ETV Bharat / bharat

Narendra Giri Death Case; ଅଶୋକରୁ କେମିତି ହେଲେ ଶିଷ୍ୟ ଆନନ୍ଦଗିରି ? - Rajastahn Bhilwara to Baghambari Math

କିଏ ଏହି ଆନନ୍ଦଗିରି ? କଣ ତାଙ୍କର ଅତୀତ ? କେଉଁଠି ଘର ? କେମିତି ଆସିଲେ ଆଧ୍ଯାତ୍ମିକ ଜଗତକୁ ? ଅଖିଳ ଭାରତୀୟ ଆଖଡା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି ମହାରାଜଙ୍କ ସଂପ୍ପର୍ଶରେ ଆସିଲେ କେମିତି ? ତାକୁ ନେଇ ଚାରିଆଡେ ଚର୍ଚ୍ଚା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Anand giri
Anand giri
author img

By

Published : Sep 22, 2021, 4:47 PM IST

ପ୍ରୟାଗରାଜ: ଅଖିଳ ଭାରତୀୟ ଆଖଡା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି ମହାରାଜଙ୍କ ନିଧନକୁ 2 ଦିନ ବିତିଗଲା । ଆଜି ମୃତଦେହ ବ୍ୟବଚ୍ଛେଦ ପରେ ସନାତନ ସଂସ୍କୃତି ନିୟମ ଅନୁସାରେ ତାଙ୍କୁ ମଠ ପରିସରରେ ସମାଧି ଦିଆଯାଇଛି । ଅନ୍ୟପଟେ ଘଟଣାରେ ବର୍ତ୍ତମାନ ସୁଦ୍ଧା 3 ଜଣଙ୍କୁ ପୋଲିସ ଗିରଫ କରି ତଦନ୍ତ କରୁଥିବା ବେଳେ, କିଛି ଲୋକଙ୍କୁ ଅଟକ ରଖି ଜେରା କରୁଛି ।

ଗିରଫ 3 ଜଣଙ୍କ ମଧ୍ୟରେ ଅଛନ୍ତି ମହନ୍ତ ନରେନ୍ଦ୍ର ଗିରି ମହାରାଜଙ୍କ ଶିଷ୍ୟ ଆନନ୍ଦ ଗିରି, ହନୁମାନ ମନ୍ଦିର ପୂଜକ ଆଧ୍ୟା ତିୱାରୀ ଓ ତାଙ୍କ ପୁଅ ସନ୍ଦୀପ ତିୱାରୀ । ତେବେ ଏବେ ପ୍ରଶ୍ନ ଉଠୁଛି କିଏ ଏହି ଆନନ୍ଦଗିରି ? କଣ ତାଙ୍କର ଅତୀତ ? କେଉଁଠି ଘର ? କେମିତି ଆସିଲେ ଆଧ୍ଯାତ୍ମିକ ଜଗତକୁ ? ଅଖିଳ ଭାରତୀୟ ଆଖଡା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି ମହାରାଜଙ୍କ ସଂପ୍ପର୍ଶରେ ଆସିଲେ କେମିତି? ଏତେ କମ ସମୟରେ ଏତେ ଉପରକୁ ଗଲେ କିଭଳି? ମହାରାଜଙ୍କ ଉତ୍ତାରାଧିକୀ ନିଜକୁ ନିଜେ ବୋଲାଇଲେ କେମିତି? ଏହି ତମାମ ପ୍ରଶ୍ନର ଉତ୍ତର ଏବେ ଖୋଜୁଛି ସାରା ଦେଶ ।

କିଏ ଆନନ୍ଦ ଗିରି...

