ETV Bharat / bharat

ରେସ୍ତୋରାଁରେ ବଦଳିଛି ରେଳ କୋଚ, ଜାଣନ୍ତୁ କେଉଁଠି - ଟେନ ରେସ୍ତୋରାଁ

ରେସ୍ତୋରାଁରେ ପରିଣତ ହୋଇଛି ରେଳ କୋଚ । ପଶ୍ଚିମ ବଙ୍ଗ ଉତ୍ତର-ପୂର୍ବ ସୀମା ରେଳ ସିଲିଗୁଡି ନୂଆ ଜଲପାଲିଗୁଡି ଷ୍ଟେସନରେ ପର୍ଯ୍ୟଟକଙ୍କ ପାଇଁ ଏହି ରେସ୍ତୋରାଁର ଶୁଭାରମ୍ଭ ହୋଇଛି । ରେଳ ବଗିକୁ ରେସ୍ତୋରାଁର ରୂପ ଦିଆଯାଇଛି ।

Railway coach restaurant
ରେଷ୍ଟୁରାଣ୍ଟରେ ବଦଳିଛି ରେଳ କୋଚ
author img

By

Published : Oct 23, 2022, 2:12 PM IST

କୋଲକାତା: ଦୂରରୁ ଦେଖିଲେ ଲାଗିବ ଅବିକଳ ଟ୍ରେନ । ଗୋଟିଏ ଗୋଟିଏ ବଗି ଟ୍ରେନ ଭଳି ଝରକା ସବୁ ରହିଛି । ହେଲେ ଭିତରର ଦୃଶ୍ୟ କିଛି ଅଲଗା । ଟ୍ରେନର ଭ୍ରମ ସୃଷ୍ଟି କରୁଥିବା ସ୍ଥାନଟି ଏକ ରେସ୍ତୋରାଁ । ଟେବୁଲ ପଡିଛି ଓ ସେଫ୍ ବି ରହିଛନ୍ତି । ଆଉ ଭିତରେ ମିଳୁଛି ମନ ପସନ୍ଦର ଖାଇବା । ଦାମ ବି ବେଶି ନୁହେଁ । ଉପଯୁକ୍ତ ଦାମ ରହିଛି । ରେସ୍ତୋରାଁରେ ପରିଣତ ହୋଇଛି ରେଳ କୋଚ । ପଶ୍ଚିମ ବଙ୍ଗ ଉତ୍ତର-ପୂର୍ବ ସୀମା ରେଳ ସିଲିଗୁଡି ନୂଆ ଜଲପାଲିଗୁଡି ଷ୍ଟେସନରେ ପର୍ଯ୍ୟଟକଙ୍କ ପାଇଁ ଏହି ରେସ୍ତୋରାଁର ଶୁଭାରମ୍ଭ ହୋଇଛି । ରେଳ ବଗିକୁ ରେସ୍ତୋରାଁର ରୂପ ଦିଆଯାଇଛି । ଯେଉଁଠି ପର୍ଯ୍ୟଟକମାନେ ଆସି ବେଶ୍ ଖୁସ ଥିବା କହିଛନ୍ତି ।

Railway coach restaurant
Railway coach restaurant

ଉତ୍ତର-ପୂର୍ବ ରେଳପଥ ଦ୍ବାରା ଏପରି ଅନ୍ୟନ୍ୟ ଉଦ୍ଭାବନ ହୋଇଛି । ପ୍ରଥମରୁ ଦେଖିଲେ ଲାଗିବ ଷ୍ଟେସନରେ ଟ୍ରେନ ଛି଼ଡାହୋଇଛି । ମାତ୍ର କୋଚ ଭିତରକୁ ଯିବା ମାତ୍ରେ ଏକ ଏୟାର କଣ୍ଡିସନର ରେସ୍ତୋରାଁ ଦେଖିବାକୁ ମିଳିବ । ଯେଉଁଠି ଭଳିକି ଭଳି ଖାଦ୍ୟ ପରସା ଯାଉଛି । ଆମିଷ ନିରାମିଷଠୁ ନେଇ ସାଉଥ ଇଣ୍ଡିଆନ ଓ ଚାଇନିଜରୁ ସବୁ ପ୍ରକାର ଖାଦ୍ୟ ମିଳୁଛି । ଥଣ୍ଡା ପାନୀୟ ମଧ୍ୟ ମିଳୁଛି । ସୁଲଭ ମୂଲ୍ୟରେ ଗ୍ରାହକଙ୍କୁ ଖାଦ୍ୟ ସାମଗ୍ରୀ ପରସି ଦେଉଛନ୍ତି ସେଫ୍ । ପ୍ରଥମ ଥର ପାଇଁ ରେଳ କର୍ତୃପକ୍ଷଙ୍କ ପକ୍ଷରୁ ଏପରି ରେଳ କୋଚକୁ ରେସ୍ତୋରାଁରେ ପରିଣତ କରାଯାଇଛି । ବର୍ତ୍ତମାନ ଏହି କୋଚ ରେସ୍ତୋରାଁ କେବଳ ନୂଆ ଜଲପାଲିଗୁଡି ଷ୍ଟେସନରେ ରହିଛି । ଆଗାମୀ ଦିନରେ ଏହିପରି ରେସ୍ତୋରାଁ ସୁକନା, ତିନଧାରିଆସ କୁରସୋଙ୍ଗ ଏବଂ ଦାର୍ଜିଲିଙ୍ଗରେ ଆରମ୍ଭ ହେବାକୁ ଯାଉଛି । ପର୍ଯ୍ୟଟକ ମାନେ ଟଏ ଟ୍ରେନ ଭଳି ଖାଦ୍ୟ ଖାଇପାରିବେ ।

