ETV Bharat / bharat

Pornography Case: ପର୍ଣ୍ଣ ଫିଲ୍ମରୁ ଟଙ୍କା ଆଣି କ୍ରିପଟୋକରେନ୍ସିରେ ଲଗାଉଥିଲେ ରାଜ ! - ରାଜ କୁନ୍ଦ୍ରା

କୁନ୍ଦ୍ରାଙ୍କ ୪ ଜଣ କର୍ମଚାରୀ ଖୋଲିବେ ପର୍ଣ୍ଣୋଗ୍ରାଫି ମାମଲାର ରାଜ । ମାମଲାରେ ରାଜଙ୍କ ଏହି ୪ ଜଣ କର୍ମଚାରୀ ରାଜସାକ୍ଷୀ ହେବେ । ଅଧିକ ପଢନ୍ତୁ...

Pornography Case: ପର୍ଣ୍ଣ ଫିଲ୍ମରୁ ଟଙ୍କା ଆଣି କ୍ରିପଟୋକରେନ୍ସିରେ ଲଗାଉଥିଲେ ରାଜ !

author img

By

Published : Jul 25, 2021, 5:28 PM IST

ମୁମ୍ବାଇ: ଅଶ୍ଳୀଳ ଭିଡିଓ ସୁଟିଂ ମାମଲାରେ ବଢୁଛି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ଅଡୁଆ । ଶନିବାର କୁନ୍ଦ୍ରାଙ୍କ ଅଫିସରେ ଛାନଭିନ ସମୟରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଥିଲା ଏକ ଲକର । ଏଥିରୁ ଅନେକ କାଗଜପତ୍ର ମିଳିଛି ।

ରାଜ କୁନ୍ଦ୍ରାଙ୍କ ଅଫିସରୁ ମିଳିଥିବା ଲକରରୁ କ୍ରିପଟୋକରେନ୍ସି ସହ ଜଡିତ କିଛି ଗାଗଜପତ୍ର ମିଳିଛି । ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଏହି କାଗଜ ପତ୍ରର ଯାଞ୍ଚ କରୁଛି ।

ରାଜ କୁନ୍ଦ୍ରାଙ୍କ ସ୍ତ୍ରୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ପଚରାଉଚୁରା ପରେ କ୍ରାଇମବ୍ରାଞ୍ଚ ମାମଲାରେ ଆର୍ଥିକ ହେରଫେର ଦିଗକୁ ମଧ୍ୟ ଯାଞ୍ଚ କରୁଛି । କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ସୁଟ୍‌ କରି କୋଟିକୋଟି ଟଙ୍କା ରୋଜଗାର କରିଥିବା କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି । ଏହି ଟଙ୍କାକୁ ସେ କ୍ରିକେଟ ବେଟିଙ୍ଗ୍‌ ଓ କ୍ରିପଟୋକରେନ୍ସିରେ ଲଗାଇଥିବା କୁହାଯାଉଛି ।

ସେପଟେ କୁନ୍ଦ୍ରାଙ୍କ ୪ ଜଣ କର୍ମଚାରୀ ଖୋଲିବେ ପର୍ଣ୍ଣୋଗ୍ରାଫି ମାମଲାର ରାଜ । ମାମଲାରେ ରାଜଙ୍କ ଏହି ୪ ଜଣ କର୍ମଚାରୀ ରାଜସାକ୍ଷୀ ହେବେ ।

ଏହି କର୍ମଚାରୀମାନେ ଅଶ୍ଳୀଳ ଫିଲ୍ମ ରାକେଟ ସହ ଜଡିତ ସମସ୍ତ ସୁରାକ ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ଦେଇଥିବା ଜଣାପଡିଛି । ଅନ୍ୟପକ୍ଷେ ଘଟଣାରେ ଅଭିନେତ୍ରୀ ଗହନା ବଶିଷ୍ଠଙ୍କ ସମେତ ୩ ଜଣଙ୍କୁ ପଚରାଉଚୁରା ପାଇଁ ଡକାଇଛି କ୍ରାଇମବ୍ରାଞ୍ଚ ।

କ୍ରାଇମବ୍ରାଞ୍ଚର କହିବାନୁଯାୟୀ, ଏହି ୪ ଜଣ କର୍ମଚାରୀ ମାମଲାରେ ମୁଖ୍ୟ ଭୂମିକା ଗ୍ରହଣ କରିବେ । ରାଜ କୁନ୍ଦ୍ରା ଓ ଅନ୍ୟମାନେ ମାମଲାକୁ ନେଇ ମୁହଁ ଖୋଲୁନାହାଁନ୍ତି । ଏଭଳିସ୍ଥିତିରେ ତାଙ୍କ କମ୍ପାନୀର ଏହି ୪ ଜଣ କର୍ମଚାରୀ ମାମଲାରେ ଜରୁରୀ ସୂଚନା ଦେବେ ଯାହା ତଦନ୍ତରେ କ୍ରାଇମବ୍ରାଞ୍ଚକୁ ସାହାଯ୍ୟ କରିବ ।

୪ ଜଣ କର୍ମଚାରୀଙ୍କ ପାଖରୁ ରାଜ କୁନ୍ଦ୍ରାଙ୍କ ବିଜନେସ ଡିଲ ବାବଦରେ ସୂଚନା ନିଆଯିବ । ପର୍ଣ୍ଣୋଗ୍ରାଫି ରାକେଟ କିପରି ଚାଲୁଥିଲା, ଏନେଇ ସେମାନଙ୍କୁ ପଚରାଉଚୁରା କରାଯିବ । ଆର୍ଥିକ ଡିଲ୍‌ ଓ ବାକି ବିଷୟ ଉପରେ ମଧ୍ୟ ସାକ୍ଷ୍ୟ ଗ୍ରହଣ କରାଯିବ ।

ଖୁବଶୀଘ୍ର ୪ ଜଣ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରାଯିବ, ଯାହା ଏହି ମାମଲାରେ ରାଜଙ୍କ ଅଡୁଆ ବଢାଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.