ETV Bharat / bharat

ତୃତୀୟ ଥର ପାଇଁ EDରେ ହାଜର ହେଲେ ରାହୁଲ, ବାହାରେ ବିକ୍ଷୋଭ କଲା କଂଗ୍ରେସ - rahul gandhi ed probe

ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ଲଗାତାର ରାହୁଲ ଗାନ୍ଧୀଙ୍କୁ ଜେରା କରୁଛି । ଗତକାଲି ଦୀର୍ଘ 10 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଜେରା ପରେ ଆଜି କ୍ରମାଗତ ଭାବେ ତୃତୀୟ ଥର ପାଇଁ ଇଡିରେ ହାଜର ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅଧିକ ପଢ଼ନ୍ତୁ

national herald case rahul gandhi ed probe
National Herald Case: 3ୟ ଥର ଭାବେ ଇଡିରେ ପୁଣି ହାଜର ହେଲେ ରାହୁଲ
author img

By

Published : Jun 15, 2022, 1:35 PM IST

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ଲଗାତାର ରାହୁଲ ଗାନ୍ଧୀଙ୍କୁ ଜେରା କରୁଛି । ଗତକାଲି ଦୀର୍ଘ 10 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଜେରା ପରେ ଆଜି କ୍ରମାଗତ ଭାବେ ତୃତୀୟ ଥର ପାଇଁ ଇଡିରେ ହାଜର ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସଂସ୍ଥାକୁ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିବାରୁ ଆଜି ପୁଣି ଥରେ ପଚରାଉଚରା ପାଇଁ ଡକାଯାଇଛି । ଅନ୍ୟପଟେ ରାହୁଲଙ୍କୁ ବାରମ୍ବାର ଇଡିର ଜେରାକୁ ନେଇ ବିରୋଧ କରିଛି କଂଗ୍ରେସ ।

  • #WATCH | Delhi: Congress workers outside the Enforcement Directorate office burn tires in protest to the ED probe against party leader Rahul Gandhi in the National Herald case. pic.twitter.com/eG3Qnq57oX

    — ANI (@ANI) June 15, 2022 " class="align-text-top noRightClick twitterSection" data=" ">

ଆଜି ମଧ୍ୟ ଦିଲ୍ଲୀର ଇଡି କାର୍ଯ୍ୟାଳୟ ସମ୍ମୁଖରେ ସତାଧିକ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତାରୋକ କରିଛନ୍ତି । ଏହା ଏକ ମିଥ୍ୟା ମାମଲା ଏବଂ ଏଥିରେ କଂଗ୍ରେସକୁ ଫସାଯାଉଥିବା ଦଳ କହିଛି । ଜୁନ 23ରେ ସୋନିଆ ଗାନ୍ଧୀଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବାପାଇଁ ନୋଟିସ ଜାରି କରାଯାଇଛି । ଯାହାକୁ ଦଳ ବିରୋଧ କରିଛି । ମଙ୍ଗଳବାର ଦିନ ବିକ୍ଷୋଭ ବେଳେ 15 ଜଣ ସାଂସଦଙ୍କ ସମେତ 217 କଂଗ୍ରେସ କର୍ମୀ ଏବଂ ନେତାଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିବା ସତ୍ତ୍ବେ ଆଜି ମଧ୍ୟ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.