Railway coach restaurant
Railway coach restaurant

ଏହା ବି ପଢନ୍ତୁ...ଆଜି ଅଯୋଧ୍ୟାରେ ଦୀପ ମହୋତ୍ସବରେ ଯୋଗ ଦେବେ ମୋଦି

ବିଶେଷ କରି ଷ୍ଟେସନକୁ ଆସିଲେ ପର୍ଯ୍ୟଟକମାନେ ଭଲ ଖାଦ୍ୟ ଆଶାରେ ରହିଥାନ୍ତି । ଯଦି ଟ୍ରେନ ବିଳମ୍ବ ହୁଏ ତେବେ ଯାତ୍ରୀଙ୍କ ପାଇଁ ସମସ୍ୟା ହୋଇଥାଏ । ଏହିସବୁ ଦିଗକୁ ଗୁରୁତ୍ବ ଦେଇ ରେଳ କର୍ତ୍ତୃପକ୍ଷ ଏହି ରେଳ କୋଚ ରେସ୍ତୋରାଁ କରିବାକୁ ନିଷ୍ପତ୍ତି ନେଇଥିଲେ । ଯାତ୍ରୀମାନଙ୍କ ସୁବିଧା ପାଇଁ ଷ୍ଟେସନର ପ୍ରବେଶ କିମ୍ବା ପ୍ରସ୍ଥାନରେ କୋଚ୍ ରେସ୍ତୋରାଁ ପ୍ରସ୍ତୁତ କରାଯାଇଛି । ଟେଣ୍ଡର ଦ୍ବାରା ଏକ କମ୍ପାନୀ ଏହି ରେସ୍ତୋରାଁର ପରିଚାଳନା କରୁଛି ।

ଉତ୍ତର-ପୂର୍ବ ରେଳପଥ ଏଡିଆରଏମ ସଞ୍ଜୟ ଚିଲାୱାରୱାର କହିଛନ୍ତି, ''ଏକ ପୁରୁଣା କୋଚକୁ ରେସ୍ତୋରାଁରେ ପରିଣତ କରାଯାଇଛି । ଯାତ୍ରୀଙ୍କୁ ଉତ୍ତମ ଖାଦ୍ୟ ପରସିବାର ବ୍ୟବସ୍ଥା ରହିଛି । ଜେନରାଲ ମ୍ୟାନେଜର ଅନସୁଲ ଗୁପ୍ତା ପ୍ରଥମେ ଏପରି ଚିନ୍ତାଧାର ଆଣିଥିଲେ । ପ୍ରଥମ ଥର ପାଇଁ ନୂଆ ଜଲପାଲିଗୁରି ଷ୍ଟେସନରେ ଏହାର ଶୁଭାରମ୍ଭ ହୋଇଛି । ଆଗାମୀ ଦିନରେ ଏହାର ସଂଖ୍ୟା ବଢାଇବାକୁ ଲକ୍ଷ୍ୟ ରଖାଯାଇଛି । ରୋଜଗାର ସହିତ ଯାତ୍ରୀଙ୍କୁ ଟେନ ରେସ୍ତୋରାଁରେ ଖାଦ୍ୟ ଖାଇବା ଭଳି ଅନୁଭୂତି ଦେବା ଲକ୍ଷ୍ୟରେ ଏହା ତିଆରି ହୋଇଛି ।''

ଏହି ରେଳ କୋଚ ରେସ୍ତୋରାଁ ପାଇଁ 25ରୁ 30 ଲକ୍ଷ ଖର୍ଚ୍ଚ ହୋଇଛି । ସକାଳ 6ରୁ ରାତି 10 ଯାଏଁ ରେସ୍ତୋରାଁ ଖୋଲା ରହୁଛି । ଏଠାରେ ଦୁଇଟି ସିଫ୍ଟରେ 40 କର୍ମଚାରୀ ନିଯୁକ୍ତ ଅଛନ୍ତି । 32 ଜଣ ଲୋକ କୋଚ ଭିତରେ ବସି ଖାଇବାର ବ୍ୟବସ୍ଥା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.