ପୁଡୁଚେରୀ: ରାହୁଲଙ୍କ ସ୍ବତନ୍ତ୍ର ମତ୍ସ୍ୟ ବିଭାଗକୁ ନେଇ ପୁଡୁଚେରୀରେ ଟାର୍ଗେଟ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ମୋଦି ସରକାର ମତ୍ସ୍ୟଜୀବୀଙ୍କ ପାଇଁ ସ୍ବତନ୍ତ୍ର ବିଭାଗ ଖୋଲିବାବେଳେ ରାହୁଲ ଗାନ୍ଧୀ ବିଦେଶ ଭ୍ରମଣରେ ଥିଲେ ବୋଲି ଟାର୍ଗେଟ କରିଛନ୍ତି ।
ଦକ୍ଷିଣ ଭାରତ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର କଡାଇକାଲର ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରିଛନ୍ତି । ଏହି ସଭାରେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି ଅମିତ ଶାହ । ରାହୁଲ ଗାନ୍ଧୀ ମତ୍ସ୍ୟ ବିଭାଗକୁ ନେଇ କେନ୍ଦ୍ର ସରକାରକୁ ଟାର୍ଗେଟ କରିଥିଲେ । ଏହାକୁ ଏନଡିଏ ସରକାର 2019ରେ ମତ୍ସ୍ୟଚାଷୀଙ୍କ ଉନ୍ନତି ପାଇଁ ସ୍ବତନ୍ତ୍ର ମତ୍ସ୍ୟ,ପଶୁସମ୍ପଦ ବିଭାଗ ସୃଷ୍ଟି କରିଛନ୍ତି । ସେତେବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଦେଶ ଭ୍ରମଣରେ ଥିଲେ ବୋଲି ବିଜେପିର ଚାଣକ୍ୟ ଅମିତ ଶାହ କହିଛନ୍ତି ।
ଗତ ଫେବୃୟାରୀ 24 ତାରିଖ ଦିନ ରାହୁଲ ଗାନ୍ଧୀ ତାମିଲନାଡୁର କଲ୍ଲାମରେ ମଛଧରାଳି ମାନଙ୍କ ସହ ଆଲୋଚନା ବେଳେ ସ୍ବତନ୍ତ୍ର ମତ୍ସ୍ୟବିଭାଗ ପାଇଁ ଦାବି କରିଥିଲେ । ଏହାକୁ ନେଇ ସେତେବେଳେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଥିଲେ ଏବଂ ଭୁଲ ସୂଚନା ଲୋକଙ୍କୁ ପ୍ରଦାନ କରୁଛନ୍ତି ବୋଲି ସମାଲୋଚନା କରିଥିଲେ । ରାହୁଲ ବିଦେଶ ଭ୍ରମଣରେ ଅଛନ୍ତି ଇଟାଲିରୁ ଫେରିନାହାଁନ୍ତି ବୋଲି କାଟାକ୍ଷ କରିଥିଲେ ଗିରିରାଜ ସିଂ ।
ସୂଚନାଥାଉକି କେନ୍ଦ୍ରଶାସିତ ଅଞ୍ଚଳ ପୁ଼ଡୁଚେରୀରେ ଚଳିତବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । କିଛି ଦିନ ପୂର୍ବରୁ ଭି ନାରାୟଣ ସ୍ବାମୀଙ୍କ କଂଗ୍ରେସ ସରକାର ସଂଖ୍ୟା ଗରିଷ୍ଠତା ହରାଇ ଶାସନ ଗାଦିରୁ ଓହରିଥିଲା । ଏହା ପରେ ଏଠାରେ ମଧ୍ୟନିର୍ବାଚନ ନେଇ ନିର୍ବାଚନ କମିସନ ଘୋଷଣା କରିଥିଲେ । 30 ଆସନ ବିଶିଷ୍ଟ ପୁଡୁଚେରୀରେ କଂଗ୍ରେସ ଓ ବିଜେପି ମଧ୍ୟର ଜୋରଦାର ଲଢେଇ ହେବାର ସମ୍ଭାବନା ରହିଛି ।
@ANI