେ ମହାରାଣୀ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ଭରଷା କରିବେ ? କଣ ପୁଣି ଥରେ ଧୋଲପୁର ମହାରାଣୀ ବସୁନ୍ଧରା ରାଜେଙ୍କ ରାଜ ଚାଲିବ ରାଜସ୍ଥାନରେ ? ଅଧିକ ପଢନ୍ତୁ

Basundhara raj in Rajasthan
Basundhara raj in Rajasthan

ନୂଆଦିଲ୍ଲୀ: ଆସନ୍ତା ଦେଢ ବର୍ଷ ମଧ୍ୟରେ ଦେଶର 12 ଟି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ । ଏହି 12 ରାଜ୍ୟରୁ ଏବେ ରାଜସ୍ଥାନକୁ ନେଇ ବଢୁଛି ହଟଚମଟ । ପ୍ରଶ୍ନ ଉଠୁଛି ରାଜସ୍ଥାନ ଲଢେଇ ପାଇଁ କଣ ବିଜେପି ନେତୃତ୍ବ ପୁଣି ଥରେ ମହାରାଣୀ ବସୁନ୍ଧରା ରାଜେ ସିନ୍ଧିଆ (Vasundhara Raje Scindhia) ଙ୍କୁ ଭରଷା କରିବେ ? କଣ ପୁଣି ଥରେ ଧୋଲପୁର ମହାରାଣୀ (DholPur Queen) ବସୁନ୍ଧରା ରାଜେଙ୍କ ରାଜ ଚାଲିବ ରାଜସ୍ଥାନରେ ? ଏମିତି ଅନେକ ପ୍ରଶ୍ନ ଏବେ ଧୋଲପୁର ପ୍ୟାଲେସରୁ ଆରମ୍ଭ ହୋଇ ଭାୟା ଜୟପୁର ଦେଇ ନୂଆଦିଲ୍ଲୀରେ ପହଞ୍ଚିଲାଣି ।

କେଉଁ କେଉଁ ରାଜ୍ୟରେ ହେବ ନିର୍ବାଚନ ?

ଆସନ୍ତା 18 ମାସରେ ଅତିକମରେ 12 ଟି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ । ବିଜେପି ଶାସିତ ହିମାଚଳ ପ୍ରଦେଶ, ଗୁଜୁରାଟରେ ଚଳିତ ବର୍ଷ ଶେଷ ଆଡକୁ ନିର୍ବାଚନ ହେବ । ଏତତ ବ୍ୟତୀତ ସବୁ କିଛି ଠିକ ଠାକ ରହିଲେ କେନ୍ଦ୍ର ଶାସିତ ଜମ୍ମୁ କାଶ୍ମୀରରେ ମଧ୍ୟ ନିର୍ବାଚନ କରାଇ ପାରନ୍ତି କେନ୍ଦ୍ର ସରକାର । ଏହାବାଦ ନୂଆ ବର୍ଷ ପ୍ରାରମ୍ଭ ଅର୍ଥାତ 2023 ଫେବୃୟାରୀ-ମାର୍ଚ୍ଚରେ ନର୍ଥଇଷ୍ଟର ମେଘାଳୟ, ନାଗଲାଣ୍ଡ, ଓ ତ୍ରିପୁରାରେ ବିଧାନସଭା ନିର୍ବାଚନ ହେବ । ମେଘାଳୟ, ନାଗଲାଣ୍ଡ ରେ ବିଜେପି ସ୍ଥାନୀୟ ଦଳ ସହ ମେଣ୍ଟ କରି ଶାସନ କରୁଥିବା ବେଳେ, ପାହାଡି ରାଜ୍ୟ ତ୍ରିପୁରାରେ ଏକାକି ପଦ୍ମ ଫୁଟାଇ ଶାସନ କରୁଛି । 2018 ରେ ପ୍ରଥମ ଥର ତ୍ରିପୁରା ପାହାଡି ଭୁଇଁରେ ବିଜେପି ପଦ୍ମ ଫୁଟାଇବାରେ ସଫଳ ହୋଇଥିଲା । ଏହାପରେ ପରେ 2023 ମେ’ ରେ ଦାକ୍ଷିଣାତ୍ବ ରାଜ୍ୟ କର୍ଣ୍ଣାଟକରେ ନିର୍ବାଚନ ହେବ । ପୁଣି 2023 ଶେଷ ଆଡକୁ 3 ଟି ବଡ ରାଜ୍ୟ ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରାମରେ ହେବ ବିଧାନସଭା ନିର୍ବାଚନ । ଏହା ପରେ ପରେ ଦେଶରେ ବାଜିବ ଅଷ୍ଟାଦଶ ଲୋକସଭା ନିର୍ବାଚନର ବିଗୁଲ ।

