ଶ୍ରୀନଗର: ଅନ୍ତିମ ପର୍ଯ୍ୟାୟରେ କଂଗ୍ରେସର ଭାରତ ଯୋଡ ଯାତ୍ରା। ଜମ୍ମୁକାଶ୍ମାୀରରେ ଭାରତ ଯୋଡ ଯାତ୍ରା ଜାରି ରହିଥିବା ବେଳେ ଆଜି ଶ୍ରୀନଗରରେ ଲାଲ ଚୌକରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଯାହାକୁ ନେଇ କଂଗ୍ରେସ କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ଶ୍ରୀନଗରରେ ରାହୁଲ ଗାନ୍ଧୀଙ୍କ ସହ ତାଙ୍କ ଉଭଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଉପସ୍ଥିତ ରହିଛନ୍ତି । ଲାଲ ଚୌକରୁ ଏବେ ନେହୁରୁ ପାର୍କ ଅଭିମୁଖେ ଭାରତ ଯୋଡ଼ ଯାତ୍ରା ଆରମ୍ଭ ହେବ । 4 ହଜାର କିଲୋମିଟର ପଦଯାତ୍ରା ପରେ ଆସନ୍ତାକାଲି ଏହା ଶେଷ ହେବ ।
-
'विजयी विश्व तिरंगा प्यारा, झंडा ऊंचा रहे हमारा'
— Congress (@INCIndia) January 29, 2023 " class="align-text-top noRightClick twitterSection" data="
🇮🇳🇮🇳🇮🇳🇮🇳🇮🇳🇮🇳@RahulGandhi जी ने श्रीनगर के लाल चौक पर तिरंगा फहराया।#BharatJodoYatra pic.twitter.com/2Mxkz4eM9V
">'विजयी विश्व तिरंगा प्यारा, झंडा ऊंचा रहे हमारा'
— Congress (@INCIndia) January 29, 2023
🇮🇳🇮🇳🇮🇳🇮🇳🇮🇳🇮🇳@RahulGandhi जी ने श्रीनगर के लाल चौक पर तिरंगा फहराया।#BharatJodoYatra pic.twitter.com/2Mxkz4eM9V'विजयी विश्व तिरंगा प्यारा, झंडा ऊंचा रहे हमारा'
— Congress (@INCIndia) January 29, 2023
🇮🇳🇮🇳🇮🇳🇮🇳🇮🇳🇮🇳@RahulGandhi जी ने श्रीनगर के लाल चौक पर तिरंगा फहराया।#BharatJodoYatra pic.twitter.com/2Mxkz4eM9V
ଆଜି ସାତ କିଲୋମିଟର ଯାତ୍ରା କରିବା ପରେ ଶ୍ରୀନଗରର ସୌନଓ୍ବାଲ ଅଞ୍ଚଳରେ ପହଞ୍ଚି ବିଶ୍ରାମ ନେଇଥିଲେ କଂଗ୍ରେସ କର୍ମୀ । କିଛି ସମୟ ପରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଲାଲଚୌକ ସିଟି ସେଣ୍ଟରକୁ ଯାଇଥିଲେ । ଏହି ସମୟରେ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡା କଡି କରାଯାଇଥିଲା। ପୁରା ଅଞ୍ଚଳକୁ ସିଲ କରାଯାଇଥିଲା । କଡା ସୁରକ୍ଷା ବଳ ମଧ୍ୟରେ ପତାକା ଉତ୍ତୋଳନ କରିଥିଲେ ରାହୁଲ ଗାନ୍ଧୀ । ଆସନ୍ତାକାଲି ଶ୍ରୀନଗରର ଏମ ରୋଡରେ ଥିବା କଂଗ୍ରେସ ମୁଖ୍ୟାଳୟରେ ତ୍ରିରଙ୍ଗା ଉଡାଇବେ, ଏହା ପରେ ଏସ.କେ ଷ୍ଟାଡିୟମରେ ଏକ ସାଧାରଣ ସଭାର ଆୟୋଜନ କରାଯିବ । ଏହି ସାଧାରଣ ସଭା ପାଇଁ 23ଟି ବିରୋଧୀ ଦଳର ନେତାଙ୍କୁ ନିମନ୍ତ୍ରଣ କରାଯାଇଛି ।
ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା ଭାରତ ଯୋଡ ଯାତ୍ରା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ଶେଷ ଦିନରେ ଶ୍ରୀନଗରର ପନ୍ଥ ଚୋକରୁ ଯାତ୍ରା ଆରମ୍ଭ ହୋଇଥିଲା। ଏକ ଧଳା ଟି ସାର୍ଟ ପରିଧାନ କରି ପ୍ରିୟଙ୍କା ଗାନ୍ଧୀଙ୍କ ସହ ଦିନ 11ଟା 45 ମିନିଟ ସମୟରେ ଯାତ୍ରା ଆରମ୍ଭ କରିଥିଲେ ରାହୁଲ । ହାତରେ ଜାତୀୟ ପତାକା ଧରି ଶହଶହ କଂଗ୍ରେସ କର୍ମୀଙ୍କ ସହ ନଜର ଆସିଥିଲେ ରାହୁଲ ଗାନ୍ଧୀ । ଆଜି ଅପରାହ୍ନ 5ଟା 30 ମିନିଟ ସମୟରେ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ ।
ଗତ ପାଞ୍ଚ ମାସ ଧରି ଭାରତ ଯୋଡ ଯାତ୍ରା ଜାରି ରହିଥିବା ବେଳେ ଗତକାଲି ଶ୍ରୀନଗରରେ ଏହା ଶେଷ ହେବ । ଏହି ଅବସରରେ ଶ୍ରୀନଗରର ଶେର-ଏ-କାଶ୍ମୀର ଷ୍ଟାଡିୟମରେ ସମାରୋହର ଅନୁଷ୍ଠିତ ହେବ । ବହୁ କଂଗ୍ରେସ ନେତା ସାମିଲ ହେବା ସହ ଜନସାଧାରଣ ମଧ୍ୟ ଯୋଗ ଦେବେ । ଏହାପୂର୍ବରୁ ଜାନୁଆରୀ 11ରେ କଂଗ୍ରେସ କମିଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ସମାରୋହରେ ଯୋଗଦେବା ପାଇଁ ଦେଶର 24ଟି ଦଳକୁ ନିମନ୍ତ୍ରଣ ପତ୍ର ପଠାଇଥିଲେ । ସେପ୍ଟେମ୍ବର 7ରୁ କନ୍ୟାକୁମାରୀରୁ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିଥିଲା କଂଗ୍ରେସ । 2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ବହୁ ପ୍ରତୀକ୍ଷିତ 150 ଦିନିଆ ‘ଭାରତ ଯୋଡ଼ ଯାତ୍ରା’ ଆରମ୍ଭ କରିଥିବା ବେଳେ ଏବେ ଅନ୍ତିମ ପର୍ଯ୍ୟାୟରେ ।