ETV Bharat / bharat

ଆନ୍ଦୋଳନରତ ଚାଷୀଙ୍କୁ ସହଯୋଗର ହାତ ବଢାଇବାକୁ କଂଗ୍ରେସ କର୍ମୀଙ୍କୁ ରାହୁଲଙ୍କ ଅପିଲ

author img

By

Published : Nov 30, 2020, 4:26 PM IST

ଚାଷୀଙ୍କ ଢାଲ କରି ଆଗାମୀ ନିର୍ବାଚନର ରଣକ୍ଷେତ୍ରରେ ଯୁଦ୍ଧ ଜିତିବାକୁ କଂଗ୍ରେସ ଜାରି ରଖିଛି ପ୍ରୟାସ । ଏପରିସ୍ଥିତିରେ ଏହି ଆନ୍ଦୋଳନକୁ ନେଇ ରାଜନୀତିର ରୋଟି ସେକୁଛି ଦଳ । ଏହାରି ମଧ୍ୟରେ ଆଗରୁ ଶୋଇ ରହିଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅଚାନକ ଆନ୍ଦୋଳନରତ ଚାଷୀଙ୍କୁ ସହଯୋଗର ହାତ ବଢାଇବାକୁ ଦଳୀୟ କର୍ମୀଙ୍କୁ ଦେଇଛନ୍ତି ନିର୍ଦେଶ । ଅଧିକ ପଢନ୍ତୁ...

ଆନ୍ଦୋଳନରତ ଚାଷୀଙ୍କୁ ସହଯୋଗର ହାତ ବଢାଇବାକୁ କଂଗ୍ରେସ କର୍ମୀଙ୍କୁ ରାହୁଲଙ୍କ ଅପିଲ
ଆନ୍ଦୋଳନରତ ଚାଷୀଙ୍କୁ ସହଯୋଗର ହାତ ବଢାଇବାକୁ କଂଗ୍ରେସ କର୍ମୀଙ୍କୁ ରାହୁଲଙ୍କ ଅପିଲ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଦରେ ପ୍ରଦର୍ଶନର ରାସ୍ତା ଆପଣାଇଛନ୍ତି ଦେଶର ଚାଷୀ । ସରକାର ଚାଷୀଙ୍କ ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ ଯୋଗାଇ ଦେବା ନେଇ ବାରମ୍ବାର ଭରସା ଦେଇଚାଲିଥିବା ବେଳେ କେଉଁଠି ନା କେଉଁଠି ଏମାନଙ୍କ ବିଶ୍ବାସ ଜିତିବାରେ ହେଉଛନ୍ତି ଅସଫଳ । ଏପରିସ୍ଥିତିରେ ରାଜନୀତିର ସମୁଦ୍ରରେ ବୁଡିସାରିଥିବା ନିଜର ଡଙ୍ଗାକୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାରଙ୍କ ବିରୋଧରେ ଚାଷୀ ଆନ୍ଦୋଳନର ନିଆଁକୁ ଇନ୍ଧନ ଯୋଗାଉଛି କଂଗ୍ରେସ ।

ଚାଷୀଙ୍କ ଢାଲ କରି ଆଗାମୀ ନିର୍ବାଚନର ରଣକ୍ଷେତ୍ରରେ ଯୁଦ୍ଧ ଜିତିବାକୁ କଂଗ୍ରେସ ଜାରି ରଖିଛି ପ୍ରୟାସ । ଏପରି ସ୍ଥିତିରେ ଏହି ଆନ୍ଦୋଳନକୁ ନେଇ ରାଜନୀତିର ରୋଟି ସେକୁଛି ଦଳ । ଏହାରି ମଧ୍ୟରେ ଆଗରୁ ଶୋଇ ରହିଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅଚାନକ ଆନ୍ଦୋଳନରତ ଚାଷୀଙ୍କୁ ସହଯୋଗର ହାତ ବଢାଇବାକୁ ଦଳୀୟ କର୍ମୀଙ୍କୁ ଦେଇଛନ୍ତି ନିର୍ଦେଶ ।

ସୋମବାର ରାହୁଲ କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ ଟାରେଗଟ କରିବା ସହ ଶୀତରେ ଆନ୍ଦୋଳନ ଜାରି ରଖିଥିବା ଚାଷୀଙ୍କୁ ପାଣି, ଖାଦ୍ୟ ଓ ସହାୟତା ଯୋଗାଇଦେବାକୁ ନିଜ ଦଳର କର୍ମୀଙ୍କୁ ଅପିଲ କରିଛନ୍ତି । ଟ୍ବିଟ କରି ରାହୁଲ କହିଛନ୍ତି, କଳା କୃଷି ଆଇନ ବିରୋଧରେ ଶୀତରେ ନିଜ ଘର ଓ ଜମି ଛାଡି ଦିଲ୍ଲୀ ପହଞ୍ଚିଛନ୍ତି ଛାଷୀ । ତେବେ ସତ୍ୟ ଓ ଅସତ୍ୟର ଏହି ଲଢେଇରେ ଅନ୍ନଦାତା ନା ପ୍ରଧାନମନ୍ତ୍ରୀଙ୍କ ପୁଞ୍ଜିପତି ବନ୍ଧୁ, କାହା ସହ ଛିଡା ହୋଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.