ETV Bharat / bharat

ବେଙ୍ଗାଲୁରୁରେ ଘରେ ପାଣି ପଶିବା ପରେ ହୋଟେଲ ମୁହାଁ ଲୋକେ, ଦର ଆକାଶ ଛୁଆଁ - କର୍ଣ୍ଣାଟକାରେ ବର୍ଷା ବିତ୍ପାତ

ବେଙ୍ଗାଲୁରୁରେ ଏବେବି ସ୍ଥିତି ଗମ୍ଭୀର । ଜାରି ରହିଛି ଲଗାଣ ବର୍ଷା । ଘରେ ପାଣି ପଶିବା ପରେ ହୋଟେଲ ଓ ଲଜ୍‌ ମୁହାଁ ହେବାରେ ଲାଗିଛନ୍ତି ଲୋକେ । ଆକାଶ ଛୁଆଁ ଦର ସାଙ୍ଗକୁ ମିଳୁନି ରୁମ୍‌ । ଅଧିକ ପଢନ୍ତୁ

ବେଙ୍ଗାଲୁରୁରେ ଘରେ ପାଣି ପଶିବା ପରେ ହୋଟେଲ ମୁହାଁ ଲୋକେ, ଆକାଶ ଛୁଆଁ ହୋଟେଲ ରୁମ

author img

By

Published : Sep 8, 2022, 7:59 PM IST

Updated : Sep 8, 2022, 11:00 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜାରି ରହିଛି ଲଗାଣ ବର୍ଷା (Bangalore rain news)। ରାଜଧାନୀ ବେଙ୍ଗାଲୁରୁ ସମେତ ଅନ୍ୟ କିଛି ସ୍ଥାନ ଜଳାର୍ଣ୍ଣବ ହୋଇଛି । ବର୍ଷା ଲାଗି ରହିଥିବାରୁ ଜଳସ୍ତର ହ୍ରାସ ମଧ୍ୟ ପାଉନି । ଏହାରି ମଧ୍ୟରେ ଆପାର୍ଟମେଣ୍ଟର ଗ୍ରାଉଣ୍ଡ ଫ୍ଲୋର ବୁଡି ରହିବା କାରଣରୁ ଏବେ ହୋଟେଲ ଓ ଲଜ ମୁହାଁ ହେବାରେ ଲାଗିଛନ୍ତି ଲୋକେ (Rain water enters homes in Bangalore)।

ଫଳରେ ହଠାତ ହୋଟେଲ ଓ ଲଜର ଚାହିଦାକୁ ଦେଖି ଦରଦାମରେ ମଧ୍ୟ ଅହେତୁକ ପରିବର୍ତ୍ତନ ଆସିଛି । ଲୋକେ ପାଣି ଘେରରୁ ଜୀବନ ବଞ୍ଚାଇବା ପାଇଁ ହୋଟେଲକୁ ବାଛୁଥିବାବେଳେ ଏବେ ହୋଟେଲ ମାଲିକମାନେ ସଙ୍କଟର ଫାଇଦା ନେଇ କଳାବଜାରୀ କରିବା ଆରମ୍ଭ କରି ଦେଇଥିବା ଦେଖିବାକୁ ମିଳିଛି । ପୂର୍ବରୁ ମିଳୁଥିବା ସୁବିଧା ବିଶିଷ୍ଟ ରୁମର ମୂଲ୍ୟରେ ପ୍ରାୟ ଦୁଇଗୁଣା ଦର ବୃଦ୍ଧି ସାମ୍ନାକୁ ଆସିଛି (Rain water enters homes in Bangalore) ।

ବେଙ୍ଗାଲୁରୁର ସାରଜାପୁର, ବେଲେନ୍ଦୁରର କିଛି ସ୍ଥାନରେ ଏବେ ମଧ୍ୟ ଜଳସ୍ତର ହ୍ରାସ ପାଇନଥିବାବେଳେ, ଲୋକେ ଏପରି କରିବାକୁ ବାଧ୍ୟ ହେଉଥିବହା ଦେଖିବାକୁ ମିଳୁଛି । ପ୍ରାୟତଃ ଧନିକ ଶ୍ରେଣୀର ଲୋକେ କୌଣସି ମୂଲ୍ୟରେ ହୋଟେଲ ଓ ଲଜ୍‌ ଚାହୁଁଥିବାରୁ ମାଲିକଙ୍କୁ ଏପରି କରିବା ପାଇଁ ଖୋରଖ ମିଳିଥିବା ମଧ୍ୟ ଦେଖିବାକୁ ମିଳିଛି । ସହରର ପ୍ରାୟ ସମସ୍ତ ହୋଟେଲରେ ଏପରି ଭିଡି ଲାଗି ରହିଛି । ହୋଟେଲ କର୍ତ୍ତୁପକ୍ଷ ଲୋକଙ୍କୁ ସେମାନଙ୍କ ପୋଷା ଜୀବଜନ୍ତୁଙ୍କୁ ନେଇ ହୋଟେଲ ଆସିବାକୁ ମଧ୍ୟ ବାରଣ କରିଥିବା ଅଭିଯୋଗ ହୋଇଛି ।

ସହରର ହ୍ବାଇଟଫିଲ୍ଡ, ପୁରୁଣା ଏୟାରପୋର୍ଟ ଏରିଆ, ଆଉଟର-ରିଙ୍ଗ ରୋଡ, ମାରତାହାଲି ପରି ଅଞ୍ଚଳରେ ସମସ୍ତ ହୋଟେଲ ଫୁଲ ହୋଇ ସାରିଥିବା ବେଳେ ଆଉ ଅନ୍ୟମାନଙ୍କୁ ରଖା ଯାଉନାହିଁ । ଆଗମୀ ୧୦ ରୁ ୧୫ ଦିନ ପର୍ଯ୍ୟନ୍ତ ହୋଟେଲ ବୁକ ହୋଇପାରିବା ନେଇ ମାଲିକମାନେ କହୁଛନ୍ତି । ଏପରି ସ୍ଥଳେ ବର୍ଷା ପରିମାଣ ହ୍ରାସ ପାଇଲେ ସହରରେ ଦଳସ୍ତର ହ୍ରାସ ପାଇବ । ସାଧାରଣ ଜୀବନ ଯାତ୍ରା ସ୍ବାଭାବିକ ହୋଇପାରିବା ନେଇ ଆଶା କରାଯାଉଛି ।

ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ, ରାସ୍ତାରେ ଗାଡି ଚଳାଚଳ ମଧ୍ୟ ସ୍ବାଭାବିକ ହୋଇପାରିନାହିଁ । ଅନ୍ୟପଟେ ସହରରେ ଜାରି ରହିଥିବା ଏହି ସଙ୍କଟ ନେଇ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ମଧ୍ୟରେ ରାଜନୀତି ମଧ୍ୟ ଆରମ୍ଭ ହୋଇଛି । ଉଭୟ ଉଭୟଙ୍କୁ ଦାୟୀ କରି ଦୋଷାରୋପ କରିବାରେ ଲାଗିଛନ୍ତି ।

Last Updated : Sep 8, 2022, 11:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.