ETV Bharat / bharat

ବର୍ଷାରେ ବେହାଲ ଚେନ୍ନାଇ: ବୁଡିଛି ରାସ୍ତାଘାଟ, 2 ମୃତ

author img

By

Published : Nov 2, 2022, 1:23 PM IST

ଚେନ୍ନାଇରେ ବର୍ଷା ବିପତ୍ତି । ଲଗାତାର ବର୍ଷା କାରଣରୁ ହନ୍ତସନ୍ତ ହୋଇଛନ୍ତି ଲୋକ । ତିନି ବର୍ଷ ମଧ୍ୟରେ ଚେନ୍ନାଇରେ ପ୍ରଥମ ଥର ପାଇଁ ଏପରି ବର୍ଷା ବିପତ୍ତି ଆସିଛି । ଅଧିକ ପଢନ୍ତୁ

ଚେନ୍ନାଇରେ ବର୍ଷା ବିପତ୍ତି, ବୁଡିଛି ରାସ୍ତାଘାଟ

ଚେନ୍ନାଇ: ବର୍ଷାରେ ବେହାଲ ହୋଇଛି ତାମିଲନାଡୁ ରାଜଧାନୀ ଚେନ୍ନାଇ । ଗତ ଦୁଇ ଦିନ ହେବ ବର୍ଷା ଲାଗି ରହିଥିବାରୁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ରାସ୍ତାଘାଟ ବୁଡି ଯାଇଛି । ଲୋକଙ୍କ ହନ୍ତସନ୍ତ କରିଛି ବର୍ଷା । ବର୍ଷା କାରଣରୁ ଦୁର୍ଘଟଣାର ଶିକାର ହୋଇ 2 ଜଣଙ୍କର ମୃତ୍ୟୁ ହୋଇଛି । ତିନି ବର୍ଷ ମଧ୍ୟରେ ଚେନ୍ନାଇରେ ପ୍ରଥମ ଥର ପାଇଁ ଏପରି ବର୍ଷା ବିପତ୍ତି ଆସିଛି ।

ବିଭିନ୍ନ ଅଞ୍ଚଳର ବର୍ଷା ରେକର୍ଡ ହୋଇଛି । ନୁଗାମାବାକ୍କାମରେ ଗୋଟିଏ ଦିନରେ 8ସେମି, ସୁବୁର୍ବାନ ପାହାଡିଆ ଅଞ୍ଚଳରେ 13ସେମି ଏବଂ ପେରାମ୍ବୁବୁରରେ 12ସେମି ବର୍ଷା ରେକର୍ଡ ହୋଇଛି । 29 ଅକ୍ଟୋବରରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲା । ବର୍ଷା ସ୍ଥିତିକୁ ଦେଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏକ ସମୀକ୍ଷା ବୈଠକ କରିଥିଲେ । ଅଧିକାରୀଙ୍କୁ ମିଳିତ ଭାବରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଗତ 30 ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ରାଜ୍ୟରେ ଏପରି ବର୍ଷା ବିପତ୍ତି ଆସିିଛି । ଆଞ୍ଚଳିକ ପାଣିପାଗ ବିଭାଗ ଡେପୁଟି ନିର୍ଦ୍ଦେଶକ ଏସ ବାଲାଚନ୍ଦ୍ରନ କହିଛନ୍ତି 1990 ସହରରେ 13 ସେମି, 1964ରେ 11 ସେମି ବର୍ଷା ହୋଇଥିଲା । ପୁଣି ଚଳିତ ବର୍ଷ ବର୍ଷା ପାଇଁ ଜନଜୀବନ ହନ୍ତସନ୍ତ ହୋଇଛନ୍ତି । ଚେନ୍ନାଇ, କାଞ୍ଚିପୁରମ, ତ୍ରିଭାଲୁର ଏବଂ ଚେନଗେଲେଟ ସମେଚତ 8ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ବାତ୍ୟା ଆଶଙ୍କା ମଧ୍ୟ ରହିଛି ।

ଏହା ବି ପଢନ୍ତୁ...ହାଥରସରେ ଲଜ୍ଜା: ଯୁବତୀଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଗଣଦୁଷ୍କର୍ମ

ଅକ୍ଟୋବର 1 ରୁ ନଭେମ୍ବର 1 ପର୍ଯ୍ୟନ୍ତ ଚେନ୍ନାଇରେ 20 ସେମି ବର୍ଷା ରେକର୍ଡ ହୋଇଛି । ଏହା ସ୍ୱାଭାବିକ ଠାରୁ 29 ପ୍ରତିଶତ କମ୍ ଅଟେ । ଆସନ୍ତା 3 ଦିନ ପାଇଁ ତାମିଲନାଡୁ ପୁଡୁଚେରୀ କରାଇକାଲର ଅଧିକାଂଶ ଅଞ୍ଚଳରେ ମଧ୍ୟମ ବର୍ଷା ହେବାର ଆଶଙ୍କା ରହିଛି । ପରବର୍ତ୍ତୀ 24 ଘଣ୍ଟା ମଧ୍ୟରେ ଚେନ୍ନାଇ, କାଞ୍ଚିପୁରମ୍, ତ୍ରିଭାଲୁର ସମେତ ଅନ୍ୟ ଉତ୍ତର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.