ETV Bharat / bharat

Rahul in Chhattisgarh: ‘ସରକାର ଗଠନ ହେଲେ ପ୍ରଥମ ପଦକ୍ଷେପ ହେବ ଜାତିଭିତ୍ତିକ ଜନଗଣନା’ - ଛତଶଗଡରେ ରାହୁଲ ଗାନ୍ଧୀ

ଛତିଶଗଡ ବିଳାଶପୁରରେ ବିଜେପି ଓ ମୋଦିଙ୍କ ଉପରେ ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗରେ ବର୍ଷିଲେ ରାହୁଲ । କହିଲେ ରାଜ୍ୟରେ କଂଗ୍ରେସ ସରକାର ଗଠନ ହେବା ପରେ ଏହା ହିଁ ହେବ ପ୍ରଥମ ପଦକ୍ଷେପ । ଅଧିକ ପଢନ୍ତୁ

Rahul in Chhattisgarh: ସରକାର ଗଠନ ହେଲେ ପ୍ରଥମ ପଦକ୍ଷେପ ହେବ ଜାତିଭିତ୍ତିକ ଜନଗଣନା

author img

By ETV Bharat Odisha Team

Published : Sep 25, 2023, 7:59 PM IST

ରାୟପୁର: ପଛୁଆବର୍ଗ, ଆଦିବାସୀ ଓ ମହିଳାଙ୍କୁ ବିଭିନ୍ନ କ୍ଷେତ୍ରରେ ଅଧିକ ସୁବିଧା ସୁଯୋଗ ଦେବାକୁ ହେଲେ ଜାତିଭିତ୍ତିକ ଜନଗଣନା କାର୍ଯ୍ୟକାରୀ କରାଯିବା ନିହାତି ଜରୁରୀ । କେନ୍ଦ୍ରରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟି ସରକାର ଏହା କାର୍ଯ୍ୟକାରୀ କରିବାକୁ ଆଦୌ ଚାହୁଁନାହିଁ । ହେଲେ କଂଗ୍ରେସ ଏହାକୁ କାର୍ଯ୍ୟକାରୀ କରି ଦେଖାଇବ । ରାଜ୍ୟରେ ଚଳିତ ଥର କଂଗ୍ରେସ ସରକାର ଗଠନ ହେଲେ ପ୍ରଥମ ପଦକ୍ଷେପ ଭାବେ ଜାତିଭିତ୍ତିକ ଜନଗଣନା ଆରମ୍ଭ କରାଯିବା ନେଇ ରାହୁଲ ଗାନ୍ଧୀ କହିଛନ୍ତି । ଆଜି ଛତିଶଗଡର ବିଳାଶପୁରରେ ରାଜ୍ୟ ସରକାରଙ୍କ MGANY କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏହି ପ୍ରସଙ୍ଗରେ ମୋଦି ସରକାର ଉପରେ ବର୍ଷିବା ସହ ଦଳର ଆଭିମୁଖ୍ୟ ମଧ୍ୟ ସ୍ପଷ୍ଟ କରିଛନ୍ତି ରାହୁଲ ।

ଆଜି (ସୋମବାର) ବିଳାଶପୁରରେ ମୁଖ୍ୟମନ୍ତ୍ରୀ ଗ୍ରାମୀଣ ଆବାସ ନ୍ୟାୟ ଯୋଜନା (MGANY)କୁ କାର୍ଯ୍ୟକାରୀ କରିଛନ୍ତି ରାହୁଲ ଗାନ୍ଧୀ । କାର୍ଯ୍ୟକ୍ରମରେ ସ୍ଥାନୀୟ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସମେତ ଅନ୍ୟ ପ୍ରାଦେଶିକ ନେତା ମଧ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାହୁଲ କହିଛନ୍ତି,‘‘ମୁଁ ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗ ସଂସଦରେ ମଧ୍ୟ ଉଠାଇଛି । ହେଲେ ଯେତେବେଳେ ଏହି ପ୍ରସଙ୍ଗରେ ମୁଁ କହିବା ଆରମ୍ଭ କରିଛି, ଗୃହରେ କ୍ୟାମେରାକୁ ବୁଲାଇ ଦିଆଯାଇଛି । ବିଜେପି ଜାତିଭିତ୍ତିକ ଜନଗଣନା କରିବାକୁ ଭୟ କରୁଛି । ଏହି ପ୍ରସଙ୍ଗରେ ଦେଶବାସୀଙ୍କ ନଜର ହଟାଇବା ପାଇଁ ବାରମ୍ବାର ପ୍ରୟାସ କରୁଛି ।’’

ଏହା ମଧ୍ୟ ପଢନ୍ତୁ :- NDA ସହ ମେଣ୍ଟ ଭାଙ୍ଗିଲା AIADMK, ଆନ୍ନାମଲାଇଙ୍କ ମନ୍ତବ୍ୟକୁ ନେଇ ଲାଗି ରହିଥିଲା ତିକ୍ତତା

ରାହୁଲ ଆହୁରି ମଧ୍ୟ କହିଛନ୍ତି ‘‘କେନ୍ଦ୍ର ସରକାର କେବଳ ଅଧିକାରୀ, ସଚିବ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ ଚାଲୁଛି । କେନ୍ଦ୍ର କ୍ୟାବିନେଟର ବିଭିନ୍ନ ମନ୍ତ୍ରଣାଳୟରେ ନିଯୁକ୍ତ ହୋଇଥିବା 90 ସଚିବଙ୍କ ମଧ୍ୟରୁ ମାତ୍ର 3ଜଣ ପଛୁଆ ବର୍ଗର ଅଧିକାରୀ ରହିଛନ୍ତି । ସେମାନେ ମାତ୍ର 5 ପ୍ରତିଶତ ବଜେଟକୁ ନିୟନ୍ତ୍ରଣ କରନ୍ତି । ପଛୁଆ ବର୍ଗ, ଦଳିତ, ଆଦିବାସୀ ଓ ମହିଳାଙ୍କ ଉନ୍ନତି ଓ ବିଭିନ୍ନ କ୍ଷେତ୍ରରେ ସକ୍ରିୟ ଅଂଶଗ୍ରହଣ ପାଇଁ ସୁଯୋଗ ସୃଷ୍ଟି କରିବାକୁ ହେଲେ ଜାତିଭିତ୍ତିକ ଜନଗଣନାର କାର୍ଯ୍ୟକାରୀ ଜରୁରୀ । ମାତ୍ର ବିଜେପି ତାହା କରିବନାହିଁ । ରାଜ୍ୟରେ କଂଗ୍ରେସ ସରକାର ଶାସନକୁ ଆସିବା ପରେ ତୁରନ୍ତ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ । ରାଜ୍ୟର ନୂତନ ସରକାରର ପ୍ରଥମ ପଦକ୍ଷେପ ଭାବେ ଜାତିଭିତ୍ତକ ଜନଗଣନା କରାଯିବା ନେଇ ରାହୁଲ ପ୍ରତିଶୃତି ଦେଇଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.