ନୂଆଦିଲ୍ଲୀ: କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସେପ୍ଟେମ୍ବର ୯ ତାରିଖରେ ଦୁଇ ଦିନିଆ ଜାମ୍ମୁ ଗସ୍ତରେ ଯାଉଛନ୍ତି । ଏହା ପୂର୍ବରୁ ସେ ଅଗଷ୍ଟ ୯ ତାରିଖରେ ମଧ୍ୟ ଜାମ୍ମୁ ଯାଇଥିଲେ ଏବଂ କଂଗ୍ରେସ କାର୍ଯ୍ୟାଳୟ ଉଦଘାଟନ କରିବା ପରେ କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଥିଲେ । ଦଳ ପକ୍ଷରୁ ମିଳିଥିବା ସୂଚନା ମୁତାବକ ତାଙ୍କ ଗସ୍ତ ପାଇଁ କଂଗ୍ରେସ କର୍ମୀମାନେ ଉତ୍ସାହିତ ଅଛନ୍ତି ।
ଏନଆଇଏ ଅନୁସାରେ, ୯ ତାରିଖରେ ରାହୁଲ ଗାନ୍ଧୀ ଜାମ୍ମୁରେ ପହଞ୍ଚିବେ । ପୁନଶ୍ଚ ସେ କଟଡା ସ୍ଥିତ ମାତା ବୈଷ୍ଣବ ଦେବୀଙ୍କ ଦର୍ଶନ କରିବେ । ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜାମ୍ମୁ-କାଶ୍ମୀରକୁ ରାହୁଲ ଗାନ୍ଧୀଙ୍କ ଏହା ଦ୍ବିତୀୟ ଗସ୍ତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