ଆନନ୍ଦ ଗିରି ହେଉଛନ୍ତି ରାଜସ୍ଥାନ ଭିଲୱାଡାର ମୂଳ ବାସିନ୍ଦା । ପ୍ରକୃତ ନାମ ହେଲା ଅଶୋକ ଚୌଟିୟା । ଭିଲୱାଡା ଜିଲ୍ଲା ସ୍ଥିତ ବ୍ରାହ୍ମଣ ସରେରୀରେ ଅଶୋକ ଚୌଟିୟା ତଥା ଆନନ୍ଦ ଗିରିଙ୍କ ପ୍ରକୃତ ଘର ।

ଅଶୋକ ଚୌଟିୟାରୁ ଆନନ୍ଦ ଗିରି ପର୍ଯ୍ୟନ୍ତ...

ଅଶୋକ ଚୌଟିୟାରୁ ଆନନ୍ଦ ଗିରି ପର୍ଯନ୍ତ ଯାତ୍ରା ମଧ୍ଯ ଯେତିକି ଆଶ୍ଚର୍ଯ୍ୟ ଜନକ ସେତିକି କୌତୁହଳପୂର୍ଣ୍ଣ । କୁମ୍ଭମେଳାରେ ଜଣେ ଜଣେ ସନ୍ଥଙ୍କ ସହ ଅଶୋକ ଚୌଟିୟାଙ୍କ ସାକ୍ଷାତ ହୁଏ । ତାଙ୍କରି ସଂସ୍ପର୍ଶରେ ଆସିଲା ପରେ, ଆଧ୍ୟାତ୍ମିକତା ଜଗତ ପ୍ରତି ମନ ବଳାଇଥିଲେ । ଏହାପରେ ଆରମ୍ଭ ହୁଏ ଅଶୋକ ଚୌଟିୟାରୁ ଆନନ୍ଦ ଗିରି ହେବାପାଇଁ ସଂଘର୍ଷ । ସନାତନ ସଂସ୍କୃତି ପ୍ରତି ଥିଲା ଦୁର୍ବଳତା । ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ପ୍ରତି ଅଧିକ ମନବଳାଇଲେ । ପରେ କୁମ୍ଭମେଳାରେ ସାକ୍ଷାତ ହୋଇଥିବା ସାଧୁଙ୍କ ସହାୟତାରେ ପ୍ରୟାଗରାଜ ବାଘମ୍ବରୀ ମଠ ପହଞ୍ଚିଥିଲେ ।

ସେହିଠାରୁ ସମ୍ପୂର୍ଣ୍ଣ ସନ୍ୟାସୀ ହେବାପାଇଁ ନିଷ୍ପତ୍ତି ନେଇଥିଲେ । ପରେ ମହନ୍ତ ନରେନ୍ଦ୍ର ଗିରି ମହାରାଜଙ୍କ ଚରଣରେ ଆସି, ତାଙ୍କୁ ଗୁରୁ ଭାବେ ଗ୍ରହଣ କରି ଦୀକ୍ଷା ନେଲେ । ସେହିଦିନ ଠାରୁ ଅଶୋକ ଚୌଟିୟାରୁ ବନି ଗଲେ ଆନନ୍ଦ ଗିରି । ଆଉ ରାଜସ୍ଥାନର ଭିଲୱାଡା ଠିକଣା ବଦଳରେ ନୂଆ ଠିକଣା ପାଲଟିଲା ବାଘମ୍ବରୀ ମଠ ।

ଛାଡିପାରିନଥିଲେ ସଂସାର ମୋହ ...

