ETV Bharat / bharat

ଭିଡ କମାଇବା ପାଇଁ ବଢିଲା ପ୍ଲାଟଫର୍ମ ଟିକେଟ

author img

By

Published : Mar 5, 2021, 3:31 PM IST

କେତେକ ଷ୍ଟେସନରେ ଟିକେଟ୍ ଭଡା 10 ଟଙ୍କାରୁ 30 ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ମୁମ୍ବାଇ ମହାନଗର ନିଗମ (ଏମଏମଆର) ର କେତେକ ପ୍ରମୁଖ ଷ୍ଟେସନରେ ପ୍ଲାଟଫର୍ମ ଟିକେଟର ମୂଲ୍ୟ 5 ଗୁଣା ବୃଦ୍ଧି କରାଯାଇ 50 ଟଙ୍କା କରାଯାଇଛି ।

ବଢିଲା ଟ୍ରେନ ପ୍ଲାଟଫର୍ମ ଟିକେଟ
ବଢିଲା ଟ୍ରେନ ପ୍ଲାଟଫର୍ମ ଟିକେଟ

ନୂଆଦିଲ୍ଲୀ: ବଢିଲା ପ୍ଲାଟଫର୍ମ ଟିକେଟ । କୋଭିଡ ମହାମାରୀ ଭିତରେ ଅଧିକ ଗହଳିକୁ ଏଡାଇବା ପାଇଁ ଭାରତୀୟ ରେଲୱେ ପକ୍ଷରୁ ପ୍ଲାଟଫର୍ମ ଟିକେଟ ଶୁଳ୍କକୁ ବୃଦ୍ଧି କରାଯାଇଛି ।

ସାରା ଦେଶରେ କୋରୋନା ଭାଇରସ ସଂକ୍ରମଣ ଦେଇ ଗତି କରୁଛି । ଆଉ ଏହାରି ଭିତରେ ଅତ୍ୟଧିକ ଭିଡକୁ ରୋକିବା ଉର୍ଦ୍ଦେଶ୍ୟରେ ପ୍ରମୁଖ ରେଳ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ ମୂଲ୍ୟ ବୃଦ୍ଧି ଘୋଷଣା କରାଯାଇଛି ।

ବିଭିନ୍ନ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ 3 ରୁ 5 ଗୁଣ ବୃଦ୍ଧି କରାଯାଇଛି। କେତେକ ଷ୍ଟେସନରେ ଟିକେଟ ଭଡା 10 ଟଙ୍କାରୁ 30 ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ମୁମ୍ବାଇ ମହାନଗର ନିଗମ (ଏମଏମଆର) ର କେତେକ ପ୍ରମୁଖ ଷ୍ଟେସନରେ ପ୍ଲାଟଫର୍ମ ଟିକେଟର ମୂଲ୍ୟ 5 ଗୁଣା ବୃଦ୍ଧି କରାଯାଇ 50 ଟଙ୍କା କରାଯାଇଛି ।

ରେଳ ମନ୍ତ୍ରଣାଳୟର ବିବୃତ୍ତି ଅନୁଯାୟୀ, କୁହାଯାଇଛି ଯେ ଷ୍ଟେସନରେ ଭିଡ଼ ନିୟନ୍ତ୍ରଣ କରିବା ଡିଭିଜନାଲ ରେଳ ପରିଚାଳକ (ଡିଆରଏମ)ଙ୍କ ଦାୟିତ୍ବ । ତେଣୁ ଏହା ରେଳ ପ୍ରଶାସନ ଦ୍ବାରା ନିଆଯାଇଥିବା ଏକ ସାମୟିକ ପଦକ୍ଷେପ, ଯାହା ଯାତ୍ରୀମାନଙ୍କ ସୁରକ୍ଷା ଏବଂ ଷ୍ଟେସନରେ ଅତ୍ୟଧିକ ଗହଳି ରୋକିବା ପାଇଁ ନିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.