ବର୍ଷ 2018 ରେ ହୋଇଥିବା ମଧ୍ୟ ପ୍ରଦେଶ,ରାଜସ୍ଥାନ ଓ ଛତିଶଗଡ ବିଧାନସଭା ନିର୍ବାଚନରେ ଶାସକ ବିଜେପିକୁ ଲାଗିଥିଲା ଜବରଦସ୍ତ ଝଟକା । ହିନ୍ଦୀ ହାର୍ଟଲ୍ୟାଣ୍ଡରୁ ପୁରା କ୍ଷମତାଚ୍ୟୁତ ହୋଇଥିଲା ଗେରୁଆ ଦଳ । ଯାହା 2019 ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ବ୍ଲଡ ପ୍ରେସରକୁ ହାଇ କରିଦେଇଥିଲା । 3 ରାଜ୍ୟରେ କ୍ଷମତା ଦଖଲ କରି ସୁପ୍ତ ଅବସ୍ଥାରେ ଥିବା କଂଗ୍ରେସକୁ ମିଳିଥିଲା ନୂଆ ସଞ୍ଜିବନୀ ।

ଚର୍ଚ୍ଚାରେ ରାଜସ୍ଥାନ ରାଜନୀତି

2018 ନିର୍ବାଚନରେ ରାଜସ୍ଥାନ ଶାସନକୁ କଂଗ୍ରେସ ଫେରିବା ପରେ ଭେଟେରାନ ଅଶୋକ ଗେହେଲଟ (Ashok Gehlot) ଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ଦଳ । ଗେହେଲଟ ମୁଖ୍ୟମନ୍ତ୍ରୀ ଅଛନ୍ତି ସତ ହେଲେ ସଚ୍ଚିନ ପାଇଲଟଙ୍କ ଗୋଷ୍ଠୀ ତାଙ୍କ ବିରୋଧରେ ଭାରି ପଡୁଛନ୍ତି । ଗେହେଲଟଙ୍କ ଚୌକି ଯାଉ ଯାଉ ରହିଯାଉଛି । ଏପରି ସ୍ଥଳେ ବିଜେପି ପାଇଁ ବଡ ସମ୍ଭାବନ ରହିଛି । କାରଣ ରାଜସ୍ଥାନୀ ଭୋଟରଙ୍କ ବିଜେପି ବିରୋଧରେ ସେତେଟା ଅଭିଯୋଗ ନାହିଁ । ତାଙ୍କର ଅଭିଯୋଗ ହେଉଛି ମହାରାଣୀ ବସୁନ୍ଧରାଙ୍କ ବିରୋଧରେ । କାରଣ 2013ରେ 200 ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପି ଏକାକି 163 ଆସନ ଦଖଲ କରି ଶାସନ କରିଥିଲା । ଆଉ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ବସୁନ୍ଧରା ରାଜେ । ହେଲେ 2018 ବିଧାନସଭା ନିର୍ବାଚନରେ ବିଜେପି ମାତ୍ର 73 ଟି ଆସନ ଜିତିବାରେ ସଫଳ ହୋଇଥିଲା । କିନ୍ତୁ 2019 ସାଧାରଣ ନିର୍ବାଚନରେ ରାଜସ୍ଥାନୀ ଭୋଟର ପୁରା ବିଜେପିକୁ ସାଥ ଦେଇଥିଲେ । ପୁରା 25 କୁ 25 ଲୋକସଭା ଆସନରେ ବିଜେପିକୁ ସମର୍ଥନ ଦେଇଥିଲେ । ଏଥିରୁ ସ୍ପଷ୍ଟ ହୋଇଥିଲା ରାଜସ୍ଥାନୀ ଭୋଟର ବିଜେପି ସପକ୍ଷରେ ରହିଛନ୍ତି । ହେଲେ ବସୁନ୍ଧରା ରାଜେଙ୍କୁ ବିରୋଧ କରୁଛନ୍ତି ।

