ନୂଆଦିଲ୍ଲୀ: କୋରୋନା ବିରୋଧରେ ଭ୍ୟାକ୍ସିନ ହିଁ ଏକ ଅସ୍ତ୍ର ସାଜିଛି । ଯେତେ ଶୀଘ୍ର ସମ୍ଭବ କୋରୋନା ଗାଇଡଲାଇନ ମାନି ଟିକା ନେବାକୁ ଦେଶର ଲୋକଙ୍କୁ ଅପିଲ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।
ଦେଶରେ ଅନଲକ ପ୍ରକ୍ରିୟା ଜାରି ହେବ । କିନ୍ତୁ କୋରୋନା ଭାଇରସ ଆମ ଭିତରେ ରହିବ । ଜଣେ ଯଦି ସୁରକ୍ଷିତ ନୁହନ୍ତି ତେବେ କେହି ସୁରକ୍ଷିତ ନୁହନ୍ତି । ଏହି ପରିସ୍ଥିତିରେ ସଚେତନ ରହିବା ସହିତ ଯେତେ ଶୀଘ୍ର ସମ୍ଭବ ଭ୍ୟାକ୍ସିନ ନେବାକୁ ସମସ୍ତଙ୍କୁ ଟ୍ବିଟ କରି ଅପିଲ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।
ପ୍ରକାଶ ଥାଉ କି ଜାନୁଆରୀ 16ରୁ ଦେଶବ୍ୟାପୀ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଥିଲା । ମାର୍ଚ୍ଚରେ ଦେଶର ବରିଷ୍ଠ ନାଗରିକଙ୍କୁ ଓ ପରେ ମେ ମାସରେ ଯୁବକ ଗୋଷ୍ଠୀଙ୍କୁ ଟିକା ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ଦେଶରେ ଦୈନିକ ସଂକ୍ରମଣ ହ୍ରାସ ହୋଇଛି । ମାତ୍ର ଏବେ ବି ବିପଦ ଟଳିନାହିଁ । ସତର୍କତା ଓ ସଚେତନତାର ଆବଶ୍ୟକତା ରହିଛି ।
@ANI