ETV Bharat / bharat

ଅଷ୍ଟମ ବୈଠକ ବିଫଳ ପରେ କେନ୍ଦ୍ର ସରକାରକୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ - ଅଷ୍ଟମ ବୈଠକ ନିଷ୍ଫଳ ପରେ କେନ୍ଦ୍ର ସରକାରକୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ

ତାରିଖ ପରେ ତାରିଖ କରି କେନ୍ଦ୍ର ସରକାର ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି । ଅଧିକ ପଢନ୍ତୁ...

rahul slams union govt after failure of eight meeting with farmer
ଅଷ୍ଟମ ବୈଠକ ନିଷ୍ଫଳ ପରେ କେନ୍ଦ୍ର ସରକାରକୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ
author img

By

Published : Jan 8, 2021, 9:10 PM IST

ନୂଆଦିଲ୍ଲୀ: କୃଷକଙ୍କ ଅଷ୍ଟମ ବୈଠକ ନିଷ୍ଫଳ ପରେ କେନ୍ଦ୍ର ସରକାରକୁ ଟାର୍ଗେଟ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ତାରିଖ ପରେ ତାରିଖ କରି କେନ୍ଦ୍ର ସରକାର ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ।

କୃଷକ ଓ କେନ୍ଦ୍ର ସରକାର ମଧ୍ୟରେ ଆଲୋଚନା ବିଫଳ ହୋଇଛି । ଅଷ୍ଟମ ଥର ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଓ କୃଷିକ ସଂଗଠନର ପ୍ରତିନିଧି ମାନେ ଆଲୋଚନା କରିଥିଲେ । କୃଷକଙ୍କ ଅଷ୍ଟମ ବୈଠକ ନିଷ୍ଫଳ ହେବା ପରେ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ସିଧାସଳଖ ଟ୍ବିଟ କରି ସମାଲୋଚନା କରିଛନ୍ତି । ସେ ଲେଖିଛନ୍ତି ଯାହାର ନୀତି ହିଁ ସ୍ପଷ୍ଟ ନାହିଁ ସେ କେବଳ ତାରିଖ ପରେ ତାରିଖ ହିଁ ଦେବ । ଏହା କୃଷକ ଆନ୍ଦୋଳନକୁ ଭଣ୍ଡୁର କରିବା ଚାଲ ବୋଲି କହିଛନ୍ତି । ମୋଦି ସରକାର ଦେଶର ପୁଞ୍ଜିପତି ମାନଙ୍କ ଫାଇଦା ପାଇଁ କୃଷକ ମାନଙ୍କ ସହ ବିଶ୍ବାସଘାତ କରୁଛନ୍ତି ବୋଲି କହିଛନ୍ତି ।

ଦିଲ୍ଲୀରେ ଦୀର୍ଘ 44 ଦିନ ହେଲା ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ନୂତନ କୃଷକ ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି । କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ପୂର୍ବରୁ 7 ଟି ବୈଠକ ହୋଇଛି ଆଜି ଅଷ୍ଟମ ବୈଠକରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଓ କୃଷକ ସଂଗଠନ ବସି ବିଲକୁ ନେଇ ଚର୍ଚ୍ଚା ଆଲୋଚନା କରିଥିଲେ କିନ୍ତୁ କୌଣସି ନିଷ୍କର୍ସ ବାହାରିନାହିଁ । ଏହାପରେ ଏହାକୁ ଆସନ୍ତା 15 ତାରିଖରେ ଆଉ ଏକ ବୈଠକ ପାଇଁ ସ୍ଥିର କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.