ETV Bharat / bharat

ମେ' ୩୧ରେ ଆମେରିକା ଯିବେ ରାହୁଲ ଗାନ୍ଧୀ - ରାହୁଲ ଗାନ୍ଧୀ

ମେ' ୩୧ରୁ ଆମେରିକା ଗସ୍ତରେ ଯିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ନ୍ୟୁୟର୍କ ଠାରେ ୫ ହଜାର ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ । ଅଧିକ ପଢନ୍ତୁ

ମେ' ୩୧ରେ ଆମେରିକା ଯିବେ ରାହୁଲ ଗାନ୍ଧୀ
ମେ' ୩୧ରେ ଆମେରିକା ଯିବେ ରାହୁଲ ଗାନ୍ଧୀ
author img

By

Published : May 17, 2023, 8:02 AM IST

ନୂଆଦିଲ୍ଲୀ: ପୂର୍ବତନ ୱାୟନାଡ ସାଂସଦ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ମେ' ୩୧ ତାରିଖରେ ଆମେରିକା ଗସ୍ତରେ ଯିବେ । ରାହୁଲ ଆମେରିକାରେ ୧୦ ଦିନ ରହିବେ । ଏହି ସମୟରେ ସେ ଜୁନ ୪ ତାରିଖରେ ନ୍ୟୁୟର୍କ ସ୍ଥିତ ମାଡିସନ ସ୍କୋୟାର ଗାର୍ଡେନରେ ଏକ ରାଲି କରିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ସେ ୫ ହଜାର ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ । ଏହାସହିତ ରାହୁଲ ୱାଶିଂଟନ ଓ କାର୍ଲିଫର୍ଣ୍ଣିଆ ଗସ୍ତ କରି ପ୍ୟାନେଲ ଆଲୋଚନାରେ ଅଂଶଗ୍ରହଣ କରିବେ ଏବଂ ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟକୁ ଯାଇ ଉଦବୋଧନ ଦେବେ ।

ଏହାମଧ୍ୟ ପଢନ୍ତୁ : Pilot vs Gehlot: କର୍ଣ୍ଣାଟକ ପରେ ରାଜସ୍ଥାନ କନ୍ଦଳ ଉପରେ ଗୁରୁତ୍ବ ଦେବେ ଖଡଗେ

ଆମେରିକା ଗସ୍ତ ସମୟରେ ରାହୁଲ କେତେକ ରାଜନେତା ଏବଂ ଉଦ୍ୟୋଗୀଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମଧ୍ୟ ଜୁନ ୨୨ରେ ଆମେରିକା ଗସ୍ତ କରିବାର ଅଛି । ମୋଦି ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଥମ ମହିଳା ଜିଲ୍ ବାଇଡେନଙ୍କ ଆମନ୍ତ୍ରଣକ୍ରମେ ଆମେରିକା ଯିବେ । ହ୍ବାଇଟ ହାଉସରେ ମୋଦିଙ୍କ ସମ୍ମାନରେ ବାଇଡେନ ଦମ୍ପତି ନୈଶ୍ୟଭୋଜିର ଆୟୋଜନ କରିବେ । ଏନେଇ ଗତ ସପ୍ତାହରେ ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦିଆଯାଇଛି । ଏହାପୂର୍ବରୁ ରାହୁଲ ଗାନ୍ଧୀ ଆମେରିକା ଯିବାକୁ ଯୋଜନା କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: Karnataka CM tussle: ସୋନିଆଙ୍କ ସହ ଆଲୋଚନା ପରେ କାଲି ବେଙ୍ଗାଲୁରୁରେ ଘୋଷଣା କରିବେ ଖଡଗେ

ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଶେଷ ବିଦେଶ ଗସ୍ତ ଖବରର ଶିରୋନାମା ପାଲଟିଥିଲା । ଗତ ମାର୍ଚ୍ଚରେ ରାହୁଲ ଲଣ୍ଡନ ଯାଇଥିଲେ । କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ସେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ଗଣତନ୍ତ୍ର ଓ ସଂଖ୍ୟାଲଘୁ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । ମିଡିଆ ଠାରୁ ନ୍ୟାୟପାଳିକା ଯାଏଁ ଏବେ ସବୁକିଛି ମୋଦି ସରକାରଙ୍କ ନିୟନ୍ତ୍ରଣରେ ରହିଛି ବୋଲି କହିଥିଲେ । ଲଣ୍ଡନରେ ରାହୁଲ ଦେଇଥିବା ବୟାନକୁ ନେଇ ସଂସଦରେ ହଙ୍ଗାମା ହୋଇଥିଲା । କଂଗ୍ରେସ ନେତା ବିଦେଶ ମାଟିରେ ଭାରତର ଛବି ଖରାପ କରିଥିବା ବିଜେପି ଅଭିଯୋଗ ଆଣିବା ସହ ରାହୁଲ ଗାନ୍ଧୀ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ ।

ଏହାମଧ୍ୟ ପଢନ୍ତୁ : Paragliding in Kashmir: ଦୁଃସାହସିକ ପାରାଗ୍ଲାଇଡିଂ ନିଶା, ଖୋଲା ଆକାଶରେ ପକ୍ଷୀ ଭଳି ଉଡ଼ୁଛନ୍ତି ପର୍ଯ୍ୟଟକ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.