ETV Bharat / bharat

Rahul Gandhi in Manipur: ବିଷ୍ଣୁପୁର ନିକଟରେ ରାହୁଲଙ୍କୁ ଅଟକାଇଲା ପୋଲିସ, ଫେରିଆସିଲେ ଇମ୍ଫାଲ - ମଣିପୁର ଗସତ୍ରେ ରାହୁଲ ଗାନ୍ଧୀ

ମଣିପୁରରେ ରାହୁଲ ଗାନ୍ଧୀଙ୍କୁ ରୋକିଲା ପୋଲିସ । ବିଷ୍ଣୁପୁରରେ ପୋଲିସ ବାଧା ଦେବା ପରେ ହେଲିକପ୍ଟରରେ ଇମ୍ଫାଲ ଫେରିଆସିଲେ ରାହୁଲ ଓ ଟିମ । ଅଧିକ ପଢନ୍ତୁ

Rahul Gandhi in Manipur: ବିଷ୍ଣୁପୁର ନିକଟରେ ଅଟକାଇଲା ପୋଲିସ, ଯାଉଥିଲେ ଚୁରାଚାନ୍ଦପୁର

author img

By

Published : Jun 29, 2023, 3:33 PM IST

ଇମ୍ଫାଲ: ହିଂସା ପ୍ରଭାବିତ ମଣିପୁର ଗସ୍ତରେ ବାହାରି ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ରାସ୍ତାରେ ଅଟକାଇଛି ମଣିପୁର ପୋଲିସ । ରାହୁଲ ରାଜଧାନୀ ଇମ୍ଫାଲରେ ପହଞ୍ଚିବା ପରେ ସେଠାରୁ ସର୍ବଧିକ ପ୍ରଭାବିତ ତଥା ହିଂସାର ଉତ୍ପତିସ୍ଥଳ କୁହାଯାଉଥିବା ଚୁରାଚାନ୍ଦପୁର ଜିଲ୍ଲା ଅଭିମୁଖେ ବାହାରିଥିଲେ । ଇମ୍ଫାଲରୁ 20 କି.ମି ଦୂର ବିଷ୍ଣୁପୁର ନିକଟରେ ମଣିପୁର ପୋଲିସ ରାହୁଲଙ୍କ କନଭୟକୁ ଅଟକାଇଥିଲା । ପରେ ରାହୁଲଙ୍କ ଟିମ ପୁଣି ରାଜଧାନୀ ଇମ୍ଫାଲ ଫେରିଆସିଥିବା ଜଣାପଡିଛି । ରାସ୍ତାରେ କୌଣସି ହିଂସାର ଆଶଙ୍କା କରି ମଣିପୁର ପୋଲିସ ଗସ୍ତ ବାତିଲ କରିବାକୁ ନିଷ୍ପତ୍ତି ନେଇଥିବା ସୂତ୍ରରୁ ଜଣାପଡିଛି । ଅନ୍ଯପଟେ ରାହୁଲ ଓ ତାଙ୍କ ଟିମ ପୋଲିସ ପରାମର୍ଶ ଅନୁସାରେ ସଡକ ପରିବର୍ତ୍ତେ ହେଲିକପ୍ଟରର ଇମ୍ଫାଲ ଫେରିଆସିଛନ୍ତି ।

  • Shri @RahulGandhi’s convoy in Manipur has been stopped by the police near Bishnupur.

    He is going there to meet the people suffering in relief camps and to provide a healing touch in the strife-torn state.

    PM Modi has not bothered to break his silence on Manipur. He has left…

    — Mallikarjun Kharge (@kharge) June 29, 2023 " class="align-text-top noRightClick twitterSection" data=" ">

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ବରିଷ୍ଠ ଦଳୀୟ ନେତା କେ.ସି ବେଣୁଗୋପାଲ ପ୍ରମୁଖ ଟ୍ବିଟ କରି ରାହୁଲଙ୍କ କାଫିଲାକୁ ପୋଲିସ ରୋକିବା ନେଇ ସ୍ପଷ୍ଟ କରିଛନ୍ତି । ଖଡଗେ କହିଛନ୍ତି, ମଣିପୁର ହିଂସା ନେଇ ପ୍ରଧାନମନ୍ତ୍ରୀ ତାଙ୍କ ନୀରବତା ଭାଙ୍ଗିବା ପାଇଁ ପ୍ରସ୍ତୁତ ନୁହଁନ୍ତି । ସେ ମଣିପୁରକୁ ନିଜ ଭାଗ୍ୟ ଉପରେ ଛାଡି ଦେଇଛନ୍ତି । ସେଠାରେ ଡବଲ ଇଞ୍ଜିନ ବିନାଶକାରୀ ସରକାର ଶାସନରେ ରହିଛି । ସେଠାରେ ରାହୁଲ ଗାନ୍ଧୀଙ୍କୁ ରାସ୍ତାରେ ବାଧା ଦେବା ପାଇଁ ନିରଙ୍କୁଶ କ୍ଷମତା ପ୍ରୟୋଗ କରାଗଲା । ମଣିପୁରରେ ଶାନ୍ତି ଦରକାର, ହିଂସା ନୁହେଁ ବୋଲି କହିଛନ୍ତି ଖଡଗେ ।

