ETV Bharat / bharat

ବଜାରରେ ମିଳୁଛି ନକଲି ପିସ୍ତା, ନାଗପୁର କାରଖାନାରେ ଚଢାଉ - ନକଲି ପିସ୍ତା ଫ୍ୟକ୍ଟ୍ରିରେ ଚଢାଉ

ନାଗପୁର ସହରର ନକଲି ପିସ୍ତା ଫ୍ୟାକ୍ଟ୍ରିରେ ପୋଲିସର ଚଢାଉ( Police Raid on pista factory ) । ବିପୁଳ ପରିମାଣର ନକଲି ପିସ୍ତା ଜବତ କରିଲେ ଡେପୁଟି କମିଶନର । ଅଧିକ ପଢନ୍ତୁ

ନାଗପୁରର ନକଲି ପିସ୍ତା ଫ୍ୟକ୍ଟ୍ରି
ନାଗପୁରର ନକଲି ପିସ୍ତା ଫ୍ୟକ୍ଟ୍ରି
author img

By

Published : Nov 16, 2022, 2:10 PM IST

ମୁମ୍ବାଇ: ନକଲି ପିସ୍ତା ଫ୍ୟାକ୍ଟ୍ରିରେ ପୋଲିସର ଚଢାଉ( Police Raid on pista factory ) । ଜବତ ହେଲା ୧୨୦କିଲୋ ନକଲି ପିସ୍ତା । ନାଗପୁର ସହରରେ ବାଦାମରୁ ପିସ୍ତା କରୁଥିବା ଫ୍ୟାକ୍ଟ୍ରିରେ ରେଡ କରିବା ସହ ନକଲି ପିସ୍ତା ଜବତ କରାଯାଇଛି ।

ସୂଚନାଅନୁସାରେ, ଡେପୁଟି କମିଶନର ଗଜାନନ ରାଜମାନଙ୍କ( Deputy Commissioner of Police Gajanan Rajmane ) ନେତୃତ୍ୱରେ ବାଦାମକୁ ରାସାୟନିକ ଉପାୟରେ ପିସ୍ତା ଆକାର ଦିଆଯାଉଥିବା ଏକ ଫ୍ୟାକ୍ଟ୍ରିରେ ରେଡ କରାଯାଇଥିଲା( Chemical processing of peanuts ) । ଏହି ସମୟରେ ୧୨୦ କିଲୋ ନକଲି ପିସ୍ତା ସହ ସାଢେ ୧୨ ଲକ୍ଷ ଟଙ୍କାର ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ପୋଲାଣ୍ଡ ଉପରେ ଋଷର ମିସାଇଲ ଆଟାକ, ବାଲିରେ ଜରୁରୀ ବୈଠକ ଡାକିଲେ ବାଇଡେନ

ସୂଚନାଅନୁସାରେ, ବଜାରରୁ ୧୦୦ରୁ ୧୪୦ ଟଙ୍କା କିଲୋରେ ବାଦାମ ଆଣି ତାକୁ ପ୍ରକ୍ରିୟାକରଣ କରି ବ୍ୟବସାୟୀମାନେ ପିସ୍ତା ଭାବେ ୧୧୦୦ ଟଙ୍କା ମୂଲ୍ୟରେ ବଜାରରେ ବିକ୍ରି କରୁଥିବା ନେଇ ଖବର ପାଇଥିଲା ନାଗପୁର ଡିସିପି । ଏହାପରେ ଡେପୁଟି କମିଶନର ଗଜାନନ ରାଜମାନଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ନକଲି ଫ୍ୟାକ୍ଟ୍ରି ଉପରେ ନଜର ରଖାଯାଇଥିଲା । ଗଣେଶପେଟ ଅଞ୍ଚଳରେ ଥିବା ଏମ୍ପ୍ରେସ୍ ମଲରେ ପେଟ୍ରୋଲିଂ କରୁଥିବା ସମୟରେ ଜଣେ ଲୋକ ଉପରେ ସନ୍ଦେହ ହୋଇଥିଲା । ପରେ ପୋଲିସ ଅଟାକାଇ ପଚରା ଉଚରା କରିବା ସହ କାରରେ ଖୋଜାଖୋଜି କରିଥିଲା ।

ଏହି ସମୟରେ କାରରେ ବିପୁଳ ପରିମାଣର ନକଲି ପିସ୍ତା ଦେଖି ପୋଲିସ ଅଧିକାରୀ ଡେପୁଟି କମିଶନର ଗଜାନନ ରାଜମାନେଙ୍କୁ ଖବର ଦେଇଥିଲେ । ଖବରପାଇ ଡେପୁଟି କମିଶନର ଘଟଣାସ୍ଥଳରେ ପହଞ୍ଚି ଫ୍ୟାକ୍ଟ୍ରି ଉପରେ ଚଢାଉ କରିଥିଲେ । ଚଢାଉ ସମୟରେ ୧୨୦ କିଲେଗ୍ରାମର ୩ଟି ନକଲି ଝୁଟ ଅଫା ପିସ୍ତା ଜବତ କରାଯାଇଥିଲା । ଯାହାର ବଜାର ମୂଲ୍ୟ ୧ ଲକ୍ଷ ୩୨ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

ପୋଲିସର ସୂଚନା ଅନୁଯାୟୀ, କାରଖାନାରେ ରେଡ ସମୟରେ ଦୁଇଜଣ ଶ୍ରମିକ ଫ୍ୟାକ୍ଟ୍ରିର ଉପର ମହଲାରେ ମେସିନ ସାହାଯ୍ୟରେ ନକଲି ପିସ୍ତା ତିଆରି କରାଯାଇ ଶୁଖାଯାଇଥିଲା ।

ଏମିତି ତିଆରି କରାଯାଉଥିଲା ନକଲି ପିସ୍ତାବାଦାମ

ଫ୍ୟାକ୍ଟ୍ରିକୁ ଦିଲୀପ ପାଉନିକର ନାମକ ଜଣେ ବ୍ୟକ୍ତି ପରିଚାଳନା କରୁଥିଲେ। ଚିନାବାଦାମକୁ କିଲୋପଛା ୭୦ଟଙ୍କାରେ ଆଣି ଶୁଖାଯାଉଥିଲା ।ଏହାପରେ ମେସିନ ସାହାଯ୍ୟରେ ପେଶି ପୁଣି ଶୁଖାଇ ନକଲି ପିସ୍ତାବାଦାମ ତିଆରି କରାଯାଉଥିଲା । ଏହାକୁ ବଜାରରେ ୧୧୦୦ଟଙ୍କା କିଲୋରେ ବିକ୍ରି କରାଯାଉଥିଲା । ରେଡ ସମୟରେ ୧୨୦ କିଲୋ ନକଲି ପିସ୍ତା ସହ ସାଢେ ୧୨ ଲକ୍ଷ ଟଙ୍କାର ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.