ବସୁନ୍ଧାରାଙ୍କ ଛବି ‘8 PM’ CM

ଆସନ୍ତା ବର୍ଷ ହେବାକୁ ଥିବା ରାଜସ୍ଥାନ ବିଧାନସଭା ନିର୍ବାଚନ (Rajasthan Assembly Election2023) ପାଇଁ ଯେତେ ସମ୍ଭବ କଂଗ୍ରେସ ସଚ୍ଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ପାଇଁ ପ୍ରଜେକ୍ଟ କରିବା ନିଶ୍ଚିତ । ହେଲେ ବିଜେପି କଣ ପୁଣି ଥରେ ବସୁନ୍ଧରାଙ୍କ ନେତୃତ୍ବରେ ନିର୍ବାଚନ ଲଢିବ ନା ନୂଆ ନେତାଙ୍କୁ ମୈଦାନକୁ ଆଣିବ? ଯଦି ବସୁନ୍ଧରାଙ୍କୁ ପରିବର୍ତ୍ତନ କରେ କାହାକୁ ଦଳ କଂଗ୍ରେସ ସମ୍ମୁଖରେ ସେନାପତି କରିବ? କିଏ ହେବେ ରାଜସ୍ଥାନ ବିଜେପି ଚେହେରା? ଆଉ ମହାରାଣୀ ରାଜେଙ୍କ ଭୂମିକା କଣ ହେବ? ତାଙ୍କୁ ଦଳ କେଉଁ ଦାୟିତ୍ବ ଦେବ? ଏହା ନିଶ୍ଚିତ ଯେ 2023 ନିର୍ବାଚନରେ ବିଜେପି କୌଣସି ନୂଆ ଚେହେରାଙ୍କୁ ସାମନାକୁ ଆଣିପାରେ । କାରଣ ବସୁନ୍ଧରାଙ୍କ ବିରୋଧରେ ସ୍ଥାନୀୟ ନେତା, କର୍ମୀଙ୍କ ଅଭିଯୋଗ ପ୍ରବଳ । ଆଉ ବସୁନ୍ଧରାଙ୍କ ଅସୁବିଧା ହେଉଛି 2 ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ସତ୍ତ୍ବେ ଲୋକଙ୍କ ଦ୍ବାରା ସେତେ ଗ୍ରହଣୀୟ ହୋଇପାରନ୍ତି । ଆଉ ନିଜ ମୁଖ୍ୟମନ୍ତ୍ରୀତ୍ବ ସମୟରେ ରାତି 8 ଟା ପରେ ବସୁନ୍ଧରା କାହାକୁ ସାକ୍ଷାତ କରନ୍ତି ନାହିଁ କି କୌଣସି ପ୍ରଶାସନିକ ଅଧିକାରୀ, ଦଳୀୟ ବିଧାୟକ ମନ୍ତ୍ରୀଙ୍କ ସହ କଥା ହୁଅନ୍ତି ନାହିଁ ବୋଲି ଅଭିଯୋଗ ରହିଆସିଛି । ଯାହାକୁ ନେଇ ତାଙ୍କୁ 8 PM ସିଏମ ବୋଲି କୁହାଯାଏ । ଆଉ ଯାହାର ସିଧା ସଳଖ ଫଳ ଭୋଗିଲା ବିଜେପି ।

ଜାତୀୟ ରାଜନୀତିରେ ଏଣ୍ଟ୍ରି କରିବେ ମହାରାଣୀ !

ରାଜସ୍ଥାନ ନିର୍ବାଚନକୁ ଆହୁରି ଗୋଟିଏ ବର୍ଷରୁ ଅଧିକ ସମୟ ରହିଛି । ହେଲେ ଏବେ ଠାରୁ ବିଜେପି ନେତୃତ୍ବ ରାଜସ୍ଥାନ ପାଇଁ ରଣନୀତି ପ୍ରସ୍ତୁତି କଲେଣି । ଯାହାକୁ ନେଇ 2019 ରୁ ପୁରା ସର୍ବସାଧାରଣରୁ ଦୂରରେ ଥିବା ବସୁନ୍ଧରା ରାଜେ ପୁଣି ଥରେ ସକ୍ରିୟ ହୋଇପଡିଛନ୍ତି । ବାରମ୍ବାର ଦିଲ୍ଲୀ ଦଳୀୟ ମୁଖ୍ୟାଳୟ ଆସି ଦଳୀୟ ନେତାଙ୍କୁ ସାକ୍ଷାତ କରୁଛନ୍ତି । ହେଲେ ବର୍ତ୍ତମାନର ବିଜେପି ନେତୃତ୍ବର ନିଷ୍ପତ୍ତିକୁ ଅନୁଶୀଳନ କଲେ ଏହା ସ୍ପଷ୍ଟ ଯେ ବସୁନ୍ଧରା ରାଜେଙ୍କ ରାଜ ରାଜସ୍ଥାନରୁ ଏକ ପ୍ରକାର ସମାପ୍ତ ହୋଇଯାଇଛି । ବିଜେପି ନେତୃ୍ତ୍ବ ରାଜସ୍ଥାନ ପାଇଁ ନୂଆ ନେତାଙ୍କ ଅନୁସନ୍ଧାନ ଆରମ୍ଭ କରିଦେଇଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଥିପାଇଁ ନିକଟରେ ରାଜସ୍ଥାନ(Rajasthan) ଗସ୍ତ କରି ‘ସିକ୍ରେଟ ଷ୍ଟ୍ରାଟେଜି’ର ଶୁଭାରମ୍ଭ କରିଛନ୍ତି । ଆଉ ଅମିତ ଶାହା (Amit Shah)ଙ୍କ ନିର୍ବାଚନୀ ଟିମ ମଧ୍ୟ ପୁରା ରାଜସ୍ଥାନରେ ଛାଇ ଗଲେଣି । ଏପରି ସ୍ଥଳେ ବସୁନ୍ଧରାଙ୍କୁ ଦଳ କେନ୍ଦ୍ରୀୟ ରାଜନୀତି (national politics) ରେ ପ୍ରବେଶ କରାଇ ପାରେ । ନିର୍ବାଚନ ପୂର୍ବରୁ ତାଙ୍କୁ ରାଜ୍ୟସଭା (Rajya Sabha) କୁ ପଠାଇ ରାଜସ୍ଥାନର ନୂଆ ଚେହେରା ପାଇଁ ପଥ ପରିଷ୍କାର କରିପାରନ୍ତି ।

