ETV Bharat / bharat

ଟିକାକୁ ନେଇ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ - ଭାରତରେ ଟୀକାକରଣ

କଂଗ୍ରେସ ନେତା ରାହୁଲ ଗାନ୍ଧୀ କୋରୋନା ଟିକାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅଧିକ ପଢନ୍ତୁ....

କୋରୋନା ଟିକାକୁ ନେଇ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

author img

By

Published : Jul 2, 2021, 12:08 PM IST

ନୂଆଦିଲ୍ଲୀ: କୋରୋନା ଟିକାକୁ ନେଇ ପୁଣି ମୋଦି ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଦେଶରେ ଟିକାର ଘୋର ଅଭାବ ପରିଲକ୍ଷିତ ହେଉଛି । ତେବେ ଜୁଲାଇ ମାସ ଆସି ସାରିଥିବା ବେଳେ ଟିକାର ଅଭାବକୁ ନେଇ ସେ ନିଜ ଟ୍ବିଟର ଆକାଉଣ୍ଟରେ ଏକ ପୋଷ୍ଟ କରି ମୋଦି ସରକାରକୁ ଟାର୍ଗେଟ କରିଛନ୍ତି ।

  • बस हर देशवासी तक वैक्सीन पहुँचा दो,
    फिर चाहे मन की बात भी सुना दो!#VaccinateIndia pic.twitter.com/IIEgzyBK61

    — Rahul Gandhi (@RahulGandhi) June 27, 2021 " class="align-text-top noRightClick twitterSection" data=" ">

ରାହୁଲ ଏହି ପ୍ରସଙ୍ଗକୁ ନେଇ କରିଥିବା ଟ୍ବିଟରେ 'ହ୍ୟାସ ଟାଗ୍ ହ୍ବେୟାର ଆର ଦି ଭ୍ୟାକ୍ସିନ' ଲେଖିଛନ୍ତି । ଜୁଲାଇ ମାସ ଚାଲିଥିବା ବେଳେ ଦେଶରେ କେବେ ଟୀକାକରଣ ଶେଷ ହେବ ବୋଲି ସେ ମୋଦିଙ୍କୁ ପ୍ରଶ୍ନ କରିଛନ୍ତି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ 'ମନ କି ବାତ କାର୍ଯ୍ୟକ୍ରମ'କୁ ନେଇ ମଧ୍ୟ ରାହୁଲ ଏକ ଟ୍ବିଟ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ ଯେ ପ୍ରଥମତଃ ଦେଶର ସମସ୍ତ ନାଗରିକଙ୍କ ନିକଟରେ ଟିକା ପହଞ୍ଚାଅ । ଏହାପରେ ମନ କି ବାତ୍‌ କାର୍ଯ୍ୟକ୍ରମ କର ବୋଲି ସେ ମୋଦିଙ୍କୁ କହିଥିଲେ । ଏହି ପୋଷ୍ଟରେ ସେ 'ହ୍ୟାସ ଟାଗ୍ ଭ୍ୟାକ୍ସିନେଟ ଇଣ୍ଡିଆ'ର ବ୍ୟବହାର କରିଥିଲେ ।

ପୂର୍ବରୁ ଅନେକ ଥର ରାହୁଲ ଟୀକାକରଣ ଓ ମହାମାରୀର ନିୟନ୍ତ୍ରଣ ପ୍ରସଙ୍ଗକୁ ନେଇ ମୋଦି ସରକାରଙ୍କୁ ସମାଲୋଚନା କରିଆସିଛନ୍ତି । ବିଶେଷ କରି ଟିକାର ଅଭାବ ଓ ଟୀକାକରଣକୁ ନେଇ ରାହୁଲ ଟ୍ବିଟ ମାଧ୍ୟମରେ ମୋଦି ସରକାରଙ୍କୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.