ETV Bharat / bharat

ରାହୁଲଙ୍କୁ ଆଣ୍ଠୁରେ ସମସ୍ୟା, ସପ୍ତାହେ ନେବେ ଆୟୁର୍ବେଦିକ ଚିକିତ୍ସା

ଆଣ୍ଠୁଗଣ୍ଠି ସମସ୍ୟା ଲାଗି ଆୟୁର୍ବେଦିକ ଚିକିତ୍ସା ନେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଜାଣନ୍ତୁ କେଉଁଠି

author img

By

Published : Jul 21, 2023, 8:51 PM IST

Etv Bharat
Etv Bharat

ଥିରୁଅନନ୍ତପୁରମ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଣ୍ଠୁରେ ସମସ୍ୟା ରହିଛି । ଏଣୁ ଆସନ୍ତା ସପ୍ତାହେ ଧରି କେରଳର କୋଟ୍ଟାକଲ ଆର୍ଯ୍ୟ ବୈଦ୍ୟଶାଳାରେ ଆୟୁର୍ବେଦିକ ଚିକିତ୍ସା ଗ୍ରହଣ କରିବେ । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାହୁଲ ଏହି ବୈଦ୍ୟଶାଳାରେ ରହିବାକୁ ଥିବା ବେଳେ ତାଙ୍କ ସହ AICC ସାଧାରଣ ସମ୍ପାଦକ କେସି ବେଣୁଗୋପାଲ ମଧ୍ୟ ରହିବେ ବୋଲି ସୂଚନା ମିଳିଛି ।

ରାହୁଲ ସପ୍ତାହେ ଲାଗି ମ୍ୟାନେଜିଂ ଟ୍ରଷ୍ଟି ପିଏମ ମାଧବନ କୁଟ୍ଟି ୱାରିଅରଙ୍କ ନିରୀକ୍ଷଣରେ ରହି ଚିକିତ୍ସିତ ହେବେ । ସେପଟେ ଭଉଣୀ ତଥା କଂଗ୍ରସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏଠାରେ ୨ ଦିନ ରହି ଚିକିତ୍ସିତ ହେବେ । ଗତକାଲି ରାହୁଲ ଭେଟେରେନ କଂଗ୍ରେସ ନେତା ଓମେନ ଚାଣ୍ଡିଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଦେବା ଲାଗି କେରଳରେ ପହଞ୍ଚିଥିଲେ । ଆଜି ସନ୍ଧ୍ୟା ସୁଦ୍ଧା ସେ କୋଟ୍ଟକଲରେ ପହଞ୍ଚିଛନ୍ତି । ତେବେ ଗତକାଲି ସେ ବୈଦ୍ୟଶାଳା ଗସ୍ତ କରିବାର ଯୋଜନା ରହିଥିବା ବେଳେ ଚାଣ୍ଡିଙ୍କ ଅନ୍ତିମ ଯାତ୍ରାରେ ବିଳମ୍ବ ଯୋଗୁଁ ସେ ଆସି ପାରିନଥିଲେ ।

ଏହା ବି ପଢନ୍ତୁ- Health Tips: ଆଣ୍ଠୁ ଗଣ୍ଠି ସମସ୍ୟା ଦେଖାଦେଉଛି କି, ଏହି ସବୁ ଅଭ୍ୟାସ ଦୁର୍ବଳ କରେ ହାଡ

ଆୟୁର୍ବେଦିକ ଚିକିତ୍ସା ଲାଗି କୋଟ୍ଟକଲ ଆର୍ଯ୍ୟ ବୈଦ୍ୟଶାଳା ବେଶ ଜୁଣାଶୁଣା । ଏହି ପ୍ରତିଷ୍ଠାନରେ ଗତ ୧୦୦ ବର୍ଷ ଧରି ଆୟୁର୍ବେଦିକ ଚିକିତ୍ସା ଯୋଗାଇ ଦିଆଯାଉଛି । ଏହାସହିତ ଅନୁଷ୍ଠାନ ପକ୍ଷରୁ ରୋଗୀମାନଙ୍କୁ ଆୟୁର୍ବେଦିକ ମେଡିସିନ୍‌ ସହିତ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଏ । ଏପରିକି ବିଦେଶରୁ ମଧ୍ୟ ଅନେକ ରୋଗୀ ଏଠାକୁ ଚିକିତ୍ସିତ ହେବାକୁ ଆସିଥାନ୍ତି । ସୂଚନା ଥାଉ କି କଂଗ୍ରେସର 'ଭାରତ ଯୋଡ଼ ଯାତ୍ରା' ସମୟରେ ରାହୁଲଙ୍କୁ ଆଣ୍ଠୁ ଜନିତ ସମସ୍ୟା ଦେଖା ଦେଇଥିଲା । ଏଥିଲାଗି ସେ ଅଧାରୁ ଭାରତ ଯୋଡ଼ ଯାତ୍ରା ଛାଡ଼ିବାକୁ ମଧ୍ୟ ଚାହୁଁନଥିଲେ । ଏନେଇ ସେ ସୋସିଆଲ ମିଡିଆରେ ମଧ୍ୟ ସୂଚନା ଦେଇଥିଲେ । ତେବେ ସେ ଏଥିଲାଗି ପୂର୍ବରୁ ଚିକିତ୍ସିତ ହେଉଥିଲେ କି ନାହିଁ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ ।

ଅନ୍ୟପଟେ ଆଣ୍ଠୁଗଣ୍ଠି ସମସ୍ୟା ଲାଗି ଆୟୁର୍ବେଦିକ ଉପଚାର ବେଶ ଲାଭଦାୟକ ହୋଇଥାଏ । ଏହି ଅନୁଷ୍ଠାନରେ 'କାରକ୍କଡକା ଚିକିତ୍ସା' ଅତି ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ମାଲାୟାଲାମ କ୍ୟାଲେଣ୍ଡର ଅନୁସାରେ କାରକ୍କଡକା ହେଉଛି ଏପରି ଏକ ମାସ ଯେଉଁ ସମୟରେ ଆୟୁର୍ବେଦିକ ଚିକିତ୍ସା ବେଶ ଫଳପ୍ରଦ ହୋଇଥାଏ । ଏହି ଚିକିତ୍ସା ଦ୍ବାରା ଶରୀରକୁ ଶକ୍ତି ମିଳିବା ସହିତ ରୋଗୀ ସୁସ୍ଥତା ଅନୁଭବ କରେ । ବିଶେଷ କରି ମୌସୁମୀ ଋତୁରେ ଏହି ଚିକିତ୍ସା ରୋଗୀଙ୍କୁ ଦିଆଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.