ରାହୁଲ ଆଜି 29 ତାରିଖ (ଗୁରୁବାର) ଠାରୁ ଦୁଇ ଦିନିଆ ମଣିପୁର ଗସ୍ତରେ ବାହାରିଥିଲେ । ସେ ସେଠାରେ ରାଜଧାନୀ ଇମ୍ଫାଲରେ ସିଭିଲ ସୋସାଇଟ ସଦସ୍ୟଙ୍କୁ ଭେଟି ଆଲୋଚନା କରିବା କିଛି ରିଲିଫ କ୍ୟାମ୍ପ ମଧ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ଥିବା କଂଗ୍ରେସ ସୂଚନା ଦେଇଥିଲା । ତେବେ ସେ ଆଜି ରାଜଧାନୀ ଇମ୍ଫାଲରେ ପହଞ୍ଚିବା ପରେ ସେଠାରୁ ସେ ସର୍ବାଧିକ ତଥା ହିଂସାର ସୂତ୍ରପାତ ହୋଇଥିବା ଚୁରାଚାନ୍ଦପୁର ଅଭିମୁଖେ ବାହାରିଥିଲେ । ହେଲେ ପୂର୍ବରୁ ଯାହା ସନ୍ଦେହ କରାଯାଉଥିଲା ତାହା ହିଁ ହେଲା । ସୁରକ୍ଷା କାରଣରୁ ରାହୁଲଙ୍କ ଗସ୍ତକୁ ଅନୁମତି ନମିଳିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ରାଜଧାନୀ ଇମ୍ଫାଲ ଠାରୁ 20 କି.ମି ଦୂରରେ ପୋଲିସ ତାଙ୍କୁ ରୋକିବା ସହ ପୁନର୍ବାର ଇମ୍ଫାଲ ଫେରାଇ ଦେଇଛି ।

ଏହା ମଧ୍ୟ ପଢନ୍ତୁ:- Manipur violence: 29ରେ ମଣିପୁର ଯିବେ ରାହୁଲ !

ଗତ ପ୍ରାୟ ଦୁଇ ମାସ ଧରି ଲାଗି ରହିଥିବା ଏବେ ମଧ୍ୟ ଜାରି ରହିଛି । ଏବେ ସୁଦ୍ଧା ପ୍ରାୟ ଶତାଧିକ ସାଧାରଣ ନାଗରିକ ପ୍ରାଣ ହରାଇ ସାରିଥିବା ବେଳେ 50 ହଜାରରୁ ଅଧିକ ପ୍ରଭାବିତ ରାଜ୍ୟର ବିଭିନ୍ନ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି । ରାଜଧାନୀ ଇମ୍ଫାଲ ନିକଟବର୍ତ୍ତୀ ଭ୍ୟାଲି ଏରିଆ ସହ ସର୍ବାଧିକ ପ୍ରଭାବିତ ଚୋରାଚାନ୍ଦପୁର ଜିଲ୍ଲା ସମେତ ବିଭିନ୍ନ ସ୍ଥାନରେ ପ୍ରାୟ 300 ରିଲିଫ କ୍ୟାମ୍ପ ସ୍ଥାପନ କରାଯାଇଛି । ହିଂସାରେ ପ୍ରଭାବିତ ହୋଇ ଘର ପରିବାର ଓ ପରିଜନଙ୍କୁ ହରାଇଥିବା ପରିବାରଙ୍କୁ ଏବେ ସେଠାରେ ଥଇଥାନ କରାଯାଇଛି । ସରକାରୀ ଭାବେ 13 ତାରିଖ ପରଠାରୁ ରାଜ୍ୟରେ ହିଂସାରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇନାହିଁ । ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଶାହଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକରେ ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.