ଅଶୋକ ଚୌଟିୟାରୁ ବନି ଗଲେ ଆନନ୍ଦ ଗିରି ସତ । କିନ୍ତୁ ନିଜର ଆଧୁନିକ ଚାକ୍ୟଚକ୍ୟର ଅଭିଳାଶ ତାଙ୍କ ମନରୁ ତ୍ୟାଗ କରିପାରିନଥିଲେ । ଅନେକ ସମୟରେ ବିଭିନ୍ନ ରୂପ ବେଶରେ ଆସୁଥିଲେ । ସନ୍ୟାସୀ ଥିଲେ ସତ, କିନ୍ତୁ ଆଧୁନିକତାର ଛାପକୁ ମଧ୍ୟ ଛାଡିପାରିନଥିଲେ । ନୂଆ ନୂଆ ବ୍ରାଣ୍ଡର ସାମଗ୍ରୀ ହେଉ ବା ସୋସିଆଲ ମିଡିଆ ସବୁଠି ଥିଲେ ସକ୍ରିୟ । କହିବାକୁ ଗଲେ ସନ୍ୟାସୀ ହୋଇଥିଲେ ସୁଦ୍ଧା ସଂସାର ମୋହକୁ ଛାଡି ପାରିନଥିଲେ ।

ପରିବାରରେ ଅଛନ୍ତି 3 ଭାଇ...

ଅଶୋକ ଚୌଟିୟା ତଥା ଆନନ୍ଦ ଗିରିଙ୍କ 3 ଜଣ ଭାଇ ଅଛନ୍ତି । 4 ଭାଇଙ୍କ ମଧ୍ୟରେ ଆନନ୍ଦ ଗିରି ହେଉଛନ୍ତି ସାନ । ପରିବାର ସେତେଟା ସ୍ବଚ୍ଛଳ ଏବେ ବି ନୁହଁନ୍ତି । 3 ଭାଇଙ୍କ ମଧ୍ୟରୁ ଜଣେ ଭାଇ ପରିବା ବିକ୍ରି କରୁଥିବା ବେଳେ, ଅନ୍ୟ 2 ଜଣ କବାଡିଆ କାମ କରୁଛନ୍ତି । ପରିବାର ଆର୍ଥିକ ସ୍ତରରେ ସେତେ ଶକ୍ତ ନଥିଲେ ମଧ୍ୟ ଆନନ୍ଦ ଗିରି ପରିବାରକୁ ତ୍ୟାଗ କରି ବେଶ ଆଧୁନିକତାର ପରିବେଶରେ ରହୁଥିଲେ । ଖାଲି ଏତିକି ନୁହେଁ କୁମ୍ଭମେଳାର ସୁଯୋଗ ନେଇ ସେ ଦେଶ ବିଦେଶର ଅନେକ ପ୍ରତିଷ୍ଠିତ ଲୋକଙ୍କ ସମ୍ପର୍କରେ ଆସିଥିଲେ । ଏହାର ଫାଇଦା ନେଇ ବିଦେଶ ଯିବାର ମଧ୍ୟ ସୁଯୋଗ ପାଇଛନ୍ତି ।

ମାଁଙ୍କ ନିଧନ ବେଳେ ଆସିଥିଲେ ଘରକୁ...

ଅଶୋକ ଚୌଟିୟାରୁ ଆନନ୍ଦ ଗିରି ବନିଯିବା ପରେ, ପରିବାର ସହ ସେତେଟା ଯୋଗାଯୋଗରେ ନଥିଲେ ଆନନ୍ଦଗିରି । କିନ୍ତୁ ଗତ 5 ମାସ ତଳେ ନିଜ ମାଁଙ୍କ ନିଧନ ବେଳେ ଘରକୁ ଆସିଥିଲେ । ଏହାବାଦ 2013 ରେ ମଧ୍ୟ ଥରେ ଗାଁକୁ ଆସିଥିଲେ । ସେତେବେଳେ ଗୁରୁ ତଥା ମହନ୍ତ ନରେନ୍ଦ୍ର ଗିରି ମହାରାଜ ମଧ୍ୟ ସାଙ୍ଗରେ ଆସିଥିଲେ ।

ତେବେ ବାଘମ୍ବରୀ ମଠରୁ ମହନ୍ତ ନରେନ୍ଦ୍ର ଗିରି ମହାରାଜ ବିତାଡିତ କରିବା ପରେ ଆନନ୍ଦ ଗିରି ହରିଦ୍ବାରରେ ରହିଆସୁଥିଲେ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.