ସଫଳ ହୋଇଛି ବିଜେପିର ପ୍ରୟୋଗ

ଗତ ଫେବୃୟାରୀ-ମାର୍ଚ୍ଚରେ ହୋଇଥିବା 5 ଟି ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେପି ଏକ ରଣନୀତି ପ୍ରୟୋଗ କରିଥିଲା । ପ୍ରୟୋଗ ଥିଲା ଚେହେରାକୁ ନେଇ । ଯଦି ଦଳ କ୍ଷମତାକୁ ଆସେ କିଏ ହେବେ ମୁଖ୍ୟମନ୍ତ୍ରୀ ? ବିଜେପି କେବେ ବି ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚେହେରାକୁ ସାମନାକୁ ଆଣିନଥାଏ । ଗତ 2014 ପରଠାରୁ ବିଜେପି ପ୍ରତ୍ୟେକ ନିର୍ବାଚନକୁ ମୋଦିଙ୍କ ନାଁରେ ଲଢୁଥିଲା । ଏଥିରେ ଦଳ ସଫଳ ମଧ୍ୟ ହୋଇଛି । କିଛି ମାତ୍ରାରେ ବିଫଳ ମଧ୍ୟ ହୋଇଛି । କିନ୍ତୁ ଚତୁର ବିଜେପି ବର୍ତ୍ତମାନ ସହ ଭବିଷ୍ୟତକୁ ନେଇ ମଧ୍ୟ କାମ କରୁଛି । ଫଳରେ ଗତ 5 ଟି ରାଜ୍ୟ ବିଧାନସଭାରେ ଦଳ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଏକ ନୂଆ ରଣନୀତି ପ୍ରୟୋଗ କରିଥିଲା । ପ୍ରୟୋଗ ଏହା ଥିଲା କି ମୋଦିଙ୍କ ନାଁ ବିନା ସ୍ଥାନୀୟ ନେତାଙ୍କ ନେତୃତ୍ବରେ ନିର୍ବାଚନ ଲଢିବା । ୟୁପି, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ଦଳ ଏହି ପ୍ରୟୋଗ କରି ସଫଳ ମଧ୍ୟ ହୋଇଛି । ଯଦିଓ ଅସଲ ଲଢେଇ କେନ୍ଦ୍ରୀୟ ନେତୃତ୍ବ ଲଢିଥିଲେ । ହେଲେ ମୁଖ୍ୟମନ୍ତ୍ରୀ କିଏ ହେବେ ସ୍ପଷ୍ଟ ହୋଇଯାଇଥିଲା । ଠିକ ସେହି ଭଳି ବିଜେପି ରାଜସ୍ଥାନ ପାଇଁ ଜଣେ ଯୁବ, ଶିକ୍ଷିତ, ସମର୍ପିତ ଦକ୍ଷତା ସମ୍ପନ୍ନ କାର୍ଯ୍ୟକର୍ତ୍ତାଙ୍କୁ ଚେହେରା କରିପାରେ । ଯିଏ ଦଳର ଲକ୍ଷ୍ୟ, ରାଜସ୍ଥାନବାସୀଙ୍କ ସେବା ପାଇଁ ପୁରା ଉତ୍ସର୍ଗୀକୃତ ଭାବେ କାମ କରିବେ । ଆଉ 8PM ସିଏମର ଅପବାଦ ମଧ୍ୟ ବିଜେପିକୁ ଉଠାଇବାକୁ ପଡିବ ନାହିଁ । ତେବେ ଦେଖିବାର କଥା ପାଖା ପାଖି ଦେଢ ବର୍ଷ ସମୟ ବାକି ଥିବା ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ବିଜେପି କେଉଁ ପ୍ରୟୋଗ କରୁଛି । ଆଉ ଗ୍ବାଲିୟରର ରାଜକୁମାରୀ ଧୋଲପୁରର ମହାରାଣୀ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ କେଉଁ ଦାୟିତ୍ବ ଦେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.