ETV Bharat / bharat

କୋରୋନା କାଳରେ ରେଳ ବିଭାଗର ରାଜସ୍ବ ରେକର୍ଡ, ଟିଣଲୁହା ବିକ୍ରିରୁ 4575 କୋଟି ସଂଗ୍ରହ

କୋରୋନା କାଳରେ ଅର୍ଥନୀତି ସୁଦୃଢ ନଥିବା ବେଳେ ମଧ୍ୟ ଟିଣଲୁହା ବିକ୍ରିରେ ରେଳ ବିଭାଗ ରାଜସ୍ବ ରେକର୍ଡ ସୃଷ୍ଟି କରିଛି । ଅଧିକ ପଢନ୍ତୁ...

କୋରୋନା କାଳରେ ରେଳ ବିଭାଗର ରାଜସ୍ବ ରେକର୍ଡ, ଟିଣଲୁହା ବିକ୍ରିରୁ 4575 କୋଟି ସଂଗ୍ରହ
କୋରୋନା କାଳରେ ରେଳ ବିଭାଗର ରାଜସ୍ବ ରେକର୍ଡ, ଟିଣଲୁହା ବିକ୍ରିରୁ 4575 କୋଟି ସଂଗ୍ରହ
author img

By

Published : Jul 4, 2021, 10:13 PM IST

ନୂଆଦିଲ୍ଲୀ: କୋରୋନା କାଳରେ ଦେଶର ଅର୍ଥନୀତି ବିଗିଡି ଯାଇଥିବା ବେଳେ ରେଳ ବିଭାଗ ରାଜସ୍ବ ଅର୍ଜନରେ ରେକର୍ଡ ସୃଷ୍ଟି କରିଛି । ସ୍କାର୍ପ ସେଲ ବା ଟିଣଲୁହା ବିକ୍ରିରେ ରେଳ ବିଭାଗ 4575 କୋଟି ଟଙ୍କା ରାଜସ୍ବ ଲାଭ କରିଥିବା ସୂଚନା ମିଳିଛି ।

ପୁରୁଣା ରେଳଲାଇନ ବଦଳାଇବା, ପୁରୁଣା ଇଞ୍ଜିନ, ଡବା ଆଦି ଗୁଡିକ ଟିଣଲୁହା ସାମଗ୍ରୀରୁ ତିଆରି ହୋଇଥାଏ । ବିଦ୍ୟୁତକରଣ, ଡିଜେଲ ଇଞ୍ଜିନ ଓ କାରଖାନା ଆଦି ନିର୍ମାଣରେ ମଧ୍ୟ ଟିଣଲୁହାର ବ୍ୟବହାର ହୋଇଥାଏ । ଏହି କ୍ଷେତ୍ରରୁ ରେଳ ବିଭାଗ ରାଜସ୍ବ ଲାଭ କମାଇଥାଏ । ତେବେ RTI ଆଇନ ଅନୁସାରେ ଏହି ରାଜସ୍ବ ସମ୍ପର୍କରେ ରେଳ ବିଭାଗକୁ ସୂଚନା ମଗାଯାଇଥିଲା । ତେବେ ଏହାର ଜବାବରେ ବିଭାଗ କହିଛି ଯେ 2020-21 ମସିହାରେ ବା କୋରୋନା କାଳରେ ମଧ୍ୟ ଏହି ଟିଣଲୁହା ବିକ୍ରିରେ ରାଜସ୍ବ ବଢିଛି । ପୂର୍ବ ବର୍ଷ ଅପେକ୍ଷା 5 ପ୍ରତିଶତ ଅଧିକ ରାଜସ୍ବ ସଂଗ୍ରହ ହୋଇଛି ବୋଲି ବିଭାଗ କହିଛି ।

ତେବେ ଟିଣଲୁହା ସାମଗ୍ରୀ ବିକ୍ରି ହୋଇ 2019-20 ମଧ୍ୟରେ 333 କୋଟି ଟଙ୍କା ରାଜସ୍ବ ସଂଗ୍ରହ ହୋଇଥିବା ବେଳେ ଚଳିତ ବର୍ଷ 4575 କୋଟି ଟଙ୍କା ରାଜସ୍ବ ସଂଗ୍ରହ ହୋଇଛି । ଏହି ସାମଗ୍ରୀର ନିଲାମ ପ୍ରକ୍ରିୟା ଇଲୋକ୍ଟ୍ରୋନିକ୍ସ ପ୍ରକ୍ରିୟା ଦ୍ବାରା ହୋଇଥାଏ । ଚଳିତ ବର୍ଷ 4000 କୋଟି ଟଙ୍କା ଲକ୍ଷ୍ୟ ରଖାଯାଇଥିବା ବେଳେ 4575 କୋଟି ଟଙ୍କା ସଂଗ୍ରହ କରାଯାଇଛି । ଭାରତୀୟ ରେଳ ବିଭାଗ ଦ୍ବାରା ଏହା ସବୁଠାରୁ ଅଧିକ ରାଜସ୍ବ ସଂଗ୍ରହ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଲକ୍ଷ୍ୟ ଠାରୁ ଏହା ପ୍ରାୟ 14 ପ୍ରତିଶତ ଅଧିକ ବୋଲି ସୂଚନା ମିଳିଛି ।

ଜୋନାଲ ରେଳ ବିଭାଗର ସହାୟତାରେ ରାଜସ୍ବକୁ ବୃଦ୍ଧି କରାଯାଇଛି । ପଶ୍ଚିମାଞ୍ଚଳ ରେଳ ବିଭାଗ ଚଳିତ ବର୍ଷ ସବୁଠାରୁ ଅଧିକ 491 କୋଟି ଟଙ୍କା ରାଜସ୍ବ ସଂଗ୍ରହ କରିଛି । ପୂର୍ବରୁ 2010-11 ମଧ୍ୟରେ 4409 କୋଟି ଟଙ୍କା ରାଜସ୍ବ ସଂଗ୍ରହ ହୋଇଥିଲା ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.