ETV Bharat / bharat

ରାଜଧାନୀରେ ଅବିଶ୍ରାନ୍ତ ବର୍ଷା, ଜନଜୀବନ ପ୍ରଭାବିତ - ବର୍ଷା

ନୂଆଦିଲ୍ଲୀରେ ପ୍ରବଳ ବର୍ଷା । ବର୍ଷା ଯୋଗୁଁ ରାସ୍ତାରେ ପାଣି ଜମି ରହିଛି । ଜନଜୀବନ ପ୍ରଭାବିତ ହୋଇଯାଇଛି । ଅଧିକ ପଢନ୍ତୁ...

Rain lashes Delhi, Haryana; IMD predicts more rainfall
ଦିଲ୍ଲୀରେ ପ୍ରବଳ ବର୍ଷା, ଜନଜୀବନ ପ୍ରଭାବିତ
author img

By

Published : Jul 19, 2021, 10:17 AM IST

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ପ୍ରବଳ ବର୍ଷା । ଆଜି ସକାଳୁ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି । ଫଳରେ ଜଳାର୍ଣ୍ଣବ ହୋଇଯାଇଛି ବିଭିନ୍ନ ଅଞ୍ଚଳ । ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ପାଣି ଜମି ରହିଛି । ଫଳରେ ଜନଜୀବନ ପ୍ରଭାବିତ ହୋଇଯାଇଛି । ସୋମବାର ଆଇଏମଡି ପୂର୍ବାନୁମାନ ଅନୁଯାୟୀ, ଉତ୍ତରପ୍ରଦେଶ, ହରିୟାଣା ଏବଂରାଜସ୍ଥାନ ସମେତ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ହାଲୁକା ଏବଂ ମଧ୍ୟମ ଧରଣର ବର୍ଷା ହେବ । ଏହାସହ ବଜ୍ରପାତ ହେବାର ସମ୍ଭାବନା ରହିଛି।

ଦିଲ୍ଲୀରେ ପ୍ରବଳ ବର୍ଷା, ଜନଜୀବନ ପ୍ରଭାବିତ

ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମ ଉତ୍ତରପ୍ରଦେଶ, ହରିୟାଣା, ଚଣ୍ଡିଗଡ଼ ଏବଂ ଦିଲ୍ଲୀର କିଛି ଅଂଶ, ଉତ୍ତର-ପଶ୍ଚିମ ମଧ୍ୟପ୍ରଦେଶ, ଉତ୍ତର-ପୂର୍ବ ରାଜସ୍ଥାନ, ଉତ୍ତର କୋଙ୍କଣ ଏବଂ ବିହାରରେ ମଧ୍ୟ ଏହାର ବର୍ଷା ହେବାର ଆଶଙ୍କା ରହିଛି । ଏନେଇ ଆଇଏମଡି ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୨ରୁ ତିନି ଘଣ୍ଟା ମଧ୍ୟରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଆସାମ, ମେଘାଳୟ, ମିଜୋରାମ , ତ୍ରିପୁରା ଏବଂ ପଶ୍ଚିମବଙ୍ଗରେ ବଜ୍ରପାତ ହେବା ସହ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି IMD କହିଛି।

ଆଜି ଗୁରୁଗ୍ରାମ ସମେତ ହରିୟାଣାର କିଛି ଅଂଶରେ ବର୍ଷା ହୋଇଛି । ଏହା ସହିତ ଦିଲ୍ଲୀର ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ 32 ଏବଂ 25 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ବର୍ଷା ହେବାରୁ ଦିଲ୍ଲୀରେ ତାପମାତ୍ରା ହ୍ରାସ ପାଇଛି । ଗତ କିଛି ଦିନ ହେବ ରାଜଧାନୀରେ ତାପମାତ୍ରା 42 ଡିଗ୍ରୀ ରହିଥିଲା । ଆଗାମୀ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଦିଲ୍ଲୀରେ ବର୍ଷା ହେବାର ଆଶଙ୍କା ରହିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.